ଗ୍ରହଣ-ପରାଗ: ବିଶ୍ୱାସ, ଅନ୍ଧବିଶ୍ୱାସ

”ଚାଇନାର ଲୋକମାନେ ଚନ୍ଦ୍ର ଓ ସୂର୍ଯ୍ୟକୁ ଯଥାକ୍ରମେ ଗ୍ରହଣ କିମ୍ବା ପରାଗ ସମୟରେ ଏକ ଡ୍ରାଗନ ଗିଳି ଦେଉଥିବାର ବିଶ୍ୱାସ କରନ୍ତି। ସେହିପରି ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର ଆଦିମ ଅଧିବାସୀମାନେ ଏହି ସମୟରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଆକାଶରେ କୁକୁର ହେଟାବାଘ ଭଳି କିଛି ବନ୍ୟଜୀବ ଭକ୍ଷଣ କରୁଥିବାର ବିଶ୍ୱାସ କରନ୍ତି। ସୁତରାଂ ସେମାନେ ଗ୍ରହଣ କିମ୍ବା ପରାଗ ସମୟରେ ଏହି ଜୀବମାନଙ୍କୁ ଘଉଡ଼ାଇବା ପାଇଁ ବାଜା ବଜେଇ ଆକାଶକୁ ତୀର ନିକ୍ଷେପ କରୁଥିଲେ।“

ଚଳିତ ବର୍ଷ ଅକ୍ଟୋବର ୨୫ରେ ଆଂଶିକ ସୂର୍ଯ୍ୟୋପରାଗ ପରେ ଏବେ ଏହି ମାସ ୮ ତାରିଖ ଅର୍ଥାତ୍‌ ମଙ୍ଗଳବାର ଦିନ ଭାରତକୁ ଏକ ଚନ୍ଦ୍ରଗ୍ରହଣ ଦୃଶ୍ୟ ହେବାକୁ ଯାଉଛି। ପ୍ରକୃତରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ବିରଳ ମହାକାଶୀୟ ଘଟଣା। କୌଣସି ସୂର୍ଯ୍ୟୋପରାଗରେ ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏକ ସରଳରେଖାରେ ଅବସ୍ଥାନ କରି ପୃଥିବୀୟ ଦୃଶ୍ୟରେ ସୂର୍ଯ୍ୟକୁ କିଛି ସମୟ ପାଇଁ ଢାଙ୍କିଦିଏ। ସେହିପରି ଏକ ଚନ୍ଦ୍ରଗ୍ରହଣରେ ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ଏକ ସରଳରେଖାରେ ଅବସ୍ଥାନ କରୁଥିବାରୁ ପୃଥିବୀର ଛାୟା କିଛି ସମୟ ପାଇଁ ଚନ୍ଦ୍ର ଉପରେ ପଡ଼ିଥାଏ। ଏକ ସୂର୍ଯ୍ୟୋପରାଗ କେବଳ ଏକ ଅମାବାସ୍ୟା ତିଥିରେ ସଂଘଟିତ ହୋଇଥାଏ। ମାତ୍ର ସବୁ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ତିଥିରେ ଏହି ତିନି ମହାକାଶୀୟ ପିଣ୍ଡଙ୍କ ମଧ୍ୟରେ ଏକ-ସରଳରୈଖୀୟ ଅବସ୍ଥାନ ସମ୍ଭବ ହେଉ ନ ଥିବାରୁ ଯଥାକ୍ରମେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳି ନ ଥାଏ। କେବଳ କିଛି ବିଶେଷ ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ହିଁ ଯଥାକ୍ରମେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଥାଏ। ସେଥିପାଇଁ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ବାସ୍ତବରେ ବିରଳ ମହାକାଶୀୟ ଘଟଣା। ଆମ ସମାଜରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସମ୍ପର୍କରେ ବହୁ ବିଶ୍ୱାସ ଓ ଅନ୍ଧବିଶ୍ୱାସ ପ୍ରଚଳିତ ଅଛି।
ପୁରାଣରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ: ଆମ ପୁରାଣରେ ରାହୁ ଓ କେତୁ ନାମକ ଦୁଇ ଜଣ କ୍ଷୁଧିତ ଦାନବ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଯଥାକ୍ରମେ ଗିଳି ଦେଉଥିବାର ବିଶ୍ୱାସ ଅଛି। ପୁରାଣର ମତ ଅନୁସାରେ ଭଗବାନ ବିଷ୍ଣୁ ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତକୁ ମୋହିନୀ ବେଶ ଧାରଣ କରି କେବଳ ଦେବତାମାନଙ୍କୁ ପରଷିଥିଲେ। ରାହୁ ଓ କେତୁ ନାମକ ଦୁଇ ଜଣ ଦାନବ ବିଷ୍ଣୁଙ୍କର ଏ କୌଶଳ ଜାଣିପାରି ଦେବତାମାନଙ୍କର ବେଶ ଧାରଣ କରି ଅମୃତ ପାନ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସୂର୍ଯ୍ୟଦେବ ଓ ଚନ୍ଦ୍ରଦେବ ଏହା ଜାଣିପାରି ବିଷ୍ଣୁଙ୍କୁ ସୂଚନା ଦେବାରୁ ବିଷ୍ଣୁ ସଙ୍ଗେ ସଙ୍ଗେ ସୁଦର୍ଶନ ଚକ୍ର ପ୍ରେରଣ କରି ଏହି ଦୁଇ ରାକ୍ଷସଙ୍କର ଶିର ଛେଦନ କରିଥିଲେ। ଅଥଚ ଆଂଶିକ ଅମୃତ ପାନ କରିଥିବାରୁ ଏ ଦୁଇ ଦାନବଙ୍କ ସମ୍ପୂର୍ଣ୍ଣ ମୃତ୍ୟୁ ହେଲା ନାହିଁ ଏବଂ ସେମାନେ କେବଳ ଗଣ୍ଡି ବିହୀନ ମୁଣ୍ଡ ରୂପେ ବଞ୍ଚତ୍ ରହିଲେ। ସେହିଦିନଠାରୁ ରାହୁ ଓ କେତୁ ନାମକ ଏହି ଦୁଇ ଦାନବ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଉପରେ ରାଗ ରଖି ଯଥାକ୍ରମେ ପରାଗ ଓ ଗ୍ରହଣ ସମୟରେ ସେମାନଙ୍କୁ ଗିଳି ଦେଉଥିବାର ବିଶ୍ୱାସ ଅଛି। ମାତ୍ର ସେମାନଙ୍କର ଗଳା କଟା ଯାଇଥିବାରୁ ସୂର୍ଯ୍ୟ ଓ ଚନ୍ଦ୍ର ପୁଣି କିଛି ସମୟ ପରେ ଗଳା ଦେଇ ନିର୍ଗତ ହେଉଥିବାରୁ ଗ୍ରହଣ ଓ ପରାଗର ଅବସାନ ଘଟେ।
ସେହିପରି ମହାଭାରତ ଯୁଦ୍ଧରେ ସୂର୍ଯ୍ୟଙ୍କୁ କିଛି ସମୟ ଚକ୍ର ଉହାଡ କରି ଭଗବାନ ଶ୍ରୀକୃଷ୍ଣ ଏକ କୃତ୍ରିମ ସନ୍ଧ୍ୟାର ଆଗମନ କରାଇଥିଲେ। ଏହାର ସୁଯୋଗ ନେଇ ପାଣ୍ଡବ ବୀର ଅର୍ଜୁନ ନିଜର ପୁତ୍ରହନ୍ତା ଜୟଦ୍ରଥକୁ ବଧ କରିଥିଲେ। ପ୍ରକୃତରେ ଭଗବାନ ଶ୍ରୀକୃଷ୍ଣ ଏହି କୃତ୍ରିମ ସନ୍ଧ୍ୟାର ସୂତ୍ରପାତ ନିମନ୍ତେ ସତେବେଳେ ଦୃଷ୍ଟିଗୋଚର ହେଉଥିବା ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗର ସାହାଯ୍ୟ ନେଇଥିବାର ବିଶ୍ୱାସ କରାଯାଏ।
ଇତିହାସରେ ଚନ୍ଦ୍ରଗ୍ରହଣ: ଇଟାଲୀୟ ନାବିକ ଖ୍ରୀଷ୍ଟୋଫର କଲମ୍ବସଙ୍କ ଅଭିଯାତ୍ରୀ ଦଳ ୧୪୯୪ ଖ୍ରୀଷ୍ଟାଦ୍ଦରେ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ ଜାମାଇକାରେ ପହଞ୍ଚତ୍ଥିଲେ। ମାତ୍ର ସେଠାକାର ଆଦିମ ଅଧିବାସୀମାନେ ଏହି ଶ୍ୱେତାଙ୍ଗ ଆଗନ୍ତୁକମାନଙ୍କୁ ହତାଦର କଲେ। ଏଥିରେ କ୍ରୋଧାନ୍ବିତ ହୋଇ କଲମ୍ବସ ଆଦିମ ଅଧିବାସୀମାନଙ୍କର ପ୍ରିୟ ଦେବତା ଚନ୍ଦ୍ରଙ୍କୁ ସେଦିନ ରାତିରେ ଲୁଚାଇ ଦେବାର ଘୋଷଣା କଲେ। ସତକୁ ସତ ସେଦିନ ରାତିରେ ନିର୍ଦ୍ଧାରିତ ସମୟରେ ଏକ କଳା ବାଦଲ ଆସି ଚନ୍ଦ୍ରକୁ ଢାଙ୍କି ପକେଇଲା। ଆଦିମ ଅଧିବାସୀମାନେ ନିଜର ପ୍ରିୟ ଦେବତା ଚନ୍ଦ୍ରଙ୍କର ଏ ଦୁର୍ଦ୍ଦଶା ଦେଖି କାତର ହୋଇ ଚନ୍ଦ୍ରଙ୍କର ପୂର୍ବ ତେଜ ଫେରାଇ ଦେବା ପାଇଁ କଲମ୍ବସଙ୍କୁ ପ୍ରାର୍ଥନା କଲେ। କଲମ୍ବସ ସନ୍ତୁଷ୍ଟ ହୋଇ ନିର୍ଦ୍ଦେଶ ଦେବାରୁ ଚନ୍ଦ୍ରଙ୍କର ପୂର୍ବ ତେଜ କିଛି ସମୟ ପରେ ପୁଣି ଫେରି ଆସିଥିଲା। ଆଦିମ ଅଧିବାସୀମାନେ କଲମ୍ବସଙ୍କର ଏହି ଅଲୌକିକ ଘଟଣାରେ ଶଙ୍କିତ ହୋଇ କଲମ୍ବସଙ୍କୁ ଦେବତା ତୁଲ୍ୟ ମଣି ପୂଜା କରିଥିଲେ। ମାତ୍ର କଲମ୍ବସ ଯେ ଏ ଅଲୌକିକ ଘଟଣା ପାଇଁ ଏକ ପ୍ରାକୃତିକ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ସାହାଯ୍ୟ ନେଇଥିଲେ ତାହା ଆଦିମ ଅଧିବାସୀଙ୍କର ଅଜ୍ଞତାରେ ରହିଗଲା।
ସମାଜରେ ବିଶ୍ୱାସ ଓ ଅନ୍ଧବିଶ୍ୱାସ: ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ ଜନଜୀବନ ପାଇଁ ହାନିକାରକ ହୋଇଥିବାରୁ ଏହି ସମୟରେ ପଦାକୁ ବାହାରିବାକୁ ସାଧାରଣତଃ ମନା କରାଯାଏ। ଏ ସମୟରେ ଖାଦ୍ୟ ଗ୍ରହଣ ତଥା ଭୋଜନ ନିଷେଧ କରାଯାଏ। ପରାଗଗ୍ରସ୍ତ ସୂର୍ଯ୍ୟକିରଣ ଗର୍ଭବତୀର ଗର୍ଭସ୍ଥ ଶିଶୁ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ଅଛି। ଏ ସମୟରେ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ତଥା ପ୍ରଚଳିତ ଦେବନୀତିରେ ପରିବର୍ତ୍ତନ କରାଯାଏ। ଏ ସମୟରେ ମଧ୍ୟ ବନ୍ଧୁମିଳନ ତଥା ଦୂରଯାତ୍ରା ନିଷେଧ କରାଯାଇଥାଏ। ଗ୍ରହଣ କିମ୍ବା ପରାଗ ସରିଗଲେ ନଦୀ କିମ୍ବା ପୁଷ୍କରିଣୀରେ ମଧ୍ୟ ସ୍ନାନ କରିବା ବିଧି ପ୍ରଚଳିତ ଅଛି।
ବିଭିନ୍ନ ସଭ୍ୟତାରେ ବିଶ୍ୱାସ: ଚାଇନାର ଲୋକମାନେ ଚନ୍ଦ୍ର ଓ ସୂର୍ଯ୍ୟକୁ ଯଥାକ୍ରମେ ଗ୍ରହଣ କିମ୍ବା ପରାଗ ସମୟରେ ଏକ ଡ୍ରାଗନ ଗିଳି ଦେଉଥିବାର ବିଶ୍ୱାସ କରନ୍ତି। ସେହିପରି ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର ଆଦିମ ଅଧିବାସୀମାନେ ଏହି ସମୟରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଆକାଶରେ କୁକୁର ହେଟାବାଘ ଭଳି କିଛି ବନ୍ୟଜୀବ ଭକ୍ଷଣ କରୁଥିବାର ବିଶ୍ୱାସ କରନ୍ତି। ସୁତରାଂ ସେମାନେ ଗ୍ରହଣ କିମ୍ବା ପରାଗ ସମୟରେ ଏହି ଜୀବମାନଙ୍କୁ ଘଉଡାଇବା ପାଇଁ ବାଜା ବଜେଇ ଆକାଶକୁ ତୀର ନିକ୍ଷେପ କରୁଥିଲେ।
ସମାଜରେ ପ୍ରଚଳିତ ଏସବୁ ବିଶ୍ୱାସ ଓ ଅନ୍ଧବିଶ୍ୱାସ ପଛରେ କିନ୍ତୁ କୌଣସି ବୈଜ୍ଞାନିକ ଯଥାର୍ଥତା ନାହିଁ। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ ପ୍ରକୃତରେ ମହାକାଶୀୟ ଘଟଣାବଳୀ ଏବଂ ଏହା ସହିତ କୌଣସି ପାର୍ଥତ୍ବ ଘଟଣାର ସମ୍ପର୍କ ନାହିଁ। ସୁତରାଂ ପ୍ରକୃତିର ଏ ଅଲୌକିକ ଉନ୍ମୋଚନ ସମୟରେ ଆମେ ଡରି ନ ଯାଇ ପ୍ରକୃଷ୍ଟ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସହିତ ଏ ଅଫୁରନ୍ତ ଘଟଣାକୁ ନିରାପଦ ମାଧ୍ୟମରେ ଅବଲୋକନ ସହିତ ଉପଭୋଗ କରିବା ଉଚିତ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri