ଆବେଲ ପୁରସ୍କାର

ଆବେଲ ପୁରସ୍କାର ହେଉଛି ଗଣିତର ଶ୍ରେଷ୍ଠ ଓ ସମ୍ମାନଜନକ ପୁରସ୍କାର। ଏହାକୁ ନୋବେଲ ପୁରସ୍କାର ସହିତ ସମାନ ଭାବେ ବିବେଚନା କରାଯାଏ। ସୂଚନାଯୋଗ୍ୟ ଯେ ଗଣିତ ପାଇଁ ନୋବେଲ ପୁରସ୍କାର ନାହିଁ। ନରଓ୍ବେ ସରକାର ୨୦୦୧ରେ ସେହି ଦେଶର ବିଶିଷ୍ଟ ଗଣିତଜ୍ଞ ନିଲସ୍‌ ହେନେରିକ୍‌ ଆବେଲଙ୍କ ନାମରେ ଏହି ପୁରସ୍କାର ପ୍ରତିଷ୍ଠା କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ଗଣିତରେ ଉତ୍କର୍ଷ ଲାଭ କରିଥିବା ବ୍ୟକ୍ତିଙ୍କୁ ଆବେଲ ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ପାଞ୍ଚଜଣ ବିଶିଷ୍ଟ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ ଗଣିତଜ୍ଞଙ୍କୁ ନେଇ ଗୋଟିଏ ଚୟନ କମିଟି ଗଠିତ ହୋଇଥାଏ। ଏହାର ପ୍ରଥମ ପୁରସ୍କାର ୨୦୦୩ରେ ପ୍ରଦାନ କରାଯାଇଥିଲା। ପୁରସ୍କାର ଅର୍ଥ ବାବଦରେ ବିଜୟୀଙ୍କୁ ଛଅ ନିୟୁତ କ୍ରୋନ (ଭାରତୀୟ ମୁଦ୍ରାରେ ପ୍ରାୟ ସାଢେ ସାତ କୋଟି ଟଙ୍କା) ପ୍ରଦାନ କରାଯାଇଥାଏ।
ଚଳିତ ବର୍ଷ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟୋନ ବ୍ରୁକ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେନିସ୍‌ ସୁଲିଭାନ୍‌ଙ୍କୁ ଆବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଗତ୍ୟାତ୍ମକ ଗୋଷ୍ଠୀ ବା ଡାଇନାମିକ୍‌ ସିଷ୍ଟମ୍‌ ଏବଂ ସଂସ୍ଥିତି ବିଜ୍ଞାନ ବା ଟପୋଲୋଜିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଚୟନକର୍ତ୍ତାମାନେ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ଟପୋଲୋଜି ହେଉଛି ବିଭିନ୍ନ ଜ୍ୟାମିତିକ ଆକୃତିର ବର୍ଗୀକରଣ ଓ ଅଧ୍ୟୟନ। ଆବେଲ ପୁରସ୍କାର କମିଟିର ଅଧ୍ୟକ୍ଷା ଓ ନରଓ୍ବେର ବର୍ଜେନ ବିଶ୍ୱବିଦ୍ୟାଳୟର ଗଣିତଜ୍ଞ ହାନସ୍‌ ମୁନ୍ଥେକାସ୍‌ ପ୍ରକାଶ କରିଛନ୍ତି ଯେ, ‘୧୯୬୦ ଦଶକଠାରୁ ଆଧୁନିକ ଟପୋଲୋଜିରେ ଡେନିସ୍‌ ସୁଲିଭାନ୍‌ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବେ ରହି ଆସିଛନ୍ତି।’
ସୁଲିଭାନ ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ୍‌ ରାଜ୍ୟରେ ପୋର୍ଟ ହୋରୋନ୍‌ଠାରେ ୧୯୪୧ ମସିହା ଫେବୃୟାରୀ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ଟେକ୍‌ସାସ୍‌ ରାଜ୍ୟର ହୋଷ୍ଟନ୍‌ ଚାଲିଗଲେ। ସେ ସେଠାରେ ସ୍କୁଲ୍‌ ଶିକ୍ଷା ସମାପ୍ତ କରି ହୋଷ୍ଟନ୍‌ର ରାଇସ୍‌ ବିଶ୍ୱବିଦ୍ୟାଳୟରେ ରସାୟନ ବିଜ୍ଞାନ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଲେ। ଏକ ବର୍ଷ ପରେ ସେ ଗଣିତକୁ ମୁଖ୍ୟ ବିଷୟ ନେଇ ପଢିଲେ ଏବଂ ୧୯୬୩ ମସିହାରେ ବି.ଏ. ଡିଗ୍ରୀ ହାସଲ କଲେ। ସେ ଏହାପରେ ପ୍ରିନ୍‌ସଟନ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ସେଠାରୁ ୧୯୬୬ ମସିହାରେ ଗଣିତରେ ପିଏଚ୍‌.ଡି. ଡିଗ୍ରୀ ଲାଭ କଲେ।
ସୁଲିଭାନ ୧୯୬୬ ରୁ ୧୯୬୭ ମସିହା ପର୍ଯ୍ୟନ୍ତ ନାଟୋ ଫେଲୋସିପ୍‌ ପାଇ ଇଂଲଣ୍ଡର ଓ୍ବାରଉଇକ୍‌ ବିଶ୍ୱବିଦ୍ୟାଳୟରେ ଏବଂ ୧୯୬୭ରୁ ୧୯୬୯ ମସିହା ପର୍ଯ୍ୟନ୍ତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ମିଲ୍‌ର ଫିଲୋସିପ୍‌ ପାଇଁ କାର୍ଯ୍ୟ କରିଥିଲେ। ସେ ଏଠାରେ ମୁଖ୍ୟତଃ ଜ୍ୟାମିତିକ ଟାପୋଲୋଜି ଏବଂ ବିଶେଷ ଭାବେ ଗାଲୋଇସ ସମମିତି ଉପରେ କାର୍ଯ୍ୟ କରିଥିଲେ। ସେ ୧୯୬୯ରୁ ୧୯୭୩ ମସିହା ପର୍ଯ୍ୟନ୍ତ ମାସାଚଜ୍ୟଟସ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିଠାରେ ସ୍ଲୋଆନ୍‌ ଫେଲୋସିପ୍‌ ପାଇଁ କାର୍ଯ୍ୟ କରିଥିଲେ। ସେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନସ୍‌ଡ୍‌ ଷ୍ଟଡିଜ୍‌ରେ ୧୯୬୭-୧୯୬୮, ୧୯୬୮-୧୯୭୦ ଓ ୧୯୭୫ ମସିହାରେ ପରିବ୍ରାଜକ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୭୩ରୁ ୧୯୭୪ ମସିହା ପର୍ଯ୍ୟନ୍ତ ପ୍ୟାରିସ୍‌ ସୁଦ୍‌ ବିଶ୍ୱବିଦ୍ୟାଳୟରେ ଆସୋସିଏଟ୍‌ ପ୍ରଫେସର୍‌ ଥିଲେ ଏବଂ ୧୯୭୪ମସିହାରେ ପ୍ୟାରିସ୍‌ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନସଡ୍‌ ଷ୍ଟଡିଜ୍‌ରେ ପ୍ରଫେସର ଭାବେ ଯୋଗ ଦେଲେ। ସେ ୧୯୮୧ମସିହାରେ ନ୍ୟୁୟର୍କର ସିଟି ବିଶ୍ୱବିଦ୍ୟାଳୟରେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ଚେୟାର୍‌ରେ ଗଣିତ ପ୍ରଫେସର୍‌ ଭାବେ ଯୋଗ ଦେଲେ। ସେ ୧୯୮୨ ମସିହାରେ ଷ୍ଟୋନି କ୍ରୁକ୍‌ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ସେଠାରେ ଆଜି ପଯର୍‌ୟନ୍ତ କାର୍ଯ୍ୟରତ ଅଛନ୍ତି। ସେ ଏଠାରେ ‘ସିମନସ୍‌ ଜ୍ୟାମିତି ଓ ପଦାର୍ଥ ବିଜ୍ଞାନ କେନ୍ଦ୍ର’ ସ୍ଥାପନ କରିଛନ୍ତି।
ସୁଲିଭାନ୍‌ ତାଙ୍କ ଜୀବନର ଅଧିକାଂଶ ସମୟ ଟପୋଲୋଜିକାଲ ସ୍ପେସ୍‌ ବା ସାଂସ୍ଥିତିକ ବିଶ୍ୱ ଉପରେ ଅଧ୍ୟୟନ କରିଛନ୍ତି। ସେ ଏଥିରୁ ସର୍ଜେରୀ ତତ୍ତ୍ୱ ବିକାଶ କରିଥିଲେ ଯେଉଁଥିରେ ତାଙ୍କ ପତ୍ନୀ ତଥା ଗଣିତଜ୍ଞ ମୋଇରା ଚାସ୍‌ ସାହାଯ୍ୟ କରିଥିଲେ।
ସୁଲିଭାନ୍‌ ୧୯୮୩ ମସିହାରେ ଜାତୀୟ ବିଜ୍ଞାନ ଏକାଡେମୀ, ୧୯୯୧ ମସିହାରେ ଆମେରିକା କଳା ଓ ବିଜ୍ଞାନ ଏକାଡେମୀ ଏବଂ ୨୦୧୨ ମସିହାରେ ଆମେରିକା ଗଣିତ ସୋସାଇଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ କୃତିତ୍ୱ ପାଇଁ ତାଙ୍କୁ ୧୯୭୧ରେ ଜ୍ୟାମିତି ପାଇଁ ଅସଓ୍ବାଲଡ୍‌ ଭେବ୍ଲେନ୍‌ ପୁରସ୍କାର, ୧୯୮୧ରେ ଫ୍ରାନ୍‌ସ ବିଜ୍ଞାନ ଏକାଡେମୀର ପ୍ରିକସ୍‌ ଇଲେ କାର୍ଟାନ୍‌ ପୁରସ୍କାର, ୧୯୯୪ରେ କିଙ୍ଗ୍‌ ଫଇସାଲ ଅନ୍ତର୍ଜାତୀୟ ପୁରସ୍କାର, ୨୦୦୪ରେ ଜାତୀୟ ବିଜ୍ଞାନ ପଦକ, ୨୦୦୬ରେ ଷ୍ଟିଲେ ପୁରସ୍କାର, ୨୦୧୦ ମସିହାରେ ଉଲଫ୍‌ ପୁରସ୍କାର ଏବଂ ୨୦୧୪ରେ ବାଲଜାନ୍‌ ପୁରସ୍କାର ପ୍ରଦାନ କରାଯାଇଛି।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର ଫେଜ୍‌-୧
ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri