ଦେଶରୁ ଊର୍ଦ୍ଧ୍ୱ

ଆଜିର ଦିବସରେ ‘ଧରିତ୍ରୀ’ ତା’ର ୪୭ ବର୍ଷ ପୂରଣ କରି ୪୮ତମ ବର୍ଷରେ ପଦାର୍ପଣ କରୁଛି। ଆଜି ହେଉଛି ଯୋଗୀ ଶ୍ରୀଅରବିନ୍ଦଙ୍କ ସମାଧି ଦିବସ। ଗତ ୪୭ ବର୍ଷ ମଧ୍ୟରେ ଧରିତ୍ରୀ ନିଷ୍ଠାର ସହ ରାଜ୍ୟ, ଦେଶ ଓ ପୃଥିବୀର ଘଟଣାଗୁଡ଼ିକୁ ଯଥାସମ୍ଭବ ସଚ୍ଚୋଟ ଏବଂ ସ୍ପଷ୍ଟ ଭାବେ ପ୍ରକାଶ କରିଆସିଛି। ଅତୀତରେ ଏବଂ ଏବେ ମଧ୍ୟ ଧରିତ୍ରୀ ତା’ର ସ୍ୱର ପୀଡ଼ିତ, ଅସହାୟ ଓ ବଞ୍ଚିତଙ୍କ ପାଇଁ ଉଠାଇଆସିଛି। ସ୍ୱାଭାବିକ ଭାବେ ଏଥିପାଇଁ ଅନେକ ଶକ୍ତି ଧରିତ୍ରୀ ବିରୋଧରେ କାର୍ଯ୍ୟ କରୁଛନ୍ତି। ଏହା ସତ୍ତ୍ୱେ ଆମର ପାଠିକାପାଠକଙ୍କ ବିଶ୍ୱାସ ଏବଂ ଭରସା ଯୋଗୁ ଧରିତ୍ରୀ କେବଳ ବଞ୍ଚି ରହିନାହିଁ, ଓଡ଼ିଶାରେ ତାହା ଏକ ସାମାଜିକ ପ୍ରଭାବ ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଚାଲିଛି। ବିଗତ କିଛି ବର୍ଷରେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଉଠୁଥିବା ବିପଦକୁ ଲୋକଲୋଚନକୁ ଆଣିବାରେ ଧରିତ୍ରୀ ସବୁବେଳେ ନିର୍ଭୀକ ପ୍ରୟାସ କରିଆସିଛି।
ଆଜିର ପୃଥିବୀ ଅନେକ ବିପଦର ସମ୍ମୁଖୀନ ହେଉଛି। ପୂର୍ବରୁ ଚିନ୍ତା କରାଯାଉଥିଲା ଯେ, ବିପଦ କେବଳ ରାଜନୈତିକ ରୂପରେ ଆସିବ। ଏବେ ଜଣାପଡ଼ୁଛି ଯେ ଅର୍ଥନୈତିକ ଓ ରାଜନୈତିକ ବିପଦରୁ ଅଧିକ ଗୁରୁତ୍ୱ ଧାରଣ କରିଛି ସ୍ବାସ୍ଥ୍ୟଗତ ସଂକଟ। କରୋନା ମହାମାରୀକୁ ପ୍ରାୟ ଦୁଇବର୍ଷ ହେବାକୁ ଯାଉଛି। ଏହା ସତ୍ତ୍ୱେ ଆମେ ଯେଉଁମାନେ ଆଜି ବଞ୍ଚିରହିଛୁ, ଆମକୁ ମନେରଖିବାକୁ ହେବ ଯେ, ପ୍ରକୃତିର ଅଶେଷ ଆଶୀର୍ବାଦ ଯୋଗୁ ଏହା ସମ୍ଭବପର ହୋଇଛି। ସଚେତନ ନାଗରିକ ଭାବେ ନିଜର ଜୀବନଶୈଳୀ ଓ ମାନସିକତାକୁ ପରିବର୍ତ୍ତନ କରି ବାକି ରହିଥିବା ଜୀବନରେ ନୂତନ ମଣିଷ ରୂପେ ବଞ୍ଚତ୍ଲେ ହୁଏତ ପୃଥିବୀ ପାଇଁ ଆମେ ସମସ୍ତେ ସହଯୋଗୀ ଭାବେ କାର୍ଯ୍ୟ କରିପାରନ୍ତୁ। ବର୍ତ୍ତମାନ ଯେଭଳି ଭାବରେ ଜଳବାୟୁ ପରିବର୍ତ୍ତନ ଘଟୁଛି, ତାହାର କୁପ୍ରଭାବ ବିଶେଷକରି ଓଡ଼ିଶାରେ ଅନୁଭବ କରିହେଉଛି। ମନେପଡ଼େ ୧୯୯୮ରେ ପ୍ରଥମ ଥର ପାଇଁ ଅଂଶୁଘାତଜନିତ ମୃତ୍ୟୁ ସମ୍ପର୍କରେ ଶୁଣିବାକୁ ପାଇଥିଲୁ। ତା’ପରେ ୧୯୯୯ରେ ମହାବାତ୍ୟା ଇତିହାସ ରଚିଗଲା। ଆଶ୍ଚର୍ଯ୍ୟଜନକ ଭାବେ ପ୍ରତିବର୍ଷ ବଜ୍ରାଘାତରେ ଅନେକ ଶହ ଲୋକଙ୍କର ମୃତ୍ୟୁ ଆମ ରାଜ୍ୟରେ ଘଟିଚାଲିଛି। ଫାଇଲିନ୍‌ଠାରୁ ଆରମ୍ଭ କରି ହୁଡ୍‌ହୁଡ୍‌, ତିତ୍‌ଲି, ଫନୀ, ଅମ୍ଫନ୍‌ ଓ ୟସ୍‌ ପର୍ଯ୍ୟନ୍ତ ସବୁ ପ୍ରକୃତିର କ୍ରୋଧ ଦର୍ଶାଇଲେ। ୨୦୨୦ରୁ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସମସ୍ତଙ୍କୁ ସଚେତନ କରାଇଦେଲା ଯେ, ମଣିଷକୃତ ଏହିଭଳି ବିପଦ ରାଜ୍ୟକୁ ଅନେକ କ୍ଷତି ପହୁଞ୍ଚାଉଛି।
କୌତୂହଳର ବିଷୟ ହେଉଛି ଯେ, ଅନେକ ରାଜନୈତିକ ଚିନ୍ତାଧାରା ଆମକୁ ଧର୍ମ ଓ ଜାତୀୟତାବାଦ ବିଷୟରେ ଉଗ୍ର କରାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏବକାର ପରିବେଶ ପ୍ରତି ଉପୁଜିଥିବା ବିପଦ କୌଣସି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡ ବା ରାଜନୀତି ଦ୍ୱାରା ସୃଷ୍ଟି କରାଯାଇଥିବା ମାନଚିତ୍ରରେ ସୀମିତ ରହୁନାହିଁ। ମାଡ଼ ଯେତେବେଳେ ଆରମ୍ଭ ହେଲାଣି ତାହା ଧର୍ମ କିମ୍ବା ଦେଶକୁ ଦେଖୁ ନାହିଁ। ତେଣୁ ଦେଶପ୍ରେମର ସଂଜ୍ଞାରେ ପରିବର୍ତ୍ତନ ଆଣି ବିଶ୍ୱପ୍ରେମ କଥା ଭାବିବାର ସମୟ ଆସିଗଲାଣି। ଏହାକୁ ଆମେ ଭାରତୀୟ ଏବଂ ବିଶେଷକରି ଓଡ଼ିଆ ଯଦି ବୁଝିବାକୁ ଅସ୍ବୀକାର କଲେ, ଆମେ ସବୁଠାରୁ ଅଧିକ କ୍ଷତିର ସମ୍ମୁଖୀନ ହେବା।
ଓଡ଼ିଆରେ ଢଗ ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଏବକାର ପରିବେଶ ସ୍ଥିତିକୁ ଦେଖିଲେ ମନେହେଉଛି ବାପାଙ୍କ ନାମ ବଞ୍ଚାଇରଖିବାକୁ ହେଲେ କେବଳ ଆପେ ନୁହେଁ, ସମସ୍ତ ମାନବଜାତିର ମଙ୍ଗଳ ପାଇଁ ଚିନ୍ତା ଓ କାର୍ଯ୍ୟ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri