Posted inଖେଳ

ଅଭିଷେକଙ୍କ ଶତକ, ସିଦ୍ଧାନ୍ତ,ଭଗୀଶଙ୍କୁ ୫ ଉଇକେଟ

ଭୁବନେଶ୍ୱର,୧୬ା୫: (ସ୍ପୋଟର୍‌ସ ବ୍ୟୁରୋ)-ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଆୟୋଜିତ ଆନ୍ତଃଜିଲ୍ଳା କଳାହାଣ୍ଡି କପ୍‌ କ୍ରିକେଟରେ ସୋମବାର କଟକ ‘ଏ’, ଅବଶିଷ୍ଟ ଓଡ଼ିଶା ‘ଏ’, ଭୁବନେଶ୍ୱର ‘ଏ’ ଓ ଅବଶିଷ୍ଟ ଓଡ଼ିଶା ‘ବି’ ବିଜୟୀ ହୋଇଛନ୍ତି। ଅଭିଷେକ ଯାଦବ ଶତକ ହାସଲ କରିଥିବା ବେଳେ ସିଦ୍ଧାନ୍ତ ଜେନା ଓ ଭଗୀଷ ଶର୍ମାଙ୍କୁ ୫ ଉଇକେଟ ସଫଳତା ମିଳିଛି।
ଏମ୍‌ଜିଏମ୍‌ ଗ୍ରାଉଣ୍ଡ: କଟକର ଏମ୍‌ଜିଏମ୍‌ ଗ୍ରାଉଣ୍ଡରେ ଇକୋର୍ସାକୁ ୧୪ ରନ୍‌ରେ ପରାସ୍ତ କରିଛି କଟକ ‘ଏ’। ପ୍ରଥମେ ବ୍ୟାଟିଂ କରିଥିବା କଟକ ୫୦ ଓଭରରେ ୬ ଉଇକେଟରେ ୨୩୦ ରନ୍‌ କରିଥିଲା। ପ୍ରଦୀପ୍ତ ଦାଶ ୭୫ ରନ୍‌ କରିଥିଲେ। ଜବାବରେ ଅଭିଷେକଙ୍କ ୧୨୨ ରନ୍‌ ସତ୍ତ୍ୱେ ଇକୋର୍ସା ୪୨ ଓଭରରେ ୨୧୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଡ୍ରିମ୍ସ: ଏଠାରେ ଅନୁଷ୍ଠିତ ମ୍ୟାଚରେ ସମ୍ବଲପୁରକୁ ୩୨ ରନରେ ହରାଇଛି ଅବଶିଷ୍ଟ ଓଡ଼ିଶା ଏ। ପ୍ରଥମେ ବ୍ୟାଟିଂ କରି ଅବଶିଷ୍ଟ ଓଡ଼ିଶା ୮ ଉଇକେଟରେ ୨୪୮ ରନ୍‌ କରିଥିଲା। ଜବାବରେ ସମ୍ବଲପୁର ୪୪.୫ ଓଭରରେ ୨୧୬ ରନରେ ଅଲଆଉଟ ହୋଇଥିଲା।
ରେଭେନ୍ସା ଗ୍ରାଉଣ୍ଡ-୧: ଏଠାରେ ଝାରସୁଗୁଡାକୁ ୭ ଉଇକେଟରେ ପରାସ୍ତ କରିଛି ଭୁବନେଶ୍ୱର ‘ଏ’। ପ୍ରଥମେ ବ୍ୟାଟିଂ କରିଥିବା ଝାରସୁଗୁଡା ୩୩.୪ ଓଭରରେ ୧୪୬ ରନ୍‌ରେ ଅଲଆଉଟ ହୋଇଥିଲା। ସିଦ୍ଧାନ୍ତ ଜେନା ୫ ଉଇକେଟ ଅକ୍ତିଆର କରିଥିଲେ। ଭୁବନେଶ୍ୱର ୩ ଉଇକେଟରେ ୧୫୦ ରନ୍‌ କରି ବିଜୟୀ ହୋଇଥିଲା।
ସନ୍‌ସାଇନ୍‌ ଗ୍ରାଉଣ୍ଡ: ଏଠାରେ ଅବଶିଷ୍ଟ ଓଡ଼ିଶା ‘ବି’ ୮ ଉଇକେଟରେ ଢେଙ୍କାନାଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଢେଙ୍କାନାଳ ୪୫.୩ ଓଭରରେ ୨୪୩ ରନ୍‌ରେ ଅଲଆଉଟ ହୋଇଥିଲା। ଲକ୍ଷ୍ମୀଧର ସାହୁ ୯୪ ଓ ଅନୀଲ ରାଉତ ୫୦ ରନ୍‌ କରିଥିଲେ। ଭଗୀଶ ଶର୍ମା ୩୨ ରନ୍‌ରେ ୫ ଉଇକେଟ ନେଇଥିଲେ। ଜବାବରେ ୩୬ ଓଭରରେ ୨ ଉଇକେଟ ହରାଇ ଅବଶିଷ୍ଟ ଓଡ଼ିଶା ବିଜୟୀ ହୋଇଥିଲା। ନିର୍ବିଶଙ୍କର ୯୮ ରନ୍‌ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?