
ବଲିଉଡ୍ର ସ୍ମାର୍ଟ କପଲ୍ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ର ଚର୍ଚ୍ଚା କିଛିଦିନ ହେବ ଜୋର ଧରିଥିଲା। ଯଦିଓ ଉଭୟ ଏନେଇ କୌଣସି ମତ ରଖି ନ ଥିଲେ, କିନ୍ତୁ ସୋସିଆଲ ମିଡିଆରେ ଏନେଇ ଅନେକ ଆଲୋଚନା ଚାଲିଥିଲା। ନିକଟରେ ଅଭିଷେକ ଛାଡ଼ପତ୍ର ଚର୍ଚ୍ଚାକୁ ନେଇ ପ୍ରଥମଥର ମୁହଁ ଖୋଳିଛନ୍ତି।
ଅଭିଷେକଙ୍କ ସଦ୍ୟ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର କାଳିଧର ଲାପତାର ପ୍ରମୋଶନ ସମୟରେ
ସେ ସ୍ପଷ୍ଟ ଭାବରେ କହିଛନ୍ତି, ସେ ସୋସିଆଲ ମିଡିଆରେ ଚାଲିଥିବା ଆଲୋଚନା ଦ୍ୱାରା ପ୍ରଭାବିତ ନୁହଁନ୍ତି। ସେ ଏପରି ଗୁଜବକୁ ଗୁରୁତ୍ୱ ଦିଅନ୍ତି ନାହିଁ।
ମୁଁ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ବଢ଼ିଛି, ତେଣୁ ମୁଁ ଜାଣେ କ’ଣ ଗମ୍ଭୀରତାର ସହ ନିଆଯିବ ଏବଂ କ’ଣ ନୁହେଁ। ସୋସିଆଲ ମିଡିଆରେ ଯାହା ଘଟୁଛି, ମୁଁ ଏଥିରୁ ପ୍ରଭାବିତ ହୁଏ ନାହିଁ।
ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବୈବାହିକ ଜୀବନରେ ଝଡ଼କୁ ନେଇ ଚର୍ଚ୍ଚା ହେବା ନୂଆ କଥା ନୁହେଁ, ଅନେକଥର ଏପରି ହୋଇଛି। ଗତ ବର୍ଷ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଗଣମାଧ୍ୟମ ସାମ୍ନାରେ ଅଲଗା ଭାବରେ ନଜର ଆସିଥିଲେ। ଏହା ବ୍ୟତୀତ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟିର ଫଟୋ ଶେୟାର କରିଥିଲେ। କିନ୍ତୁ ବଚ୍ଚନ ପରିବାରର କୌଣସି ସଦସ୍ୟ ସେଠାରେ ନ ଥିଲେ। କାନ୍ସ ସମୟରେ ମଧ୍ୟ ଅଭିଷେକ ଐଶ୍ୱର୍ଯ୍ୟାକୁ ଉତ୍ସାହିତ କରି ନ ଥିଲେ।