ଫ୍ରାନ୍ସ ସବୁଠୁ ବଡ଼ ସହଯୋଗୀ: ମୋଦି

ପ୍ୟାରିସ୍‌/କୋପେନହାଗେନ୍‌, ୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନ୍‌ମାର୍କରୁ ବୁଧବାର ପ୍ୟାରିସ୍‌ ଗସ୍ତ କରି ପୁନଃ ନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁଙ୍କୁ ଭେଟିଛନ୍ତି। ଫ୍ରାନ୍ସ ଭାରତର ସବୁଠୁ ବଡ଼ ସହଯୋଗୀ ବୋଲି ମୋଦି ଟୁଇଟ୍‌ କରିଛନ୍ତି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସମୟରେ ଫ୍ରାନ୍ସ ମଧ୍ୟସ୍ଥ ଭୂମିକା ନେଉଥିବାବେଳେ ନୂଆଦିଲ୍ଲୀର ନିରପେକ୍ଷ କୂଟନୀତି ଉପରେ ରାଷ୍ଟ୍ରଗୁଡ଼ିକର ନଜର ରହିଛି। ତେଣୁ ଦୁଇନେତାଙ୍କ ଏହି ସାକ୍ଷାତକୁ ଗୁରୁତ୍ୱ ଦିଆଯାଉଛି।

ୟୁରୋପ ଗସ୍ତର ଶେଷ ଦିନରେ ମୋଦି ଡେନ୍‌ମାର୍କରେ ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏଥିରେ ଡେନ୍‌ମାର୍କ, ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ, ନରଓ୍ବେ ଏବଂ ସୁଇଡେନ୍‌ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। ସମ୍ମିଳନୀରେ ମହାମାରୀ ଯୋଗୁ ପ୍ରଭାବିତ ଅର୍ଥନୀତିରେ ସୁଧାର, ଜଳବାୟୁ ପରିବର୍ତ୍ତନ, ପୁନଃ ବ୍ୟବହାରଯୋଗ୍ୟ ଶକ୍ତି ଏବଂ ବିକାଶଶୀଳ ବୈଶ୍ୱିକ ସୁରକ୍ଷା ସ୍ଥିତି ଉପରେ ଆଲୋଚନା ହୋଇଥିଲା। ଇଣ୍ଡିଆ-ନର୍ଡିକ ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ପୁଞ୍ଜି ବିନିଯୋଗ, ସ୍ବଚ୍ଛ ଶକ୍ତି, ଆର୍କଟିକ୍‌ ଗବେଷଣା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନର୍ଡିକ୍‌ ଦେଶଗୁଡ଼ିକ ସହିତ ବହୁମୁଖୀ ସହଯୋଗ ବୃଦ୍ଧି କରିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଟୁଇଟ୍‌ କରିଛନ୍ତି।

ଏହା ପୂର୍ବରୁ ମୋଦି ଡେନ୍‌ମାର୍କ ପ୍ରତିପକ୍ଷ ମେଟେ ଫ୍ରେଡେରିକ୍‌ସେନ୍‌, ନରଓ୍ବେ ପ୍ରଧାନମନ୍ତ୍ରୀ ଜୋନାସ୍‌ ଗହର୍‌ ଷ୍ଟୋର, ଆଇସଲାଣ୍ଡର କ୍ୟାଟ୍ରିନ୍‌ ଜାକୋବ୍‌ସଡୋଟିର୍‌, ସୁଇଡେନ୍‌ର ମାଗ୍‌ଡାଲେନା ଆଣ୍ଡରସନ୍‌ ଏବଂ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନା ମାରିନ୍‌ଙ୍କୁ ଭେଟିଥିଲେ। ଉଲ୍ଲେଖଯୋଗ୍ୟ, ଉତ୍ତର ୟୁରୋପ ଏବଂ ନର୍ଥ ଆଟ୍‌ଲାଣ୍ଟିକ୍‌ର ଭୌଗଳିକ ତଥା ସାଂସ୍କୃତିକ ଅଞ୍ଚଳକୁ ନର୍ଡିକ ରାଷ୍ଟ୍ରସମୂହ କୁହାଯାଏ। ଏଥିରେ ଡେନମାର୍କ, ଫିନଲାଣ୍ଡ, ଆଇସଲାଣ୍ଡ, ନରୱେ ଏବଂ ସୁଇଡେନ୍‌ ସମେତ ଫାରୋ ଦ୍ୱୀପପୁଞ୍ଜ, ଗ୍ରୀନଲାଣ୍ଡ ଓ ଆଲାଣ୍ଡ ସ୍ବଂୟଶାସିତ ଅଞ୍ଚଳ ଅନ୍ତର୍ଭୂକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଏହି ଆପ୍‌ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପ୍ରଶସ୍ତ’ (PRASHAST) ଆପ୍‌ ମାଧ୍ୟମରେ ସ୍କୁଲ ପିଲାମାନଙ୍କଠାରେ ଶିକ୍ଷଣ ଅକ୍ଷମତା ଏବଂ ଦିବ୍ୟାଙ୍ଗତାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଚିହ୍ନଟ…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri