ପରିତ୍ୟକ୍ତ ଘରେ ଚାଲିଛି ଡଲାବାଡ଼ି ଅଙ୍ଗନୱାଡି କେନ୍ଦ୍ର: କେଉଁଆଡେ ଚାଲିଯାଇଛନ୍ତି ସହାୟିକା, ଏବେ ଦିଦିଙ୍କ ମୁଣ୍ଡରେ…

ଦାରିଙ୍ଗବାଡି, ୧୩।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡଲାବାଡି ୧୪ ନଂ ୱାର୍ଡରେ ରହିଥିବା ଅଙ୍ଗନାୱାଡି କେନ୍ଦ୍ର ପରିତ୍ୟକ୍ତ ଗୃହରେ ଚାଲିଛି। ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଆଜବେଷ୍ଟ କୋଠରୀ ମଧ୍ୟରେ ଶିଶୁଙ୍କୁ ଶିକ୍ଷାପ୍ରଦାନ କରାଯିବା ସହ ଛତୁଆ, ଅଣ୍ଡା ଆଦି ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ଯେଉଁଠି ଶିଶୁଙ୍କ ସ୍ବାସ୍ଥ୍ୟର ଉର୍ନ୍ନତ୍ତି ପାଇଁ ସରକାର ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି ସେଠାରେ କୋଠା ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଶିଶୁମାନେ ଖାଦ୍ୟ ଖାଇ, ପାଠପଢ଼ୁଥିବା  ଦେଖିବାକୁ ମିଳିଛି।
ସେହିପରି କିଶୋରୀଙ୍କ ସମେତ ଗର୍ଭବତୀ, ପ୍ରସୁତି ମହିଳାଙ୍କୁ ମଧ୍ୟ ଏହି ବିପଦ ସଙ୍କୁଳ ପରିତ୍ୟକ୍ତ ଗୃହକୁ ଆସୁଛନ୍ତି।  ବ୍ଲକ ହେଡକ୍ୱାଟର ଠାରୁ ମାତ୍ର ୩ କିମି ଦୂରତାରେ ରହିଥିବା ଏହି ଅଙ୍ଗନାୱାଡି କେନ୍ଦ୍ର ସମସ୍ତ ଅଧିକାରୀ ଜାଣିଥିଲେ ମଧ୍ୟ ନୂତନ କୋଠା ନିର୍ମାଣରେ ଅହେତୁକ ବିଳମ୍ବ ଘଟିଥିବା ଉକ୍ତ ଗ୍ରାମର କିଶୋରୀ ସ୍ବର୍ଣ୍ଣଲତା ପଟ୍ଟନାୟକ, ଅଗ୍ନିଶିଖା ପ୍ରଧାନ ପ୍ରମୁଖ କହିଛନ୍ତି।
ଅଙ୍ଗନାଓ୍ବାଡିରେ ସହାୟିକା ଗତ କିଛି ମାସ ହେଲା କେଉଁଆଡେ ପଳାଇଯାଇଥିବାରୁ ଅଙ୍ଗନାୱାଡି କର୍ମୀ ନିଜେ ହିଁ ଶିଶୁଙ୍କୁ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଦେବା ସହ ସେମାନଙ୍କୁ ଶିକ୍ଷାଦାନ ସହ ଯତ୍ନ ନେଉଥିବା କର୍ମୀ ନିରଳା ପ୍ରଧାନ କହିଛନ୍ତି। ଶୀଘ୍ର କୋଠା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସେପଟେ ସମସ୍ତ ଅଙ୍ଗନାୱାଡି କେ କୁ ସକ୍ଷମ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ଏହି ଅଙ୍ଗନବାଡି କେନ୍ଦ୍ର କେବେ ସକ୍ଷମ ହେବ ତାହା ସନ୍ଦେହ ସୃଷ୍ଟି କରିଛି।
ସେହିପରି ଶ୍ରାନିକେତା ପଞ୍ଚାୟତର ଡଲାବାଡି କେନ୍ଦ୍ର ସ୍ଥାପନ ହେବାର ୪ ବର୍ଷ ବିତିଯାଇଥିବା ବେଳେ ଉକ୍ତ ପଞ୍ଚାୟତ ଦଣ୍ଡିମା ଗ୍ରାମ ସୀମା ମାହା ଅଙ୍ଗନଓ୍ବାଡି ସ୍ଥାପନ ହେବାର ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ନିଜସ୍ବ କୋଠା ନ ଥିବାରୁ ଶିଶୁ ମାନଙ୍କ ଭବିଷ୍ୟତ ଚିନ୍ତାଜନକ ଦେଖାଯାଇଛ। ଏନେଇ ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି କୋଠା ନିର୍ମାଣ ପାଇଁ ଅନୁଦାନ ପହଞ୍ଚିଲା ଏମଜିଏନଆରଇଜିଏସ ରେ ୮ ଲକ୍ଷ ସମେତ ମୋଟ ୧୨ଲକ୍ଷ ରହିଛି। ଶୌଚାଳୟ ସମେତ କୋଠା ନିର୍ମାଣ କରାଯିବ ବୋଲି ସେ କହିଛନ୍ତ। ଯେଉଁ ସବୁ କେନ୍ଦ୍ର ଗୁଡିକର କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଛି ସେଗୁଡିକୁ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଡିଓ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri