Posted inଜାତୀୟ

କଂଗ୍ରେସ ସହ ମେଣ୍ଟକୁ ନେଇ ଆସିଲା ବଡ଼ ଖବର, ଏତିକି ସିଟ୍‌ରେ ଆପ୍‌ ସହମତ

ଚଣ୍ଡୀଗଡ଼,୮ା୯: ହରିୟାଣାରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ମେଣ୍ଟ ସମ୍ପର୍କକୁ ନେଇ ଏକ ବଡ଼ ଖବର ଆସିଛି। ସୂଚନାନୁସାରେ,  ଆପ୍‌ ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ସମ୍ପର୍କରେ ଆଲୋଚନା ଚାଲିଥିବା ଜଣାପଡିଛି। ଆସନ୍ତାକାଲି ସୁଦ୍ଧା ଏହି ମେଣ୍ଟ ଘୋଷଣା କରାଯାଇପାରିବ ବୋଲି କୁହାଯାଉଛି।

ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ରାଘବ ଚଢ଼ା ଏବଂ ଦୀପକ ବାବରିଆଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। କୁହାଯାଇଛି ଯେ, ଏହି ବୈଠକ ଏକ ସକାରାତ୍ମକ ହୋଇଥିଲା। ଆମ୍‌ ଆଦ୍‌ମୀ ପାର୍ଟି ପ୍ରାୟ ପାଞ୍ଚଟି ସିଟ୍‌ ଉପରେ ସହମତ ହୋଇଛି, କିନ୍ତୁ ନିଜ ପସନ୍ଦର ସିଟ୍‌ ଉପରେ ମଧ୍ୟ ଚାପ ପକାଉଛି।

ସୂତ୍ରରୁ ପ୍ରକାଶ ଯେ, ଗୋଟିଏ ପଟେ ଆମ୍‌ ଆଦ୍‌ମୀ ପାର୍ଟି  ମିଳିତ ମେଣ୍ଟ ଚାହୁଁଛି, ଅନ୍ୟ ପଟେ ରାହୁଲ ଗାନ୍ଧୀଙ୍କ ପଦକ୍ଷେପକୁ ଦୃଷ୍ଟିରେ ରଖି କଂଗ୍ରେସ ନେତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଏଭଳି ପରିସ୍ଥିତିରେ ଖୁବ୍‌ ଶୀଘ୍ର ମିଳିତ ମେଣ୍ଟ ଘୋଷଣା କରାଯିବ ବୋଲି ବିଶ୍ୱାସ କରାଯାଉଛି।

କହିରଖୁଛୁ, ଏହା ପୂର୍ବରୁ ହରିୟାଣା କଂଗ୍ରେସର ନେତା, ବରିଷ୍ଠ କଂଗ୍ରେସ ନେତା ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହରିୟାଣା ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ସହ ଏକ ମେଣ୍ଟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେବେ ସେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ନେତାଙ୍କ ନିକଟରେ ଛାଡ଼ି ଦେଇଛନ୍ତି। ସେବେଠାରୁ ଆଲୋଚନା ଚାଲିଛି ଯେ, ଦୁଇ ଦଳ ମଧ୍ୟରେ ଏକ ମେଣ୍ଟ ହୋଇପାରେ। ତେବେ ସମୟକ୍ର ମେ ଏହି ଆସନକୁ ନେଇ ବିବାଦ ଲାଗି ରହିଛି। ଏବେ ଦେଖିବାକୁ ବାକି ରହିଲା ଉଭୟଙ୍କ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇପାରୁଛି କି ନାହିଁ।

ନିର୍ବାଚନ ଆୟୋଗଙ୍କ ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୧ ପରିବର୍ତ୍ତେ ଅକ୍ଟୋବର ୫ରେ ଭୋଟ୍‌ ଗ୍ରହଣ କରାଯିବ। ଏହା ସହିତ ଭୋଟର ଗଣନା କରିବାର ତାରିଖ ମଧ୍ୟ ବଦଳି ଯାଇଛି। ବର୍ତ୍ତମାନ ଗଣନା ଅକ୍ଟୋବର ୪ ପରିବର୍ତ୍ତେ ଅକ୍ଟୋବର ୮ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଚମତ୍କାର ପ୍ରଦର୍ଶନ: ସଂସ୍କୃତି ଟପ୍ପର

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶ ପାଇଥିବା +୩ କଳା, ବିଜ୍ଞାନ ଓ ବାଣିଜ୍ୟ ଶେଷବର୍ଷ ପରୀକ୍ଷାଫଳରେ ବରଗଡ଼ର ବିକାଶ ଡିଗ୍ରୀ କଲେଜ ଛାତ୍ରୀଛାତ୍ର ଉତ୍କୃଷ୍ଟ…

ଦିଲ୍ଲୀ ହାଇକୋର୍ଟରେ ଭର୍ଚୁଆଲ ଶୁଣାଣି ବେଳେ ଅଶ୍ଳୀଳ ଭିଡିଓ ଚାଲିଲା,ଆଉ ତା’ପରେ…

ନୂଆଦିଲ୍ଲୀ,୩୦ା୪: ଦିଲ୍ଲୀ ହାଇକୋର୍ଟରେ ଭର୍ଚୁଆଲ ଶୁଣାଣି ଚାଲିଥିଲାବେଳେ ଏକ ଅଶ୍ଳୀଳ କଣ୍ଟେଣ୍ଟ ଚାଲିବାରୁ ଶୁଣାଣି ବାଧାପ୍ରାପ୍ତ ହୋଇଥିଲା। କୋର୍ଟରୁମ୍‌ରେ ସାଇବର ସୁରକ୍ଷାର ଉଲ୍ଲଂଘନକୁ ନେଇ ଚିନ୍ତା ପ୍ରକଟ…

୯୯୩ ଟଙ୍କା ବଢ଼ିଲା ଗ୍ୟାସ ସିଲିଣ୍ଡର ଦର: ଆଜିଠୁ ଲାଗୁ

ନୂଆଦିଲ୍ଲୀ,୧।୫: ମେ ୧ରୁ ସାରା ଦେଶରେ ନୂତନ ଗ୍ୟାସ ସିଲିଣ୍ଡର ମୂଲ୍ୟ ଲାଗୁ ହୋଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଦେଶର ସରକାରୀ କମ୍ପାନୀଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ…

ଭାରତରେ ଜଳ ସଙ୍କଟ ବଢ଼ିବ: ଜାଣନ୍ତୁ କାରଣ କ’ଣ…

ନୂଆଦିଲ୍ଲୀ,୩୦ା୪: ଭାରତରେ ଇନ୍ଧନ ସଙ୍କଟ ଦୂର କରିବାକୁ ଯାଇ ୮୦% ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ କରାଯାଉଥିବାବେଳେ ଆଗାମୀ ଦିନରେ ୧୫% ପେଟ୍ରୋଲରେ ୮୫% ଇଥାନଲ ମିଶ୍ରଣ…

ଭାଜପା ଆଗରେ ରହିବା ପୂର୍ବାନୁମାନକୁ ଟିଏମ୍‌ସିର ଖଣ୍ଡନ

କୋଲକାତା,୩୦ା୪: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ଆଗରେ ରହିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନ କରିଥିବାବେଳେ ଟିଏମ୍‌ସି ରାଜ୍ୟ ସଭା ସଦସ୍ୟ ଡେରେକ୍‌ ଓ’ବ୍ରାଏନ୍‌ ଏହାକୁ ଖଣ୍ଡନ…

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହାଇଡ୍ରାମା: ରଜତ ପାଟିଦାରଙ୍କ ଆଉଟ୍‌କୁ ନେଇ ଅମ୍ପାୟାରଙ୍କ ସହ କୋହଲିଙ୍କ ଝଗଡ଼ା

ଅହମ୍ମଦାବାଦ,୩୦।୪: ଆଇପିଏଲ ୨୦୨୬ରେ ପୁଣି ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଅଧିନାୟକ ରଜତ ପାଟିଦାରଙ୍କ…

ଭୀଷଣ ବର୍ଷା, ବେଙ୍ଗାଲୁରୁ ସହର ଜଳାର୍ଣ୍ଣବ

ବେଙ୍ଗାଲୁରୁ,୩୦ା୪: ବେଙ୍ଗାଲୁରୁରେ ଅଚାନକ ଭାବେ ଆରମ୍ଭ ହୋଇଥିବା ବର୍ଷା ପରବର୍ତ୍ତୀ ସମୟରେ ଭୀଷଣ ରୂପ ନେବାରୁ ସାରା ସହର ଜଳାର୍ଣ୍ଣବ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ…

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ମମତାଙ୍କ ବଡ଼ ବୟାନ

କୋଲକାତା,୩୦ା୪: ପଶ୍ଚିମବଙ୍ଗରେ ଏଥର ଭାଜପା ଏବଂ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କେତେକ ପୋଲ୍‌ ଏଜେନ୍ସି ଆକଳନ କରିଥିଲାବେଳେ ଭାଜପା ସର୍ବାଧିକ ଆସନ ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri