ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଥାନାରେ ମାମଲା

ହିଞ୍ଜିଳିକାଟୁ, ୯।୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ନନ୍ଦିକ ଗ୍ରାମ ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳଙ୍କୁ ବୁଧବାର ରାତିରେ ଦୁର୍ବ୍ୟବହାର ସହ ଧମକ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ବିଜେଡି ନେତା ତଥା ହିଞ୍ଜିଳିକାଟୁ ବ୍ଳକ ସରପଞ୍ଚ ସଂଘ ସଭାପତି ଭଉଳ ଘରେ ଥିବା ସମୟରେ ରାତି ପ୍ରାୟ ୧୦ରେ ଉକ୍ତ ଗ୍ରାମର ପପୁନ ପ୍ରଧାନ ନାମକ ଜଣେ ଯୁବକ ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଳିଗୁଲଜ କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ଏଥିନେଇ ହିଞ୍ଜିଳି ଥାନାରେ କେସ ନଂ – ୨୭/୨୫ରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଏକ ପାଲଟା ଅଭିଯୋଗ କ୍ରମେ ନନ୍ଦିକ ଗ୍ରାମର ପପୁ ପ୍ରଧାନ ସିକିରି ଗ୍ରାମରେ ଥିବା ସମୟରେ ସରପଞ୍ଚଙ୍କ ଜଣେ ସମ୍ପର୍କୀୟ ନନ୍ଦିକ ଗ୍ରାମକୁ ଡାକି ନେଇଥିଲେ। ସେଠାରେ ନନ୍ଦିକ ସରପଞ୍ଚ ଭଉଳ ପୂର୍ବ ରାଜନୈତିକ ଶତ୍ରୁତା ରଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଥାନାରେ ପପୁ ଅଭିଯୋଗ କରିଛନ୍ତି। ପପୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ- ୨୬/୨୫ ରେ ଏକ ମାମଲା ରୁଜୁ ହୋଇଛି । ଏ ସଂକ୍ରାନ୍ତରେ ସରପଞ୍ଚ ଭଉଳଙ୍କ ଜଣେ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ଭାଜପା ଓ ବିଜେଡି ନେତୃମଣ୍ଡଳୀ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ...

ଦିନ ଦ୍ବିପହରରେ ଏସ୍‌ପି ଅଫିସ ପାଖେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

କେନ୍ଦୁଝର,୧୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣିନେଲେ ଲୁଟେରା। ଏହି ଘଟଣା ବୁଧବାର ଘଟିଥିବା ଜଣାପଡିଛି। ତେବେ ପୋଲିସ ଗୁରୁବାର ଘଟଣାସ୍ଥଳରେ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

ଗାଁ ପାହାଡ଼ରୁ ପଥର ଖୋଳୁଥିବାବେଳେ ଅଘଟଣ, ମାଟି ଅତଡ଼ା ଖସି ଶ୍ରମିକ ମୃତ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଆମ୍ବ ଗାଁ ନିକଟ କାଙ୍କରା ପାହାଡ଼ରୁ ମାଟି ଅତଡ଼ା ଖସି ଜଣେ ଶ୍ରମିକ ଗୁରୁବାର ମୃତ୍ୟୁବରଣ...

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ତହସିଲଦାର

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): ବ୍ଲକସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଏସ୍‌ଏସ୍‌ଓ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର,୧୬।୧: ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର...

ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା: ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ପୁରୁଷୋତ୍ତମପୁର,୧୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଗୁରୁବାର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାର ଖୋଲିଥିବା ମଣ୍ଡିରୁ...

ଧନୁଯାତ୍ରା ଦେଖିବାକୁ ଆସି ବଳାତ୍କାରର ଶିକାର ହେଲେ ଯୁବତୀ: ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୧୬ା୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବାବେଳେ ଗତ ୧୨ତାରିଖ ଧନୁଯାତ୍ରା ଦେଖିବାକୁ ଆସିଥିବା ଜଣେ ଯୁବତୀ ନିଖୋଜ ହୋଇଯିବା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri