ଭଡ଼ାଘରେ ଚାଲିଛି ଅବକାରୀ ଥାନା

ବେଗୁନିଆ,୨୫ା୮(ସନ୍ଧ୍ୟାରାଣୀ ମିଶ୍ର): ବେଗୁନିଆରେ ୨୦୨୧ ମସିହାରୁ ଅବକାରୀ ଥାନା ଖୋଲିବା ଦିନଠାରୁ ଭଡ଼ାଘରେ ଚାଲିଛି। ତେବେ ଥାନାର ନିଜସ୍ବ ନୂତନ ଗୃହ ବେଗୁନିଆ ନିକଟ କୁଶପଲାଠାରେ ନିର୍ମାଣ ସରିଥିଲେ ମଧ୍ୟ ସ୍ଥାନାନ୍ତର ନ ହୋଇ ଭଡ଼ାଘରେ ଚାଲିଛି। ନୂତନ ଗୃହକୁ ନ ଆସି ଭଡ଼ାଘରେ ଚାଲିବା ପଛରେ କ’ଣ ରହସ୍ୟ ରହିଛି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏହି ଅବକାରୀ ଥାନା କାର୍ଯ୍ୟାଳୟ ବେଗୁନିଆ ଡାକଘର ପଛପଟେ ଥିବା ଗଳିର ଏକ ଘରେ ଚାଲୁଥିବାରୁ ଉକ୍ତ କାର୍ଯ୍ୟାଳୟ କେଉଁଠାରେ ଅଛି ଅଞ୍ଚଳର ଲୋକେ ଜାଣି ପାରୁନାହାନ୍ତି। ଏଠାରେ କର୍ମଚାରୀମାନେ ବସିବା ପାଇଁ ସୁବିଧା ନ ଥିବାବେଳେ ଅଭିଯୁକ୍ତମାନଙ୍କୁ ରଖିବାକୁ ମଧ୍ୟ କୌଣସି ସୁବିଧା ନାହିଁ। ବେଗୁନିଆ ଓ ବୋଲଗଡ଼ ବ୍ଲକ ଏବଂ ଖୋର୍ଦ୍ଧାର କିଛି ଅଞ୍ଚଳକୁ ନେଇ ଏହି ଥାନା କାର୍ଯ୍ୟ କରୁଥିବା ବେଳେ ଥାନାକୁ ଗାଡ଼ିଟିଏ ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ଜଣେ ଇନ୍ସପେକ୍ଟର ଥାନା ଦାୟିତ୍ୱରେ ରହିବା ପାଇଁ ଥିବା ବେଳେ ଏବେ ଜଣେ ଏସ୍‌ଆଇ ଦାୟିତ୍ୱରେ ଅଛନ୍ତି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି। ଗାଡି ଏବଂ କର୍ମଚାରୀଙ୍କ ଅଭାବରୁ ଉପଯୁକ୍ତ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଫଳରେ ଅଞ୍ଚଳରେ ବେଆନଭାବେ ମଦ ବିକ୍ରି ବଢ଼ିଚାଲିଛି। କୁଶପଲାଠାରେ ଅବକାରୀ ଥାନାର ନିଜସ୍ବ ଗୃହ ନିର୍ମାଣ ସରିଥିବା ବେଳେ ସେଠାରେ ଥାନା କାର୍ଯ୍ୟାଳୟ ନ ଚାଲି ତାଲା ପଡି ରହିଛି। ଭଡ଼ାଘରେ ଅବକାରୀ ଥାନା କାର୍ଯ୍ୟାଳୟ ଚାଲିବାରୁ ଅଯଥା ସରକାରଙ୍କ ଅର୍ଥବ୍ୟୟ ହେଉଛି। ଅନ୍ୟପଟେ ଖୁବ୍‌ଶୀଘ୍ର ସେଠାରେ କାର୍ଯ୍ୟାଳୟ ଚାଲିବ ବୋଲି ଅବକାରୀ ଥାନା ଅଧିକାରୀ ଏନ୍‌.ଜାଗିନ ରାଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବମକୋଇ ଠାକୁରାଣୀ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼; ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ସମ୍ବର୍ଦ୍ଧିତ କଲା ଯାତ୍ରା କମିଟି

ଦିଗପହଣ୍ଡି, ୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଆରାଧ୍ୟ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ମହୋତ୍ସବ ଏବେ…

ବଟେଶ୍ୱର ପୀଠ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ: ବିଧାୟକଙ୍କ ହସ୍ତକ୍ଷେପ ପରେ ତଦନ୍ତ, ଶ୍ରାବଣ ସୁଦ୍ଧା…

ଗଞ୍ଜାମ, ୯।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ଶେଷରେ ପ୍ରଶାସନ ଓ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

ସୁବ୍ରମଣିଙ୍କୁ ନୂତନ CDS ନିଯୁକ୍ତ, ସ୍ବାମୀନାଥନ୍‌ ନୌସେନା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ,୯।୫: ଭାରତ ସରକାର ସଶସ୍ତ୍ର ବାହିନୀରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣିଙ୍କୁ ନୂତନ ପ୍ରତିରକ୍ଷା ମୁଖ୍ୟ(CDS) ଭାବେ…

ଚାର ଫଳ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ, ଭାଲୁର ଅତର୍କିତ ଆକ୍ରମଣରେ ଗୁରୁତର… 

ବଲାଙ୍ଗୀର,୯।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଗୁଡିଘାଟ ପଞ୍ଚାୟତର କୁଟୁନିଝରନ ଗାଁରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ…

ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ: ୫୭ ମାମଲାର ଫଇସଲା

ଦିଗପହଣ୍ଡି,୯|୫(ଅଶେଷ ନାଥ ମିଶ୍ର) ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ …

ସଞ୍ଜୀବ ଆରୋରା କିଏ? ଇଡି ହେପାଜତରେ ରିଅଲ ଇଷ୍ଟେଟ ଜଗତର ‘ମୁକୁଟହୀନ ସମ୍ରାଟ’ – ତାଙ୍କ ଗିରଫଦାରୀର କାରଣ ଜାଣନ୍ତୁ

ଚଣ୍ଡିଗଡ଼,୯।୫: ପଞ୍ଜାବର ସ୍ଥାନୀୟ ସରକାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଦଳ ଆରୋରାଙ୍କୁ…

‘ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପରମ୍ପରାକୁ ବଜାୟ ରଖିଛି ଭାଜପା’: ସଞ୍ଜୟ ରାଉତଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୯।୫: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ନେତା ଏବଂ ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କୁ ଚୟନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri