ଗର୍ଭପାତ କଟକଣା: ଆମେରିକାରେ ଦ୍ୱନ୍ଦ୍ୱ

ଓ୍ବାଶିଂଟନ,୫ା୫: ୧୯୭୩ ମସିହାରେ ଆମେରିକା ସୁପ୍ରିମକୋର୍ଟ ‘ରୋ ବନାମ ଓ୍ବେଡ୍‌’ ମାମଲାର ବିଚାର କରି ଗର୍ଭପାତ କରାଇବା ସପକ୍ଷରେ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ନିଷ୍ପତ୍ତି ଗର୍ଭପାତ ଅଧିକାରକୁ ଆଇନତଃ ବୈଧ କରିଥିବାବେଳେ ଦେଶରେ ଏହାକୁ ନେଇ ଆଣ୍ଟାଇ ଆବର୍ସନ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଯଦିଓ ପୂର୍ବରୁ ମଧ୍ୟ ଏଭଳି ବିକ୍ଷୋଭ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଥିଲା, ତେବେ ଉକ୍ତ ରାୟ ଏହାକୁ ଜାତୀୟସ୍ତରୀୟ ଆନ୍ଦୋଳନର ରୂପ ଦେଇଥିଲା। ଏବେ ସୁପ୍ରିମକୋର୍ଟ ଉକ୍ତ ଗର୍ଭପାତ ଅଧିକାର ରାୟକୁ ପଲଟାଇପାରନ୍ତି ବୋଲି ଆମେରିକୀୟମାନେ ଆଶଙ୍କା କରି ରାସ୍ତାକୁ ଓହ୍ଲାଇଛନ୍ତି। ମୋଟାମୋଟି ଭାବେ ଏହା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି। ତେବେ ପ୍ରଧାନ ବିଚାରପତି ଜନ୍‌ ଗ୍ଲୋଭର ରବଟର୍‌ସ କହିଛନ୍ତି, ପ୍ରଘଟ ହୋଇଥିବା ଡ୍ରାଫ୍ଟ ଓପିନିୟନ୍‌ କୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ। ଯଦି ସୁପ୍ରିମକୋର୍ଟ ଏପରି ରାୟ ଦିଅନ୍ତି ତେବେ ଦେଶର ୨୨ ରାଜ୍ୟରେ ଗର୍ଭପାତ ଅବୈଧ ହୋଇଯିବ।

ଗର୍ଭପାତ ନିରୋଧୀ ୯୮ ପୃଷ୍ଠା ସମ୍ବଳିତ ଚିଠା ମତାମତ ସୋମବାର ରାତିରେ ଲିକ୍‌ ହେବା ପରେ ଦେଶରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଛି। କାରଣ ଶୀର୍ଷ ଅଦାଲତଙ୍କ ରାୟ ଆସିବା ପରେ ଦେଶର ସମସ୍ତ ରାଜ୍ୟରେ ତାହା ଲାଗୁ ହେବ। କେତେକ ରାଜ୍ୟ ବିଧାନସଭାରେ ଶାସକ ଦଳ ପକ୍ଷରୁ ଗର୍ଭପାତ ବନ୍ଦ ନେଇ ଆଇନ ଅଣାଯିବ। ଏଥିସହ ଗର୍ଭପାତ ପାଇଁ ବାହାରକୁ ଯିବାକୁ ଆଗ୍ରହୀ ମହିଳାଙ୍କ ଯାତ୍ରା ଉପରେ କଟକଣା ଲଗାଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତ କିଛିବର୍ଷ ଧରି ସଂଗୃହୀତ ଜନମତ ଅନୁସାରେ ଅଧିକାଂଶ ଆମେରିକୀୟ ଆବର୍ସନ ଉପରେ କଟକଣାକୁ ବିରୋଧ କରନ୍ତି। ନିକଟରେ ଏବିସି/ଓ୍ବାଶିଂଟନ ପୋଷ୍ଟ ପକ୍ଷରୁ ଏକ ଜନମତ ସର୍ଭେ କରାଯାଇଥିଲା। ୫୪% ଲୋକ ‘ରୋ ବନାମ ଓ୍ବେଡ୍‌’ ମାମଲାର ରାୟ ବଳବତ୍ତର ରହୁ ବୋଲି ଚାହୁଁଥିବାବେଳେ ୨୮ ପ୍ରତିଶତଙ୍କ ମତରେ ଏହାକୁ ପଲଟାଇ ଦିଆଯିବା ଉଚିତ। ଅନ୍ୟପକ୍ଷେ ୧୮% ଆମେରିକୀୟ ମତାମତ ଦେବାକୁ ମନା କରିଦେଇଥିଲେ। ଉପରୋକ୍ତ ମାମଲାର ରାୟକୁ ବଦଳାଇବା ନେଇ ବିବାଦ ଉପୁଜିବା ନୂଆ ନୁହେଁ। ସିଏନ୍‌ଏନ୍‌ ପକ୍ଷରୁ ୧୯୮୯ରେ ଏନେଇ କରାଯାଇଥିବା ଏକ ପୋଲ୍‌ରେ ଜଣାପଡ଼ିଥିଲା ଯେ, ଉକ୍ତ ରାୟ ବଦଳାଇବା ସପକ୍ଷରେ ଥିବା ଆମେରିକୀୟଙ୍କ ସଂଖ୍ୟା କେବେହେଲେ ୩୫%ରୁ ଊର୍ଦ୍ଧ୍ୱକୁ ଯାଇନାହିଁ। ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟ ସଂଖ୍ୟାଗରିଷ୍ଠ ଆମେରିକୀୟ ଚାହୁଁଥିବା ଆଇନ ଅନୁରୂପ ଏକ ରାୟ ଦେଇପାରନ୍ତି ବୋଲି କୁହାଯାଉଛି।

ଯେ, ୨୦୧୬ ରାଷ୍ଟ୍ରପତି ନିର୍ବାଚନ ବେଳେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ରୋ ରାୟକୁ ବଦଳାଇବା ନିମନ୍ତେ ସୁପ୍ରିମକୋର୍ଟରେ ବିଚାରପତିମାନଙ୍କୁ ନିଯୁକ୍ତି ପ୍ରଦାନର ପ୍ରତିଶ୍ରୁତି ଦେଇ ହ୍ବାଇଟ୍‌ ହାଉସ୍‌କୁ ଯିବାରେ ସମର୍ଥ ହୋଇଥିଲେ। ଟ୍ରମ୍ପ୍‌ ମଝିରେ ଗର୍ଭପାତ ଅଧିକାରକୁ ସମର୍ଥନ କରିଥିଲେ ହେଁ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ହୋଇଛି। କିନ୍ତୁ ଗର୍ଭପାତ ସପକ୍ଷରେ ସଙ୍ଗଠିତ ବିରୋଧର ଇତିହାସ ‘ରୋ ବନାମ ଓ୍ବେଡ୍‌’ ମାମଲାର ରାୟ ଆସିବାର ପ୍ରାୟ ଏକ ଶତାବ୍ଦି ତଳେ ବ୍ରିଟିଶ୍‌ ଆଇନକୁ ଅନୁକରଣ କରି ଆରମ୍ଭ ହୋଇସାରିଥିଲା।

ଆମେରିକୀୟ ମହିଳାମାନଙ୍କ ମନରେ ଗର୍ଭପାତ କରିବା ନେଇ ସାମ୍ବିଧାନିକ ଅଧିକାର ହରାଇବା ଆଶଙ୍କା ଉପୁଜିଥିବାବେଳେ ୧୯୭୩ରେ ‘ରୋ ବନାମ ଓ୍ବେଡ୍‌’ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟକୁ ଅନେକେ ମନେପକାଉଛନ୍ତି। ଏଥିସହ ରୋ ଏବଂ ଓ୍ବେଡ୍‌ ଚରିତ୍ରକୁ ନେଇ ମଧ୍ୟ ଲୋକଙ୍କ ମନରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଜେନ୍‌ ରୋ ନାମରେ ପରିଚିତ ମହିଳାଙ୍କ ମୂଳ ନାମ ହେଉଛି ମେକ୍‌କୋର୍ଭି, ଯିଏକି ୧୯୬୯ରେ ତୃତୀୟ ଶିଶୁକୁ ଗର୍ଭରେ ଧାରଣ କରିଥିଲେ। ରୋ ଗର୍ଭପାତ କରାଇବାକୁ ଚାହୁଁଥିଲେ। କିନ୍ତୁ ସେ ଟେକ୍ସାସ୍‌ରେ ରହୁଥିବାରୁ ଅସୁବିଧା ହୋଇଥିଲା। କାରଣ ଟେକ୍ସାସ୍‌ରେ କେବଳ ମା’ଙ୍କ ଜୀବନ ରକ୍ଷା ପାଇଁ ଜରୁରୀ ହେଲେ ଏହାକୁ ଆଇନତଃ ସ୍ବୀକୃତି ମିଳୁଥିଲା। ରୋଙ୍କ ଓକିଲମାନେ ଫେଡେରାଲ କୋର୍ଟରେ ହେନେରି ଓ୍ବେଡ୍‌ଙ୍କ ବିରୋଧରେ ପିଟିଶନ ଦାଖଲ କରିଥିଲେ। ପରେ ଟେକ୍ସାସ୍‌ କୋର୍ଟ ଏହି ମାମଲାକୁ ସୁପ୍ରିମକୋର୍ଟକୁ ଶୁଣାଣି ପାଇଁ ସ୍ଥାନାନ୍ତର କରିଥିଲେ। ସୁପ୍ରିମକୋର୍ଟ ରୋଙ୍କ ସପକ୍ଷରେ ରାୟ ଦେଇଥିଲେ। ଏଥିପାଇଁ ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନର ସହାୟତା ନିଆଯାଇଥିଲା, ଯାହାକି ଜଣେ ଗର୍ଭବତୀ ମହିଳାଙ୍କୁ ଗର୍ଭଧାରଣ/ଗର୍ଭପାତର ସ୍ବାଧୀନତା ଦେଇଥାଏ।

୧,୦୭୦ ଫୁଟ ଉଚ୍ଚ ଟାଓ୍ବାରକୁ ଚଢ଼ିଲେ ଗର୍ଭପାତ ବିରୋଧୀ କର୍ମୀ

ଇଣ୍ଟରନେଟ୍‌ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଆମେରିକାର ଜଣେ ଗର୍ଭପାତ ବିରୋଧୀ ଆକ୍ଟିଭିଷ୍ଟ ସାନ୍‌ ଫ୍ରାନ୍‌ସିସ୍କୋସ୍ଥିତ ସେଲ୍ସଫୋର୍ସ ଟାଓ୍ବାରକୁ ଚଢ଼ିଯାଇଥିବା ଦେଖିବାକୁ ମିଳୁଛି। ନିଜକୁ ‘ପ୍ରୋ-ଲାଇଫ୍‌ ସ୍ପାଇଡରମ୍ୟାନ୍‌’ ଦାବି କରୁଥିବା ଏହି ୨୨ ବର୍ଷୀୟ ବ୍ୟକ୍ତିଙ୍କ ନାମ ହେଉଛି ମେସିଅନ୍‌ ଡେସ୍‌ଚାମ୍ପ୍‌ସ। ମଙ୍ଗଳବାର ପୂର୍ବାହ୍ନ ୯ଟା ୨୧ରେ ସେ ଗର୍ଭପାତ ବିରୋଧରେ ବିକ୍ଷୋଭ କରିବାକୁ ଯାଇ ୧,୦୭୦ ଫୁଟ୍‌ ଉଚ୍ଚ ଟାଓ୍ବାରକୁ ଚଢ଼ିଥିଲେ।

ଆମେରିକାର ସପ୍ତଦଶ ଉଚ୍ଚତମ ଟାଓ୍ବାର ଉପରୁ ସେ ଟୁଇଟର ଓ ଇନ୍‌ଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନିଜେ ଚଢ଼ିବାବେଳର ଦୃଶ୍ୟ ପୋଷ୍ଟ କରିବା ପରେ ସେଗୁଡ଼ିକ ବହୁଳ ପ୍ରସାରିତ ହୋଇଛି। ଦେଖଣାହାରୀଙ୍କଠାରୁ ଖବର ପାଇ ପୋଲିସ ସେଠାକୁ ଯାଇ ମେସିଅନ୍‌ଙ୍କୁ ଗିରଫ କରିଥିଲା। ଗତମାସରେ ଓ୍ବାଶିଂଟନ ଡିସିର ଗର୍ଭପାତ ସପକ୍ଷବାଦୀ ଡାକ୍ତର ସେସାରେ ସାଣ୍ଟାନ୍‌ଗେଲୋଙ୍କ କ୍ଲିନିକ୍‌ ବାହାରେ ୧୧୫ ଶିଶୁଙ୍କ ଭ୍ରୂଣ ମିଳିଥିଲା। ସେସାରେ ସେମାନଙ୍କୁ ହତ୍ୟା କରିଥିଲେ। କିନ୍ତୁ ତାଙ୍କୁ ଜେଲ ପଠାଇବା ତ ଦୂରର କଥା, ତାଙ୍କ ବିରୋଧରେ କୌଣସି ତଦନ୍ତ ମଧ୍ୟ ଆରମ୍ଭ ହୋଇନାହିଁ ବୋଲି ଟାଓ୍ବାର ଚଢ଼ାଳି ମେସିଅନ୍‌ ନିଜ ପୋଷ୍ଟରେ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri