Posted inଖେଳ

ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଭାଙ୍ଗିଲେ ଆଇଫୋନ୍‌, ଭିଡିଓ ପୋଷ୍ଟ କରି ଆର୍‌ସିବି ବ୍ୟାଟ୍ସମ୍ୟାନ୍‌ କହିଲେ…

ନୂଆଦିଲ୍ଲୀ,୧୧।୩: ବିସିସିଆଇ ପକ୍ଷରୁ ଆଇପିଏଲ୍‌-୨୦୨୧ର କାର୍ଯ୍ୟସୂଚି ଜାରି କରାଯାଇଛି। ଏହାପରଠାରୁ ଖେଳାଳିମାନେ ଟି-୨୦ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଚେନ୍ନାଇରେ ମହେନ୍ଦ୍ର ସିଂହ ଧୋନୀ ଅନ୍ୟ ଖେଳାଳିଙ୍କ ସହ ଅଭ୍ୟାସ କରୁଥିବା ବେଳେ କିଛି ବିଦେଶୀ ଖେଳାଳି ନିଜ ନିଜ ଦେଶରେ ରହି ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସେଥିରୁ ଜରେ ହେଲେ ଆର୍‌ସିବିର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ।

ଦକ୍ଷିଣ ଆଫ୍ରିକାର ପ୍ରିଟେରିଆରେ ଅଭ୍ୟାସ କରୁଛନ୍ତି ଡିଭିଲିୟର୍ସ। ଏବେ ଇନ୍‌ଡୋରରେ ରହି ସେ ନେଟ ପ୍ରାକ୍ଟିସ୍‌ କରୁଥିବା ଦେଖାଯାଇଛି। ଏହାର ଏକ ଭିଡିଓ ସେ ନିଜ ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି। ଏହା ଏବେ ବେଶ୍‌ ଭାଇରାଲ ହେଉଛି। ଭିଡିଓରେ କ୍ରିକେଟର ବ୍ୟାଟିଂ କରୁଥିବା ବେଳେ ଷ୍ଟ୍ରେଟ ଡ୍ରାଇଭ୍‌ ମାରୁଛନ୍ତି। ଫଳରେ ବଲ୍‌ଟି ସିଧା ଯାଇ କ୍ୟାମେରାରେ ବାଜୁଛି। ଭିଡିଓ ବନ୍ଦ ହୋଇଯାଉଛି। ଶେଷରେ ଆପଲ୍‌ ଆଇଫୋନ୍‌ରେ ସେ ଭିଡିଓ କରୁଥିବା ବେଳେ ଏହା ତାଙ୍କ ଯୋଗୁ ଭାଙ୍ଗି ଯାଇଥିବା ସ୍ପଷ୍ଟ ହେଉଛି।

ମିଷ୍ଟର-୩୬୦ ନିଜର ଇନ୍‌ଷ୍ଟ୍ରାଗ୍ରାମରେ ଭିଡିଓ ପୋଷ୍ଟ କରି ‘ଆଇଫୋନ୍‌ ଆଉଟ୍‌। କ୍ରିକେଟ ଗୁରୁ ବେନି ବେଷ୍ଟର ଏବଂ କ୍ରୁଗର ବେନଙ୍କ ସହ ଆଇପିଏଲ୍‌ ପ୍ରସ୍ତୁତି ବୋଲି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହଳ କଲେ ଧୋନୀ, ଆଗକୁ ରହିଛି ଏମିତି ଯୋଜନା

ରାଞ୍ଚି,୨୫।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୨୧ ଆଇପିଏଲ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏହାସହିତ ରାଞ୍ଚିରେ...

କରୋନାକୁ ଲଢ଼ିବା ପାଇଁ ଜର୍ମାନୀ ଫୁଟ୍‌ବଲର୍‌ଙ୍କ ବଦାନ୍ୟତା

ବର୍ଲିନ, ୧୯।୩ (ଏଏଫ୍‌ପି)- ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଜର୍ମାନୀ ଜାତୀୟ ଫୁଟ୍‌ବଲ ଦଳର ଖେଳାଳିମାନେ...

ଆଜି ଗୁଜରାଟରେ ଜିଟି-ଏମ୍‌ଆଇ ମୁହାଁମୁହିଁ…

ଅହମ୍ମଦାବାଦ,୨୫।୪: ଆଇପିଏଲ-୨୦୨୩ର ୩୫ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)କୁ ଭେଟିବ ଗୁଜରାଟ ଟାଇଟନ୍ସ(ଜିଟି)। ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଦଳ...

ଖେଳରନ୍ନ ପାଇଁ ପ୍ରମୋଦଙ୍କ ନାମ ସୁପାରିସ

ଭୁବନେଶ୍ୱର, ୬।୭(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆଉ ୨ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିସ...

୩୪ ଟପିଲେ ରାୟୁଡୁ

ଚେନ୍ନଇ,୨୩।୯: ଭାରତୀୟ ଦଳର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ସୋମବାର ୩୪ ବର୍ଷରେ ପାଦ ଦେଇଛନ୍ତି। ୧୯୮୫ ସେପ୍ଟେମ୍ବର ୨୩ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର...

ଦକ୍ଷିଣ ଆଫ୍ରିକାକୁ ୧୫୭ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

କେପଟାଉନ୍‌,୨୬।୨: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପ୍‌ଟାଉନର ନ୍ୟୁଲାଣ୍ଡ୍ସରେ ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ୍‌ କହିଲେ…

ଲଣ୍ଡନ,୧୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଶେଷ ମ୍ୟାଚ ରବିବାର ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ରୋମାଞ୍ଚକର...

ପଡୋଶୀଙ୍କୁ କ୍ଷମା ମାଗିଲେ ଏହି ଭାରତୀୟ କ୍ରିକେଟର: ଜାଣନ୍ତୁ କାହିଁକି…

କରୋନା ମହାମାରୀ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ଭାରତୀୟ ଖେଳାଳିମାନେ ବହୁତ ପରିଶ୍ରମ ମଧ୍ୟ...

Advertisement
Archives

Model This Week