ଗ୍ରହଣ-ପରାଗ: ବିଶ୍ୱାସ, ଅନ୍ଧବିଶ୍ୱାସ

”ଚାଇନାର ଲୋକମାନେ ଚନ୍ଦ୍ର ଓ ସୂର୍ଯ୍ୟକୁ ଯଥାକ୍ରମେ ଗ୍ରହଣ କିମ୍ବା ପରାଗ ସମୟରେ ଏକ ଡ୍ରାଗନ ଗିଳି ଦେଉଥିବାର ବିଶ୍ୱାସ କରନ୍ତି। ସେହିପରି ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର ଆଦିମ ଅଧିବାସୀମାନେ ଏହି ସମୟରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଆକାଶରେ କୁକୁର ହେଟାବାଘ ଭଳି କିଛି ବନ୍ୟଜୀବ ଭକ୍ଷଣ କରୁଥିବାର ବିଶ୍ୱାସ କରନ୍ତି। ସୁତରାଂ ସେମାନେ ଗ୍ରହଣ କିମ୍ବା ପରାଗ ସମୟରେ ଏହି ଜୀବମାନଙ୍କୁ ଘଉଡ଼ାଇବା ପାଇଁ ବାଜା ବଜେଇ ଆକାଶକୁ ତୀର ନିକ୍ଷେପ କରୁଥିଲେ।“

ଚଳିତ ବର୍ଷ ଅକ୍ଟୋବର ୨୫ରେ ଆଂଶିକ ସୂର୍ଯ୍ୟୋପରାଗ ପରେ ଏବେ ଏହି ମାସ ୮ ତାରିଖ ଅର୍ଥାତ୍‌ ମଙ୍ଗଳବାର ଦିନ ଭାରତକୁ ଏକ ଚନ୍ଦ୍ରଗ୍ରହଣ ଦୃଶ୍ୟ ହେବାକୁ ଯାଉଛି। ପ୍ରକୃତରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ବିରଳ ମହାକାଶୀୟ ଘଟଣା। କୌଣସି ସୂର୍ଯ୍ୟୋପରାଗରେ ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏକ ସରଳରେଖାରେ ଅବସ୍ଥାନ କରି ପୃଥିବୀୟ ଦୃଶ୍ୟରେ ସୂର୍ଯ୍ୟକୁ କିଛି ସମୟ ପାଇଁ ଢାଙ୍କିଦିଏ। ସେହିପରି ଏକ ଚନ୍ଦ୍ରଗ୍ରହଣରେ ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ଏକ ସରଳରେଖାରେ ଅବସ୍ଥାନ କରୁଥିବାରୁ ପୃଥିବୀର ଛାୟା କିଛି ସମୟ ପାଇଁ ଚନ୍ଦ୍ର ଉପରେ ପଡ଼ିଥାଏ। ଏକ ସୂର୍ଯ୍ୟୋପରାଗ କେବଳ ଏକ ଅମାବାସ୍ୟା ତିଥିରେ ସଂଘଟିତ ହୋଇଥାଏ। ମାତ୍ର ସବୁ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ତିଥିରେ ଏହି ତିନି ମହାକାଶୀୟ ପିଣ୍ଡଙ୍କ ମଧ୍ୟରେ ଏକ-ସରଳରୈଖୀୟ ଅବସ୍ଥାନ ସମ୍ଭବ ହେଉ ନ ଥିବାରୁ ଯଥାକ୍ରମେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳି ନ ଥାଏ। କେବଳ କିଛି ବିଶେଷ ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ହିଁ ଯଥାକ୍ରମେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଥାଏ। ସେଥିପାଇଁ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ବାସ୍ତବରେ ବିରଳ ମହାକାଶୀୟ ଘଟଣା। ଆମ ସମାଜରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସମ୍ପର୍କରେ ବହୁ ବିଶ୍ୱାସ ଓ ଅନ୍ଧବିଶ୍ୱାସ ପ୍ରଚଳିତ ଅଛି।
ପୁରାଣରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ: ଆମ ପୁରାଣରେ ରାହୁ ଓ କେତୁ ନାମକ ଦୁଇ ଜଣ କ୍ଷୁଧିତ ଦାନବ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଯଥାକ୍ରମେ ଗିଳି ଦେଉଥିବାର ବିଶ୍ୱାସ ଅଛି। ପୁରାଣର ମତ ଅନୁସାରେ ଭଗବାନ ବିଷ୍ଣୁ ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତକୁ ମୋହିନୀ ବେଶ ଧାରଣ କରି କେବଳ ଦେବତାମାନଙ୍କୁ ପରଷିଥିଲେ। ରାହୁ ଓ କେତୁ ନାମକ ଦୁଇ ଜଣ ଦାନବ ବିଷ୍ଣୁଙ୍କର ଏ କୌଶଳ ଜାଣିପାରି ଦେବତାମାନଙ୍କର ବେଶ ଧାରଣ କରି ଅମୃତ ପାନ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସୂର୍ଯ୍ୟଦେବ ଓ ଚନ୍ଦ୍ରଦେବ ଏହା ଜାଣିପାରି ବିଷ୍ଣୁଙ୍କୁ ସୂଚନା ଦେବାରୁ ବିଷ୍ଣୁ ସଙ୍ଗେ ସଙ୍ଗେ ସୁଦର୍ଶନ ଚକ୍ର ପ୍ରେରଣ କରି ଏହି ଦୁଇ ରାକ୍ଷସଙ୍କର ଶିର ଛେଦନ କରିଥିଲେ। ଅଥଚ ଆଂଶିକ ଅମୃତ ପାନ କରିଥିବାରୁ ଏ ଦୁଇ ଦାନବଙ୍କ ସମ୍ପୂର୍ଣ୍ଣ ମୃତ୍ୟୁ ହେଲା ନାହିଁ ଏବଂ ସେମାନେ କେବଳ ଗଣ୍ଡି ବିହୀନ ମୁଣ୍ଡ ରୂପେ ବଞ୍ଚତ୍ ରହିଲେ। ସେହିଦିନଠାରୁ ରାହୁ ଓ କେତୁ ନାମକ ଏହି ଦୁଇ ଦାନବ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଉପରେ ରାଗ ରଖି ଯଥାକ୍ରମେ ପରାଗ ଓ ଗ୍ରହଣ ସମୟରେ ସେମାନଙ୍କୁ ଗିଳି ଦେଉଥିବାର ବିଶ୍ୱାସ ଅଛି। ମାତ୍ର ସେମାନଙ୍କର ଗଳା କଟା ଯାଇଥିବାରୁ ସୂର୍ଯ୍ୟ ଓ ଚନ୍ଦ୍ର ପୁଣି କିଛି ସମୟ ପରେ ଗଳା ଦେଇ ନିର୍ଗତ ହେଉଥିବାରୁ ଗ୍ରହଣ ଓ ପରାଗର ଅବସାନ ଘଟେ।
ସେହିପରି ମହାଭାରତ ଯୁଦ୍ଧରେ ସୂର୍ଯ୍ୟଙ୍କୁ କିଛି ସମୟ ଚକ୍ର ଉହାଡ କରି ଭଗବାନ ଶ୍ରୀକୃଷ୍ଣ ଏକ କୃତ୍ରିମ ସନ୍ଧ୍ୟାର ଆଗମନ କରାଇଥିଲେ। ଏହାର ସୁଯୋଗ ନେଇ ପାଣ୍ଡବ ବୀର ଅର୍ଜୁନ ନିଜର ପୁତ୍ରହନ୍ତା ଜୟଦ୍ରଥକୁ ବଧ କରିଥିଲେ। ପ୍ରକୃତରେ ଭଗବାନ ଶ୍ରୀକୃଷ୍ଣ ଏହି କୃତ୍ରିମ ସନ୍ଧ୍ୟାର ସୂତ୍ରପାତ ନିମନ୍ତେ ସତେବେଳେ ଦୃଷ୍ଟିଗୋଚର ହେଉଥିବା ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗର ସାହାଯ୍ୟ ନେଇଥିବାର ବିଶ୍ୱାସ କରାଯାଏ।
ଇତିହାସରେ ଚନ୍ଦ୍ରଗ୍ରହଣ: ଇଟାଲୀୟ ନାବିକ ଖ୍ରୀଷ୍ଟୋଫର କଲମ୍ବସଙ୍କ ଅଭିଯାତ୍ରୀ ଦଳ ୧୪୯୪ ଖ୍ରୀଷ୍ଟାଦ୍ଦରେ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ ଜାମାଇକାରେ ପହଞ୍ଚତ୍ଥିଲେ। ମାତ୍ର ସେଠାକାର ଆଦିମ ଅଧିବାସୀମାନେ ଏହି ଶ୍ୱେତାଙ୍ଗ ଆଗନ୍ତୁକମାନଙ୍କୁ ହତାଦର କଲେ। ଏଥିରେ କ୍ରୋଧାନ୍ବିତ ହୋଇ କଲମ୍ବସ ଆଦିମ ଅଧିବାସୀମାନଙ୍କର ପ୍ରିୟ ଦେବତା ଚନ୍ଦ୍ରଙ୍କୁ ସେଦିନ ରାତିରେ ଲୁଚାଇ ଦେବାର ଘୋଷଣା କଲେ। ସତକୁ ସତ ସେଦିନ ରାତିରେ ନିର୍ଦ୍ଧାରିତ ସମୟରେ ଏକ କଳା ବାଦଲ ଆସି ଚନ୍ଦ୍ରକୁ ଢାଙ୍କି ପକେଇଲା। ଆଦିମ ଅଧିବାସୀମାନେ ନିଜର ପ୍ରିୟ ଦେବତା ଚନ୍ଦ୍ରଙ୍କର ଏ ଦୁର୍ଦ୍ଦଶା ଦେଖି କାତର ହୋଇ ଚନ୍ଦ୍ରଙ୍କର ପୂର୍ବ ତେଜ ଫେରାଇ ଦେବା ପାଇଁ କଲମ୍ବସଙ୍କୁ ପ୍ରାର୍ଥନା କଲେ। କଲମ୍ବସ ସନ୍ତୁଷ୍ଟ ହୋଇ ନିର୍ଦ୍ଦେଶ ଦେବାରୁ ଚନ୍ଦ୍ରଙ୍କର ପୂର୍ବ ତେଜ କିଛି ସମୟ ପରେ ପୁଣି ଫେରି ଆସିଥିଲା। ଆଦିମ ଅଧିବାସୀମାନେ କଲମ୍ବସଙ୍କର ଏହି ଅଲୌକିକ ଘଟଣାରେ ଶଙ୍କିତ ହୋଇ କଲମ୍ବସଙ୍କୁ ଦେବତା ତୁଲ୍ୟ ମଣି ପୂଜା କରିଥିଲେ। ମାତ୍ର କଲମ୍ବସ ଯେ ଏ ଅଲୌକିକ ଘଟଣା ପାଇଁ ଏକ ପ୍ରାକୃତିକ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ସାହାଯ୍ୟ ନେଇଥିଲେ ତାହା ଆଦିମ ଅଧିବାସୀଙ୍କର ଅଜ୍ଞତାରେ ରହିଗଲା।
ସମାଜରେ ବିଶ୍ୱାସ ଓ ଅନ୍ଧବିଶ୍ୱାସ: ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ ଜନଜୀବନ ପାଇଁ ହାନିକାରକ ହୋଇଥିବାରୁ ଏହି ସମୟରେ ପଦାକୁ ବାହାରିବାକୁ ସାଧାରଣତଃ ମନା କରାଯାଏ। ଏ ସମୟରେ ଖାଦ୍ୟ ଗ୍ରହଣ ତଥା ଭୋଜନ ନିଷେଧ କରାଯାଏ। ପରାଗଗ୍ରସ୍ତ ସୂର୍ଯ୍ୟକିରଣ ଗର୍ଭବତୀର ଗର୍ଭସ୍ଥ ଶିଶୁ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ଅଛି। ଏ ସମୟରେ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ତଥା ପ୍ରଚଳିତ ଦେବନୀତିରେ ପରିବର୍ତ୍ତନ କରାଯାଏ। ଏ ସମୟରେ ମଧ୍ୟ ବନ୍ଧୁମିଳନ ତଥା ଦୂରଯାତ୍ରା ନିଷେଧ କରାଯାଇଥାଏ। ଗ୍ରହଣ କିମ୍ବା ପରାଗ ସରିଗଲେ ନଦୀ କିମ୍ବା ପୁଷ୍କରିଣୀରେ ମଧ୍ୟ ସ୍ନାନ କରିବା ବିଧି ପ୍ରଚଳିତ ଅଛି।
ବିଭିନ୍ନ ସଭ୍ୟତାରେ ବିଶ୍ୱାସ: ଚାଇନାର ଲୋକମାନେ ଚନ୍ଦ୍ର ଓ ସୂର୍ଯ୍ୟକୁ ଯଥାକ୍ରମେ ଗ୍ରହଣ କିମ୍ବା ପରାଗ ସମୟରେ ଏକ ଡ୍ରାଗନ ଗିଳି ଦେଉଥିବାର ବିଶ୍ୱାସ କରନ୍ତି। ସେହିପରି ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର ଆଦିମ ଅଧିବାସୀମାନେ ଏହି ସମୟରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଆକାଶରେ କୁକୁର ହେଟାବାଘ ଭଳି କିଛି ବନ୍ୟଜୀବ ଭକ୍ଷଣ କରୁଥିବାର ବିଶ୍ୱାସ କରନ୍ତି। ସୁତରାଂ ସେମାନେ ଗ୍ରହଣ କିମ୍ବା ପରାଗ ସମୟରେ ଏହି ଜୀବମାନଙ୍କୁ ଘଉଡାଇବା ପାଇଁ ବାଜା ବଜେଇ ଆକାଶକୁ ତୀର ନିକ୍ଷେପ କରୁଥିଲେ।
ସମାଜରେ ପ୍ରଚଳିତ ଏସବୁ ବିଶ୍ୱାସ ଓ ଅନ୍ଧବିଶ୍ୱାସ ପଛରେ କିନ୍ତୁ କୌଣସି ବୈଜ୍ଞାନିକ ଯଥାର୍ଥତା ନାହିଁ। ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ ପ୍ରକୃତରେ ମହାକାଶୀୟ ଘଟଣାବଳୀ ଏବଂ ଏହା ସହିତ କୌଣସି ପାର୍ଥତ୍ବ ଘଟଣାର ସମ୍ପର୍କ ନାହିଁ। ସୁତରାଂ ପ୍ରକୃତିର ଏ ଅଲୌକିକ ଉନ୍ମୋଚନ ସମୟରେ ଆମେ ଡରି ନ ଯାଇ ପ୍ରକୃଷ୍ଟ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସହିତ ଏ ଅଫୁରନ୍ତ ଘଟଣାକୁ ନିରାପଦ ମାଧ୍ୟମରେ ଅବଲୋକନ ସହିତ ଉପଭୋଗ କରିବା ଉଚିତ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?