Posted inଖେଳ

ଫାଇନାଲ୍‌ ପୂର୍ବରୁ ଏହି କାମ କରିଥିଲେ ଅଭିଷେକ ଶର୍ମା: ବିସ୍ଫୋରକ ବ୍ୟାଟିଂ ପରେ କଲେ ବଡ଼ ଖୁଲାସା

ଅହମ୍ମଦାବାଦ୍‌,୯।୩: ଟି୨୦ ବିଶ୍ୱକପରେ ଲଗାତାର ତିନିଥର ଶୂନରେ ଆଉଟ ହୋଇଥିଲେ ଅଭିଷେକ ଶର୍ମା। କିନ୍ତୁ ସେ ଟି୨୦ ବିଶ୍ୱକପ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୨୧ ବଲ୍‌ରେ ୫୨ ରନ କରିଥିଲେ। ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଭାରତ ୨୫୫ ରନ କରିଥିଲା ଏବଂ ଶେଷରେ ୯୬ ରନ୍‌ରେ ମ୍ୟାଚ ଜିତିଥିଲା। ଏହି ବିଜୟ ପରେ ଅଭିଷେକଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ସେ ଫାଇନାଲ ମ୍ୟାଚ୍‌ରେ ନିଜର ନୁହେଁ, ଅନ୍ୟ କାହାର ବ୍ୟାଟ ସହିତ ଖେଳୁଥିଲେ।

ଟି୨୦ ବିଶ୍ୱକପ ଫାଇନାଲରେ ବିଜୟୀ ହେବା ପରେ ଅଭିଷେକ କହିଛନ୍ତି, ସେ ଫାଇନାଲରେ ଶିବମ ଦୁବେଙ୍କ ବ୍ୟାଟରେ ବ୍ୟାଟିଂ କରିଥିଲେ। ସକାଳେ ମୁଁ ଅନୁଭବ କରିଥିଲି ଯେ, ମୋତେ କିଛି ଭିନ୍ନ ଚେଷ୍ଟା କରିବା ଉଚିତ। ଗିଲ ମୋ ସହିତ ନ ଥିଲେ, ତେଣୁ ମୁଁ ଦୁବେଙ୍କ ପାଖକୁ ଯାଇ ତାଙ୍କ ବ୍ୟାଟ ନେବାକୁ କହିଥିଲି।

ଭାରତର ଐତିହାସିକ ବିଜୟ ପରେ ବିରାଟ କୋହଲି କହିଦେଲେ ଏମିତି: ଦେଶରେ ହେଉଛି ଚର୍ଚ୍ଚା

ଅଭିଷେକ ଟି-୨୦ ବିଶ୍ୱକପ ଫାଇନାଲରେ ମାତ୍ର ୧୮ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଖେଳାଳି ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକ, ସାମସନଙ୍କ ସହ ମିଶି ୯୮ ରନ୍‌ର ପାର୍ଟନରସିପ କରିଥିଲେ, ଯାହା ଭାରତର ଟାଇଟଲ ବିଜୟର ମୂଳଦୁଆ ପକାଇଥିଲା। ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ ଅଭିଷେକ ଟି-୨୦ ବିଶ୍ୱକପ୍‌ରେ ମାତ୍ର ୧୭.୬ ହାରରେ ୧୪୧ ରନ କରିଥିଲେ। ସେ ତିନି ଥର ଶୂନ୍ୟ ରନ୍‌ରେ ଆଉଟ ହୋଇଥିଲେ। ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ତାଙ୍କର ବ୍ୟାଟିଂ ହାର ସବୁଠାରୁ କମ ଥିଲା। ଟାଇଟଲ ମୁକାବିଲାରେ ଅଭିଷେକ ନିଜର ଦକ୍ଷତା ପ୍ରମାଣିତ କରିଥିଲେ ଏବଂ ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri