ପରିତ୍ୟକ୍ତ ଅବସ୍ଥାରେ ଗାନ୍ଧୀ ଉଦ୍ୟାନ

ଏରସମା,୨୩।୧୦(ସ୍ବ.ପ୍ର.): ଏରସମା ବ୍ଲକ ମୁଖ୍ୟାଳୟରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ ଗାନ୍ଧୀ ଉଦ୍ୟାନ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ା ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାର ପୁନରୁଦ୍ଧାର ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏରସମାର ଶିଶୁ ଓ କିଶୋରମାନଙ୍କ ଅବସର ବିନୋଦନ ପାଇଁ ପୂର୍ବତନ ବିଡିଓ ମୁରଲୀଧର ସ୍ବାଇଁ ଏହି ଶିଶୁ ଉଦ୍ୟାନ ୨୦୦୮ରେ ନିର୍ମାଣ ଆରମ୍ଭ କରିଥିଲେ ା ୪ା୬ା୨୦୦୯ରେ ଏହି ଉଦ୍ୟାନକୁ ପୂର୍ବତନ କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଦାମୋଦର ରାଉତ ଉଦ୍‌ଘାଟନ କରିଥିଲେ। ଉଦ୍ୟାନରେ ସୁନ୍ଦର ଫାଟକ ନିର୍ମାଣ କରାଯିବା ସହ ପିଲାଙ୍କ ଆମୋଦପ୍ରମୋଦ ପାଇଁ ଦୋଳି, ଖସଡ଼ା, ଶିଡି ଆଦିର ବ୍ୟବସ୍ଥା କରାଯାଇଛି। ବିଭିନ୍ନ କିସମର ଫୁଲଗଛରେ ଭରପୂର କରାଯାଇଛି ା ବଗିଚା ବୁଲିବା ପାଇଁ ସୁନ୍ଦର ରାସ୍ତା କରାଯାଇଛି ା ଉଦ୍ୟାନ ଉପଭୋଗ କରିବା ପାଇଁ ୮ ସିମେଣ୍ଟ ବେଞ୍ଚ୍‌ ଗଛ ଗଣ୍ଡି ଆକୃତିର କରାଯାଇଛି ା ନିରାପତ୍ତା ପାଇଁ ଉଦ୍ୟାନର ଚତୁଃପାର୍ଶ୍ୱରେ କମକୁଟ ପ୍ରାଚୀର ନିର୍ମାଣ କରାଯାଇଛି ା ମାତ୍ର ପରିତାପର ବିଷୟ, ରକ୍ଷଣାବେକ୍ଷଣ ଅଭାବରୁ ଏହି ଉଦ୍ୟାନ ଏବେ ସରୀସୃପମାନଙ୍କ ଆଶ୍ରୟସ୍ଥଳ ପାଲଟିଛି। ସେଠାରେ ବିଭିନ୍ନ ପଚାଶଢ଼ା ଜିନିଷ ପକାଯାଉଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ଉଦ୍ୟାନକୁ ଲାଗି ନିର୍ମାଣ କରାଯାଇଥିବା ବସ୍‌ଷ୍ଟାଣ୍ଡ ବିଶ୍ରାମାଗାରରେ ଯାତ୍ରୀମାନେ ବସିପାରୁନାହାନ୍ତି ା ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏମାନେ ଯାହା କୁହନ୍ତି …
ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ନିର୍ମାଣ କରାଯାଇଥିବା ଉଦ୍ୟାନ ଏବେ ସାପଙ୍କ ଆଶ୍ରୟସ୍ଥଳ ପାଲଟିଛି ା ଏଥିସହ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ନିବେଦନ କରୁଛି ା
-ପ୍ରବୀର ପଣ୍ଡା, ସଭାପତି,ସଚେତନ ନାଗରିକମଞ୍ଚ ଏରସମା
ପଞ୍ଚାୟତ ବୈଠକରେ ଶିଶୁ ଉଦ୍ୟାନର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ା ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ।
-ସଚ୍ଚିଦାନନ୍ଦ ଦାସ, ଏରସମା ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri