ଦରଦାମ୍‌ କମାଇବା ପାଇଁ ସରକାର ଅତିରିକ୍ତ ଭାବେ ଖର୍ଚ୍ଚ କରିବେ ୨ ଲକ୍ଷ କୋଟି…

ନୂଆଦିଲ୍ଲୀ, ୨୩।୫ : କରୋନାରୁ ପୁନରୁଦ୍ଧାର ହୋଇଥିବା ଅର୍ଥନୀତି ପାଇଁ ମୁଦ୍ରାସ୍ଫୀତି ଏକ ନୂତନ ଆହ୍ବାନ ପାଲଟିଛି । ଏହାକୁ ରୋକିବା ପାଇଁ ସରକାର ନୂତନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ରଏଟର୍ସ ରିପୋର୍ଟ ଅନୁଯାୟୀ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଚଳିତ ଆର୍ଥିକ ବର୍ଷରେ ସରକାର ଅତିରିକ୍ତ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ଦ୍ୱାରା ଉପଭୋକ୍ତା ମୂଲ୍ୟ ବୃଦ୍ଧି ଏବଂ ବହୁ ବର୍ଷର ମୁଦ୍ରାସ୍ଫୀତିର ମୁକାବିଲା କରାଯାଇ ପାରିବ।

ଅଧିକାରୀ କହିଛନ୍ତି ଯେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ ଘୋଷଣା ଯୋଗୁ ସରକାରଙ୍କ ରାଜସ୍ବ ଉପରେ ସିଧାସଳଖ ୧ ଲକ୍ଷ କୋଟି ଟଙ୍କାର ବୋଝ ପଡ଼ିବ। ଏପ୍ରିଲରେ ଭାରତର ରିଟେଲ ମୁଦ୍ରାସ୍ଫୀତି ଆଠ ବର୍ଷର ସର୍ବୋଚ୍ଚ ସ୍ତରରେ ଥିଲା। ଏଥି ସହିତ ହୋଲସେଲ ମୁଦ୍ରାସ୍ଫୀତି ୧୭ ବର୍ଷର ଉଚ୍ଚ ସ୍ତରକୁ ଯାଇଛି। ଚଳିତ ବର୍ଷ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ମୁଦ୍ରାସ୍ଫୀତି ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ମୁଦ୍ରାସ୍ଫୀତି ହ୍ରାସ କରିବା ଉପରେ ରହିଛି। ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ମଧ୍ୟ ଦେଶର ଅର୍ଥନୀତି ଉପରେ ଅନୁଭୁତ ହେଉଛି। ଏହି ସଙ୍କଟ ଏତେ ବୃଦ୍ଧି ପାଇବ ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏଭଳି ସଙ୍କଟ ସୃଷ୍ଟି କରିବ ବୋଲି କଳ୍ପନା କରାଯାଇ ନଥିଲ। ସରକାର ସାର ସବସିଡି ପାଇଁ ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଆବଶ୍ୟକ କରୁଛନ୍ତି। ମୋଟ ଅତିରିକ୍ତ ଆବଶ୍ୟକ ପାଣ୍ଠିର ଆନୁମାନିକ ପରିମାଣ ୨.୧୫ ଲକ୍ଷ କୋଟି ଟଙ୍କା ରହିଛି। ଅଧିକାରୀ କହିଛନ୍ତି ଯେ ଯଦି ଅଶୋଧିତ ତୈଳର ମୂଲ୍ୟ ହ୍ରାସ ନହୁଏ, ତେବେ ସରକାରଙ୍କୁ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଟ୍ୟାକ୍ସ ହ୍ରାସ କରିବାକୁ ପଡ଼ିବ।

ଏହା ଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ପୁଣି ବଢ଼ିବାର ଆଶଙ୍କା ରହିଛି। ଚଳିତି ଆର୍ଥିକ ବର୍ଷ ଆରମ୍ଭରୁ ସରକାର ଦେଢ଼ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଏହି ପଦକ୍ଷେପ ପାଇଁ ସରକାରଙ୍କୁ ବଜାରରୁ ଅତିରିକ୍ତ ପାଣ୍ଠି ଋଣ ନେବାକୁ ପଡିପାରେ। ଏହାର ଅର୍ଥ ୨୦୨୨-୨୩ରେ ସରକାରଙ୍କ ଆର୍ଥିକ ନିଅଣ୍ଟ ବୃଦ୍ଧି ପାଇବ। ଫେବୃଆରୀରେ କରାଯାଇଥିବା ବଜେଟ ଘୋଷଣା ଅନୁଯାୟୀ ସରକାର ଚଳିତ ଆର୍ଥିକ ବର୍ଷରେ ୧୪.୩୧ ଲକ୍ଷ କୋଟି ରେକର୍ଡ ପରିମାଣର ଋଣ କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri