କାନ୍ସରୁ ଫେରିବା ପରେ ଅଭିଷେକଙ୍କୁ ମିଳିଲା ଦୁଃଖ ଖବର

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ଯୋଗଦେବା ପରେ ସ୍ତ୍ରୀ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟାଙ୍କ ସହ ମୁମ୍ବାଇ ଫେରି ଆସିଛନ୍ତି। ଘରକୁ ଫେରିବା ମାତ୍ରେ ତାଙ୍କୁ ଏକ ଦୁଃଖ ଖବର ମିଳିଛି। ଅଭିଷେକ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି।
ଅଭିଷେକ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ଘରକୁ ଫେରିବା ପରେ ଏକ ଦୁଃଖ ଖବର ମିଳିଛି। ଫିଲ୍ମ ଜଗତର କିମ୍ବଦନ୍ତୀ ଆକବର ଶାହପୁରୱାଲାଙ୍କର ଦେହାନ୍ତ ହୋଇଛି। ମୁଁ ତାଙ୍କୁ ଅକି ଅଙ୍କଲ ନାମରେ ଜାଣିଥିଲି। ମୋର ଯେତେ ମନେ ଅଛି, ମୋ ବାପାଙ୍କ ଅଧିକାଂଶ ପୋଷାକ ଏବଂ ଶୁଟ୍‌ ତାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସେ ମୋର ଅନେକ ଫିଲ୍ମ ପାଇଁ ମଧ୍ୟ ଶୁଟ୍‌ ମଧ୍ୟ ପ୍ରସ୍ତୁତ କରିଥିଲେ। ମୋର ପ୍ରଥମ ଫିଲ୍ମ ପାଇଁ ଡ୍ରେସ୍‌ ସେ ପ୍ରସ୍ତୁତ କରିଥିଲେ। ସେ ମୋତେ ସବୁବେଳେ କହିଥିଲେ ଯେ ‘ଏକ ଶୁଟ୍‌ ପାଇଁ କପଡ଼ା କାଟିବା କେବଳ ସିଲେଇ ନୁହେଁ, ଏହା ଏକ ଅନୁଭବ। ଯେତେବେଳେ ତୁମେ ମୋର ଶୁଟ ପିନ୍ଧିବ, ସେଥିରେ ମୋ ଭଲ ପାଇବା ସହ ଆଶୀର୍ବାଦ ସେଥିରେ ଥିବ।
ମୋ ପାଇଁ ସେ ଦୁନିଆର ସର୍ବଶ୍ରେଷ୍ଠ ଶୁଟ ପ୍ରସ୍ତୁତକର୍ତ୍ତା ଥିଲେ। ଅକି ଅଙ୍କଲ, ତୁମେ ମୋ ପାଇଁ ପ୍ରସ୍ତୁତ କରିଥିବା ଶୁଟ୍‌ ମଧ୍ୟରୁ ଆଜି ରାତିରେ ଗୋଟିଏ ପିନ୍ଧିବି ଏବଂ ଆଶୀର୍ବାଦ ଅନୁଭବ କରିବି! ଅମର ଆତ୍ମାର ସଦ୍‌ଗତି କାମନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

୨ଟି ଗ୍ୟାସ କନେକ୍ସନ ନେଇଥିଲେ ଜାଣି ନିଅନ୍ତୁ, ଜୁନ ୩୦ସୁଦ୍ଧା ହୋଇଯିବ ବନ୍ଦ! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ନୂଆ ନିୟମ ଅନୁଯାୟୀ, ଭାରତୀୟ ପରିବାରଗୁଡ଼ିକ ଏବେ LPG ସଂଯୋଗ କିମ୍ୱା PNG ସଂଯୋଗ ରଖିପାରିବେ କିନ୍ତୁ ଉଭୟ ନୁହେଁ। ଯଦି ଆପଣଙ୍କର ବର୍ତ୍ତମାନ ଉଭୟ…

ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…

ଛୁଟିଦିନରେ ଏତିକି ହେଲା ତେଲ ଦର; ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର..

ନୂଆଦିଲ୍ଲୀ,୧୭।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ଶୁକ୍ରବାର ଠାରୁ ପେଟ୍ରୋଲ ଡିଜେଲ ପାଇଁ ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।…

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ, ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୭।୫: କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି…

ପ୍ଲାଟିନମ୍‌ ଉପାଦାନ ଉତ୍ତୋଳନ ସଫଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୫(ପି.ଟି./ସୁନିତ୍‌ ମିଶ୍ର): ବିଶ୍ୱ ବଜାରରେ ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ୍‌ ଭଳି କଞ୍ଚାମାଲର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଟିନମ୍‌ର ଚାହିଦା ମଧ୍ୟ ବଢ଼ିିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri