ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ ଅସଂଖ୍ୟ ପୋଷ୍ଟ ହେଉଥିବା ଦେଖିବାକୁ ମିଳେ। ମନେହୁଏ ଯେପରି ଅନ୍ୟ କୌଣସି ଜାଗାରେ ଦୀପାବଳି ସହିତ ସମ୍ପୃକ୍ତ ପ୍ରଦୂଷଣ ସମସ୍ୟା ସୃଷ୍ଟି ହୁଏ ନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବାୟୁ ପ୍ରଦୂଷଣକୁ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅନୁଯାୟୀ ଦିଲ୍ଲୀରେ ଏହା ‘ଅତ୍ୟଧିକ କ୍ଷତିକାରକ’ ସ୍ତରରେ ପହଞ୍ଚତ୍ଥିବା ଦର୍ଶାଇଛି। ଏହି ପରିପ୍ରେକ୍ଷୀରେ ଦେଖିଲେ, ଓଡ଼ିଶାର ଦ୍ୱୈତ ନଗରୀ କଟକ-ଭୁବନେଶ୍ୱରରେ ଏହା ମଧ୍ୟମଧରଣକୁ ଅତିକ୍ରମ କରି ଖରାପ ଆଡ଼କୁ ଯାଇଥିବାର ତଥ୍ୟ ମିଳିଛି। ଚଳିତ ଥର ଓଡ଼ିଶାରେ ଦୀପାବଳି ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ପାଳନ ହୋଇଥିବାରୁ ବାଣଫୁଟା ଦୁଇଗୁଣା ବଢ଼ି ଯାଇଥିଲା। ଗୋଟେ ଉତ୍ସବ ଦୁଇ ଦିନ ପଡ଼ିବାରୁ ଲୋକେ ଖୁସିରେ ଆତସବାଜି କାର୍ଯ୍ୟକ୍ରମରେ ମାତିଯିବାରୁ ଏଠାକାର ଆକାଶ ବହଳିଆ ବାୟୁ ପ୍ରଦୂଷଣରେ ଆଚ୍ଛାଦିତ ହୋଇଯାଇଥିଲା। ଜ୍ୟୋତିର୍ବିଦ୍ୟା ଗଣନାକୁ ମାନିବାକୁ ପଡ଼ିବ ବୋଲି ଲୋକେ କୁହାକୁହି ହେଲେଣି। ଆଗରୁ ଏଭଳି ପଡ଼ୁ ନ ଥିବା ବେଳେ ଏହା ପଛରେ ବ୍ୟବସାୟିକ ଦିଗକୁ ସନ୍ଦେହ କରାଯାଉଛି।
ଓଡ଼ିଶାର ଯେଉଁ ବିଶେଷତା ଥିଲା ତାହା ଉଭୟ ଦକ୍ଷିଣ ଭାରତ ଓ ଉତ୍ତର ଭାରତର ହିନ୍ଦୁ ଚିନ୍ତାଧାରା ତୁଳନାରେ ଭିନ୍ନ । ସମ୍ଭବତଃ ରାଜନୈତିକ ପରିବର୍ତ୍ତନ ସହ ଏକ ଧାର୍ମିକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା ଆରମ୍ଭ ହୋଇଗଲାଣି। ଖୋଲାଖୋଲି ଡାକି କହି ଧର୍ମରେ ପରିବର୍ତ୍ତନ ଆଣିବା କେବେ ହେଲେ ସମ୍ଭବପର ହୁଏ ନାହିଁ। ଓଡ଼ିଆଙ୍କୁ ଭୁଆଁ ବୁଲାଇବା ପାଇଁ ପାଞ୍ଜିର ବାଟ ସବୁଠୁ ସହଜ। ଏଠାରେ ମନେରଖିବାକୁ ହେବ ଯେ, ଓଡ଼ିଶାରୁ ପ୍ରକାଶ ପାଉଥିବା ବିଭିନ୍ନ ପାଞ୍ଜିର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ସମସ୍ତ ପାଞ୍ଜି ବିଭିନ୍ନ
ଘରୋଇ ଜ୍ୟୋତିଷୀ ଓ ପ୍ରକାଶକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ତେଣୁ ଗୋଟିଏପଟେ ଓଡ଼ିଶାର ହିନ୍ଦୁଙ୍କୁ ଉତ୍ତର ଭାରତ ସହ ମିଶାଇବାରେ ୨୦୨୪ ଦୀପାବଳି ଏକ ଆଖିଦୃଶିଆ ପ୍ରୟାସକୁ ପଦାରେ ପକାଇଛି। ଏହି ମନ୍ଦ ରାଜନୈତିକ ଚିନ୍ତାଧାରା ପଛରେ ବ୍ୟବସାୟିକ ଉଦ୍ଦେଶ୍ୟ ଅବିଶ୍ୱସନୀୟ ମନେ ହେଉନାହିଁ। ପାଞ୍ଜି ପ୍ରସ୍ତୁତକର୍ତ୍ତାଙ୍କୁ କିଛି ଅର୍ଥ ଦାନକରି ତାରିଖ ବଦଳାଇବା ଆଦୌ କଷ୍ଟକର ନୁହେଁ। ଛପା ହୋଇଥିବା ପାଞ୍ଜି ଏକପ୍ରକାର ବେଦର ଗାର ଭାବେ ଓଡ଼ିଆଙ୍କୁ ପ୍ରଭାବିତ କରିଥାଏ। ବାଣ ବ୍ୟବସାୟୀଙ୍କ ପାଇଁ ଦୁଇ ଦିନର ଦୀପାବଳିର ଅର୍ଥ ହେଉଛି ଦୁଇଗୁଣା ବିକ୍ରି। ଅର୍ଥାତ୍‌ ଦୁଇଗୁଣା ଲାଭ। ସେହି ଲାଭରୁ ପଞ୍ଜିକା ପ୍ରସ୍ତୁତ ପାଇଁ ଅଳ୍ପ କିଛି ଅର୍ଥ ଦେଲେ ତାହାକୁ କେବେହେଲେ କେହି ସିବିଆଇ କିମ୍ବା ଭିଜିଲାନ୍ସ ଲଗାଇ ଧରିବେ ନାହିଁ। ଧର୍ମ ବଦଳିଯିବ, ଅର୍ଥ ଲାଭ ଦୁଇଗୁଣ ହୋଇଯିବ ଏବଂ ତା’ସହିତ ପ୍ରଦୂଷଣ ମଧ୍ୟ ଦୁଇଗୁଣା ବଢ଼ିଗଲା।
ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନର କୁପ୍ରଭାବ ସମ୍ପୂର୍ଣ୍ଣ ଭାବେ ଆମ୍ଭେମାନେ ସ୍ଥାନୀୟ ସ୍ତରରେ ଅନୁଭବ କଲେଣି। ନଭେମ୍ବର ପ୍ରଥମ ସପ୍ତାହ ଆଡ଼କୁ ଶୋଇଲା ବେଳେ ଘୋଡ଼ାଇ ହେବା ପାଇଁ କମ୍ବଳ ଦରକାର ପଡ଼ୁଥିଲା। ବିଶେଷକରି ନେପାଳୀ ବିକ୍ରେତାମାନେ ହାଟବଜାର, ରାସ୍ତାକଡ଼ରେ ସେମାନଙ୍କ ଗରମ ବସ୍ତ୍ରର ପସରା ମେଲେଇ ଦେଉଥିଲେ। ହେଲେ ଏବେ ଖରାଦିନ ଭଳି ପଙ୍ଖା ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଟିକୁ ବିରାମ ମିଳୁ ନାହିଁ। ଏହା ସତ୍ତ୍ୱେ ଧର୍ମ ଓ ପରମ୍ପରା ବଜାୟ ରଖିବା ଜିଦ୍‌ରେ ଲୋକେ ବାୟୁ ପ୍ରଦୂଷଣ କରିବାରେ ବ୍ୟସ୍ତ। ଯଦି କେହି ସଚେତନ ଲୋକ କମ୍‌ ବାଣ ଫୁଟାଇବା ଦରକାର ବୋଲି କହି ଦେଉଥାଆନ୍ତି, ଶିକ୍ଷିତ ଲୋକମାନେ ହେଉଥିଲେ ମଧ୍ୟ ତାଙ୍କ ସହ ଉଚ୍ଚବାଚ କରୁଥିବା ଦେଖିବାକୁ ମିଳୁଛି। ଏଥିସହିତ ଜାତୀୟ ସବୁଜ ଟ୍ରିବ୍ୟୁନାଲ ଯେଉଁଭଳି ଓଡ଼ିଶାକୁ ତାଗିଦ୍‌ କରିଛି, ତାହା ଅତ୍ୟନ୍ତ ଚିନ୍ତାର ବିଷୟ। ଓଡ଼ିଶାର ବିଶେଷକରି ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁ ସହିତ ପାଇଖାନା ମଇଳା ପରିଚାଳନାରେ ଆମ ରାଜ୍ୟ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହିସବୁର ଗଦାଗଦା ପାହାଡ଼ ସୃଷ୍ଟି ହେଉଛି। ଏହା ନିକଟରେ ବାସ କରୁଥିବା ନାଗରିକଙ୍କ ସମସ୍ୟା ସମ୍ପର୍କରେ ଶୁଣିବାକୁ କୌଣସି ବ୍ୟବସ୍ଥା ନାହିଁ। ସେଥିପାଇଁ ଏହା ହେଉଛି ଉପଯୁକ୍ତ ସମୟ ଯେତେବେଳେ ଓଡ଼ିଆ ଜାତି ତା’ର ଭବିଷ୍ୟତ ପିଢ଼ିର ସ୍ବାସ୍ଥ୍ୟ ଓ ଏହି ମାଟିର ସୁରକ୍ଷା ସକାଶେ ସବୁ ପ୍ରକାର ପ୍ରଦୂଷଣ ବିରୋଧରେ ସଚେତନ ହୋଇ ସ୍ବର ଉତ୍ତୋଳନ କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri