ଦରଦାମ୍‌ କମାଇବା ପାଇଁ ସରକାର ଅତିରିକ୍ତ ଭାବେ ଖର୍ଚ୍ଚ କରିବେ ୨ ଲକ୍ଷ କୋଟି…

ନୂଆଦିଲ୍ଲୀ, ୨୩।୫ : କରୋନାରୁ ପୁନରୁଦ୍ଧାର ହୋଇଥିବା ଅର୍ଥନୀତି ପାଇଁ ମୁଦ୍ରାସ୍ଫୀତି ଏକ ନୂତନ ଆହ୍ବାନ ପାଲଟିଛି । ଏହାକୁ ରୋକିବା ପାଇଁ ସରକାର ନୂତନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ରଏଟର୍ସ ରିପୋର୍ଟ ଅନୁଯାୟୀ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଚଳିତ ଆର୍ଥିକ ବର୍ଷରେ ସରକାର ଅତିରିକ୍ତ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ଦ୍ୱାରା ଉପଭୋକ୍ତା ମୂଲ୍ୟ ବୃଦ୍ଧି ଏବଂ ବହୁ ବର୍ଷର ମୁଦ୍ରାସ୍ଫୀତିର ମୁକାବିଲା କରାଯାଇ ପାରିବ।

ଅଧିକାରୀ କହିଛନ୍ତି ଯେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ ଘୋଷଣା ଯୋଗୁ ସରକାରଙ୍କ ରାଜସ୍ବ ଉପରେ ସିଧାସଳଖ ୧ ଲକ୍ଷ କୋଟି ଟଙ୍କାର ବୋଝ ପଡ଼ିବ। ଏପ୍ରିଲରେ ଭାରତର ରିଟେଲ ମୁଦ୍ରାସ୍ଫୀତି ଆଠ ବର୍ଷର ସର୍ବୋଚ୍ଚ ସ୍ତରରେ ଥିଲା। ଏଥି ସହିତ ହୋଲସେଲ ମୁଦ୍ରାସ୍ଫୀତି ୧୭ ବର୍ଷର ଉଚ୍ଚ ସ୍ତରକୁ ଯାଇଛି। ଚଳିତ ବର୍ଷ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ମୁଦ୍ରାସ୍ଫୀତି ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ମୁଦ୍ରାସ୍ଫୀତି ହ୍ରାସ କରିବା ଉପରେ ରହିଛି। ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ମଧ୍ୟ ଦେଶର ଅର୍ଥନୀତି ଉପରେ ଅନୁଭୁତ ହେଉଛି। ଏହି ସଙ୍କଟ ଏତେ ବୃଦ୍ଧି ପାଇବ ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏଭଳି ସଙ୍କଟ ସୃଷ୍ଟି କରିବ ବୋଲି କଳ୍ପନା କରାଯାଇ ନଥିଲ। ସରକାର ସାର ସବସିଡି ପାଇଁ ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଆବଶ୍ୟକ କରୁଛନ୍ତି। ମୋଟ ଅତିରିକ୍ତ ଆବଶ୍ୟକ ପାଣ୍ଠିର ଆନୁମାନିକ ପରିମାଣ ୨.୧୫ ଲକ୍ଷ କୋଟି ଟଙ୍କା ରହିଛି। ଅଧିକାରୀ କହିଛନ୍ତି ଯେ ଯଦି ଅଶୋଧିତ ତୈଳର ମୂଲ୍ୟ ହ୍ରାସ ନହୁଏ, ତେବେ ସରକାରଙ୍କୁ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଟ୍ୟାକ୍ସ ହ୍ରାସ କରିବାକୁ ପଡ଼ିବ।

ଏହା ଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ପୁଣି ବଢ଼ିବାର ଆଶଙ୍କା ରହିଛି। ଚଳିତି ଆର୍ଥିକ ବର୍ଷ ଆରମ୍ଭରୁ ସରକାର ଦେଢ଼ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଏହି ପଦକ୍ଷେପ ପାଇଁ ସରକାରଙ୍କୁ ବଜାରରୁ ଅତିରିକ୍ତ ପାଣ୍ଠି ଋଣ ନେବାକୁ ପଡିପାରେ। ଏହାର ଅର୍ଥ ୨୦୨୨-୨୩ରେ ସରକାରଙ୍କ ଆର୍ଥିକ ନିଅଣ୍ଟ ବୃଦ୍ଧି ପାଇବ। ଫେବୃଆରୀରେ କରାଯାଇଥିବା ବଜେଟ ଘୋଷଣା ଅନୁଯାୟୀ ସରକାର ଚଳିତ ଆର୍ଥିକ ବର୍ଷରେ ୧୪.୩୧ ଲକ୍ଷ କୋଟି ରେକର୍ଡ ପରିମାଣର ଋଣ କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?