ଏସି ଟ୍ରକ୍‌

ସଡ଼କ ପରିବହନ କ୍ଷେତ୍ରରେ ଟ୍ରକ୍‌ର ବଡ଼ ଭୂମିକା ଅଛି। ଏ ଦୃଷ୍ଟିରୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଚାଳକଙ୍କ ଭଲ ପାଇଁ ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, ୨୦୨୫ ଅକ୍ଟୋବର ୧ ଏବଂ ଏହାପରେ ଯେଉଁସବୁ ଟ୍ରକ୍‌ ନିର୍ମାଣ କରାଯିବ ସେଥିରେ ଡ୍ରାଇଭରଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାବିନ୍‌କୁ ବାତାନୁକୂଳିତ (ଏସି) କରାଯିବା ବାଧ୍ୟତାମୂଳକ। ଏହି ଚିଠା ବିଜ୍ଞପ୍ତି ସମ୍ପର୍କରେ ଚଳିତବର୍ଷ ଜୁଲାଇରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ୍‌କରୀ ସୂଚନା ଦେବାର ୪ ମାସ ପରେ ପରେ ଏହା ଜାରି କରାଯାଇଛି। ସଡ଼କ ପରିବହନରେ ଟ୍ରକ୍‌ ଡାଇଭରମାନଙ୍କ କାର୍ଯ୍ୟ ଓ ମାନସିକ ସ୍ତରରେ ଥିବା ସମସ୍ୟାର ସମାଧାନ ହେବା ଦରକାର ବୋଲି ଗଡ୍‌କରୀ ଯୁକ୍ତି ବାଢ଼ିଥିଲେ। ଗଡ୍‌କରୀଙ୍କ ଏହି ନିଷ୍ପତ୍ତି କେତେ ସଫଳ ହେବ ତାହା ଏସି କ୍ୟାବିନ୍‌ ଥିବା ଟ୍ରକ୍‌ ରାସ୍ତାରେ ଗଡ଼ିଲେ ଜଣାପଡ଼ିବ। କିନ୍ତୁ ଏବେ ସେମାନେ ଯେଉଁ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାର ବାସ୍ତବତାକୁ ଅନୁଭବ କରାଯିବା ଦରକାର। ସଡ଼କରେ ଦୀର୍ଘପଥ ଅତିକ୍ରମ କରୁଥିବା ଟ୍ରକ୍‌ ଚାଳକଙ୍କ ବିଶ୍ରାମ ପାଇଁ ଏଯାବତ୍‌ କୌଣସି ଉନ୍ନତ ଆଶ୍ରୟସ୍ଥଳ କାହା ଆଖିରେ ପଡ଼ି ନ ଥିବ। ନୂତନ ଭାବେ ଅନେକ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ରାଜପଥ (ନ୍ୟାଶନାଲ ହାଇଓ୍ବେ)ରେ କ୍ୱଚିତ ଶୌଚାଳୟ ବ୍ୟବସ୍ଥା, ଗାଡ଼ି ଖରାପ ହେଲେ ଅଟକିବାର ଲେ-ବାଇ ସ୍ଥାନ ଓ ଚାଳକଙ୍କ ବିଶ୍ରାମ ଗୃହ ବୋଲି କୌଣସି ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳେ ନାହିଁ। କେବଳ ବିକଶିତ ଦେଶ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଛୋଟ ବଡ଼ ସବୁ ଦେଶରେ ଏହି ମୌଳିକ ସୁବିଧା ଚାଳକମାନଙ୍କୁ ମିଳିଥାଏ। ଭାରତରେ ଅନେକ ଜିଲାରେ ରାସ୍ତାକଡ଼ର ଢାବା ଏବଂ ଖାଦ୍ୟ ମିଳିବାର ସୁବିଧାକୁ ପୋଲିସ ଜୁଲମ୍‌ କରି ବନ୍ଦ କରିଦେଉଥିବାରୁ ଜାତୀୟ ରାଜପଥଗୁଡ଼ିକରେ ଖାଇବାକୁ ମିଳେ ନାହିଁ।
ଏହା ବ୍ୟତୀତ ଟ୍ରକ୍‌ ପାର୍କିଂ ସ୍ଥାନ କଥା ନ କହିଲେ ଭଲ। ଯେଉଁଠି ରହଣି ଲାଗି ସ୍ଥାନ ନିର୍ଦ୍ଧାରିତ ହୁଏ ତାହା ପ୍ରାୟତଃ କିଛିଦିନ ପରେ ଜବରଦଖଲକୁ ଚାଲିଯାଏ। ଫଳରେ ବିଳମ୍ବିତ ରାତିରେ ରାସ୍ତା କଡ଼ରେ ଟ୍ରକ୍‌ଗୁଡ଼ିକ ଧାଡ଼ି ହୋଇ ଠିଆ ହେବା ଦୃଶ୍ୟ ଦେଖିବାକୁ ମିଳେ। ଏତିକିରେ ସେମାନଙ୍କ ଦୁର୍ଦ୍ଦଶା ସରେ ନାହିଁ, ବରଂ ସ୍ଥାନୀୟ ପୋଲିସ ଜୁଲମ୍‌ର ଶିକାର ହେବା ବହୁ ସମୟରେ ସୋସିଆଲ ମିଡିଆରୁ ସାମ୍ନାକୁ ଆସେ। ଭାରତରେ ଏବେ ୬୦-୭୦ ଲକ୍ଷ କମର୍ସିଆଲ ଟ୍ରକ୍‌ ଅଛି ଓ ପ୍ରତିବର୍ଷ ବିଭିନ୍ନ ବର୍ଗର ପାଖାପାଖି ୯ ଲକ୍ଷ ନୂଆ ଟ୍ରକ୍‌ ଏଥିରେ ଯୋଡ଼ି ହେଉଛି। ଏଥିରୁ ପ୍ରତିଦିନ ୨୦-୩୦ ପ୍ରତିଶତ ଟ୍ରକ୍‌ ରାସ୍ତାରେ ଚାଲୁଥିବାବେଳେ ଅନ୍ୟଗୁଡ଼ିକ ଲୋଡିଂ, ଅନଲୋଡିଂ, ବ୍ରେକ୍‌ଡାଉନ କିମ୍ବା ଚାଳକ ଅଭାବରୁ ଅଟକି ରହିଥାନ୍ତି। ଟ୍ରକ୍‌ କ୍ଷେତ୍ରରେ ବିଶେଷକରି ଚାଳକମାନଙ୍କ ଦକ୍ଷତା ଓ ପ୍ରଶିକ୍ଷଣ ଗୁରୁତ୍ୱ ବହନ କରେ। କିନ୍ତୁ ଭାରତରେ ଏହାର ଅଭାବ ପରିଲକ୍ଷିତ ହୁଏ। ସଡ଼କ ପରିବହନ ସହ ଜଡ଼ିତ ଅନେକ ସଂଗଠନ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ଭାରତରେ ପ୍ରତି ୧୦୦ ଟ୍ରକ୍‌ ପାଇଁ ୮୦-୮୫ ଜଣ ଚାଳକ ଅଛନ୍ତି। ଏହି ଚାଳକଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷ ନୁହନ୍ତି କିମ୍ବା ନିଜେ ଶିଖି ଗାଡ଼ିଚଳାଉଛନ୍ତି। ଏହାବାଦ୍‌ ଏବେ ପରିବହନ କ୍ଷେତ୍ରରେ କାର୍ବନ ନିର୍ଗମନ ହ୍ରାସ ଏକ ଚ୍ୟାଲେଞ୍ଜ ହୋଇଛି। ଏପରିସ୍ଥଳେ ଭାରତ ଆମଦାନୀ କରୁଥିବା ତୈଳର ଏକ ଚତୁର୍ଥାଂଶ କେବଳ ଟ୍ରକ୍‌ରେ ଇନ୍ଧନ ଭାବେ ବ୍ୟବହାର ହେଉଥିବାର ଜଣାପଡ଼ିଛି। ଫଳରେ ସଡ଼କ ପରିବହନ କ୍ଷେତ୍ରରେ ଅତ୍ୟଧିକ ଅଙ୍ଗାରକ ନିର୍ଗମନ ହେଉଛିି। ଏହାକୁ ହ୍ରାସ କରିବାକୁ ହେଲେ ବିଦ୍ୟୁତ୍‌ କିମ୍ବା ଉଦ୍‌ଜାନ ଚାଳିତ ଟ୍ରକର ଭୂମିକା ଅଧିକ ରହିବ। କିନ୍ତୁ ଗତ ସେପ୍ଟେମ୍ବରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଇଣ୍ଡିଆ ଗେଟ ନିକଟରେ ଦେଶର ପ୍ରଥମ ସବୁଜ ଉଦ୍‌ଜାନ ଚାଳିତ ବସ୍‌ର ଶୁଭାରମ୍ଭ କରିବା ପରେ ଏଯାବତ୍‌ ଏଭଳି ଟ୍ରକ୍‌ ବିଷୟରେ କିଛି କୁହାଯାଇନାହିଁ। ସମାନ ଭାବେ ଗଡ୍‌କରୀ ଉଦ୍‌ଜାନ ଚାଳିତ କାର ଚଢ଼ି ପାର୍ଲାମେଣ୍ଟକୁ ଯିବା ପରେ ଟ୍ରକ ବିଷୟରେ ପଦୁଟିଏ କହିଥିବା କେହି ଶୁଣି ନ ଥିବେ । ଦେଖାଯାଉଛି ସବୁ ବିଷୟକୁ ଜାକଜମକରେ ଘୋଷଣା କରାଉଥିବାବେଳେ ତାହାର ଅଗ୍ରଗତି ପୂରା ଧିମା। ହେଲେ ଏବେ ବାତାନୁକୂଳିତ କ୍ୟାବିନ ଥିବା ଟ୍ରକ ବିଷୟ ଯାହା କୁହାଯାଉଛି ତାହା ଜୈବ ଇନ୍ଧନ କିମ୍ବା ବିିଦ୍ୟୁତ ବା ଉଦ୍‌ଜାନ କି ଇଥାନଲରେ ଚାଲିବ ତାହା ସ୍ପଷ୍ଟ କରାଯାଇନାହିଁ। ଏସି କ୍ୟାବିନ ହୁଏତ ଚାଳକଙ୍କ ପାଇଁ ଭବିଷ୍ୟତରେ କିଛି ଆରାମ ଦେଇପାରେ କିନ୍ତୁ ସେମାନେ ସମ୍ମୁଖୀନ ହେଉଥିବା ମୌଳିକ ସମସ୍ୟାର ସମାଧାନ ନ ହେଲେ ପରିବହନରେ ସୁଧାର ଆସିବା ଅସମ୍ଭବ ହୋଇଯିବ।
କେନ୍ଦ୍ରମନ୍ତ୍ରୀଙ୍କର ଏସି ବାତାବରଣରେ ରହିବାର ଅଭ୍ୟାସ ଅଛି। ଟ୍ରକ୍‌ ଡ୍ରଇଭରଙ୍କୁ ଏସି ବାତାବରଣରେ ଗାଡ଼ି ଚଳାଇବାର ସୁବିଧା ଯୋଗାଇଦେବା ପାଇଁ ଗଡ୍‌କରୀଙ୍କ ଚିନ୍ତାଧାରା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ତେବେ ଦୀର୍ଘସମୟ ଗାଡ଼ି ଚଳାଉଥିବା ଭାରତୀୟ ଟ୍ରକ୍‌ ଚାଳକମାନେ ଏସି କ୍ୟାବିନ୍‌ରେ ଶୋଇପଡ଼ିବାର ଭୟ ମଧ୍ୟ ବୃଦ୍ଧି ପାଇପାରେ। ସୁବିଧା ଯୋଗାଇବା ସହିତ ସଡ଼କ ଦୁର୍ଘଟଣା ହ୍ରାସ କରିବା ସମ୍ପର୍କରେ କେନ୍ଦ୍ର ସରକାରଙ୍କର ଅଧିକ ଚିନ୍ତା ଓ ପଦକ୍ଷେପ ରହିଲେ ଜୀବନ ହାନି ହୁଅନ୍ତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?