ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଲଗାଇ ପରିତ୍ୟକ୍ତ ପାଇଖାନା ଭାଙ୍ଗୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ, ଛାତ ଖସି ଦୁଇ ଗୁରୁତର

ପାଟଣା ,୧୯।୨(ବୀର କିଶୋର ଦାଶ): ସ୍କୁଲ ପରିସରରେ ଥିବା ପରିତ୍ୟକ୍ତ ପାଇଖାନାକୁ ଭାଙ୍ଗୁଥିବା ସମୟରେ ଛାତ ଖସି ପଡିବାରୁ ପଞ୍ଚମ ଶ୍ରେଣୀର ୨ ଛାତ୍ର ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରକାରୀ ଉର୍ଦ୍ଦୁ ମକ୍ତବ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଏହି ଅଘଟଣ ଘଟିଛି। ଦୁହିଁଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ଥିବା କୁହାଯାଉଛି।

ସୂଚନା ଅନୁସାରେ ଗୁରୁତର ୨ ଛାତ୍ର ପଞ୍ଚମ ଶ୍ରେଣୀର ଛାତ୍ର ହେଉଛନ୍ତି ଟାଇଂଶିରା ଗ୍ରାମର ସନ୍ତୋଷ କାରୁଆ ଓରାଜା ନାଏକ। ଉଭୟ ଛାତ୍ରଙ୍କ ଅଣ୍ଟା ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଏହି ଦୁର୍ଘଟଣାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଭାବକ ମାନେ ମକ୍ତବ ସ୍କୁଲ ନିକଟରେ ପାଟଣା କେନ୍ଦେଇ ପଶି ରାସ୍ତା ଅବରୋଧ କରିଛନ୍ତି।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୁରୁତର ୨ ଛାତ୍ରଙ୍କୁ ଶାବଳରେ ପରିତ୍ୟକ୍ତ ପାଇଖେନା କାର୍ଯ୍ୟ କରାଉ ଥିବା ବେଳେ ଅଘଟଣ ଘଟିବା ଛାତ୍ର କହିଛନ୍ତି। ଏହାକୁ ପ୍ରଧାନ ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ପ୍ରଭା ମହାନ୍ତ ଖଣ୍ଡନ କରିଛନ୍ତି। ଛାତ୍ର ଦ୍ୱୟ ପାଇଖେନାକୁ ଯାଇଥିବା ବେଳେ ଛାତ ଖସିପଡ଼ିଥିବା କହିଛନ୍ତି। ତେବେ ବିଈଓ ପୂର୍ଣ୍ଣଚନ୍ଦ୍ର ମାନ୍ତ, ଏବିଓ ଶଚିଦା ନନ୍ଦ ସେଠୀ , ବିଜୟ ଓଝା , ଜିପିଓ ରଶ୍ମିରେଖା ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ପକ୍ଷରୁ ପିଇଓ ସୁଧାଂଶୁ ପାଇକରାୟ ଗୁରୁତର ପିଲାଙ୍କୁ ହସ୍ପିଟାଲ୍ ନେଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ପୋଲାଣ୍ଡର ସର୍ବୋଚ୍ଚ ସମ୍ମାନ ଫେରାଇଲେ ଜେଲେନସ୍କି, ରାଷ୍ଟ୍ରପତି କରୋଲ ନାଭ୍ରୋକିଙ୍କ ଘୋଷଣା ପରେ…

କ୍ୱିଭ,୨୧।୬: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ପୋଲାଣ୍ଡର ସର୍ବୋଚ୍ଚ ନାଗରିକ ସମ୍ମାନ, ହ୍ବାଇଟ ଇଗଲ ଅର୍ଡର ଫେରାଇ ଦେଇଛନ୍ତି। ପୋଲାଣ୍ଡ ଅଧିକାରୀ କାରୋଲ ନାୱରୋକିଙ୍କ ଦ୍ୱାରା…

ଭୁବନେଶ୍ବରବାସୀ ଇନ୍‌ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍‌ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…

ଇମ୍ରାନଙ୍କ ଦଳର ଚାରି ଜଣ ନେତାଙ୍କୁ ଦଶ ବର୍ଷ ଜେଲଦଣ୍ଡ

ଲାହୋର,୨୧।୬: ଶନିବାର ପାକିସ୍ତାନର ଏକ କୋର୍ଟ ୨୦୨୩ ଦଙ୍ଗା ସହିତ ଜଡିତ ଏକ ମାମଲାରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ଚାରି ଜଣ…

ଆଜି ଏହି ସବୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୨୧ା୬(ବନ୍ଦନା ସେଠୀ): ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଫଳରେ ସେସବୁ ଜିଲାରେ କୋହଲା ପାଗ ସହ ବର୍ଷା ଯୋଗୁ ଗ୍ରୀଷ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri