Posted inଜାତୀୟ

ଅନୁଚ୍ଛେଦ ୩୭୦ ରଦ୍ଦ ସମ୍ପୂର୍ଣ୍ଣ ଠିକ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୧।୧୨: ଅନୁଚ୍ଛେଦ ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ନିଷ୍ପତ୍ତିର ସାମ୍ବିଧାନିକ ବୈଧତା ଉପରେ ସୋମବାର ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରି କହିଛନ୍ତି ଏହା ସମ୍ପୂର୍ଣ୍ଣ ଠିକ ନିଷ୍ପତ୍ତିି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଡିତ ପାଞ୍ଚଜଣିଆ ବିଚାରପତିଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରି ଏଭଳି କହିଛନ୍ତି। ଏହ ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଶାନ କୌଲ, ସଞ୍ଜୀବ ଖାନ୍ନା, ବିଆର ଗାଭାଇ ଏବଂ ସୂର୍ଯ୍ୟ କାନ୍ତ ସାମିଲ ଥିଲେ। ସୂଚନାଯୋଗ୍ୟ ସେପ୍ଟେମ୍ବର ମାସରେ ଲଗାତାର ୧୬ ଦିନ ଧରି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷିତ ରଖିଥିଲେ।

ପ୍ରଧାନ ବିଚାରପତି କହିଛନ୍ତି ଦେଶ ପାଇଁ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ପାଞ୍ଚଜଣ ବିଚାରପତିଙ୍କ ତିନୋଟି ଭିନ୍ନ ନିଷ୍ପତ୍ତି ଅଛି। ସେ କହିଛନ୍ତି ରାଷ୍ଟ୍ରପତିଙ୍କ ଶାସନ କାଳରେ ରାଜ୍ୟରେ ଅପୂରଣୀୟ ପରିଣାମ ଥିବା କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ଆବେଦନକାରୀଙ୍କ ଅଭିଯୋଗ ଗ୍ରହଣୀୟ ନୁହେଁ।

ସୁପ୍ରିମକୋର୍ଟ କହିଛନ୍ତି ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା। ଜମ୍ମୁ-କଶ୍ମୀର ବିଧାନସଭା ବିଲୋପ ପରେ ମଧ୍ୟ ଧାରା ୩୭୦ ରଦ୍ଦ ପାଇଁ ବିଜ୍ଞପ୍ତି ଜାରି କରିବାକୁ ରାଷ୍ଟ୍ରପତିଙ୍କ କ୍ଷମତା ରହିଛି।

ଜମ୍ମୁ-କଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅପରିବର୍ତ୍ତିତ ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୫ ଅଗଷ୍ଟ ୨୦୧୯ର ନିଷ୍ପତ୍ତି ଅକ୍ଷୁର୍ଣ୍ଣ ରହିବ। ଏଥିରେ ପରିବର୍ତ୍ତନ ହେବ ନାହିଁ ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?