ଏଏପିର ଗ୍ୟାରେଣ୍ଟି କାର୍ଡ

ବାଲେଶ୍ୱର ଅଫିସ, ୨୨।୩: ବାଲେଶ୍ୱର ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀ କରାଯାଇ ନିର୍ବାଚନୀ ଇସ୍ତାହାର ପରିପ୍ରେକ୍ଷୀରେ ୧୩ ପ୍ରସଙ୍ଗ ନେଇ ଜିଲା ସଭାପତି ସ୍ବର୍ଣ୍ଣ ଭାରତ ମଲ୍ଲିକ ଗ୍ୟାରେଣ୍ଟି କାର୍ଡ଼ ଉପସ୍ଥାପନ କରିଥିଲେ। ପୌର ନିର୍ବାଚନରେ ଆପ୍‌ ପ୍ରାର୍ଥୀ ବିଜୟୀ ହେଲେ ପୌରାଞ୍ଚଳର ପ୍ରତି ୱାର୍ଡ଼ରେ ‘ୱାର୍ଡ କ୍ଲିନିକ୍‌’ର ବ୍ୟବସ୍ଥା, ପରିମଳ ସେବା ପାଇଁ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼, ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା, ସହର ଜଳଯୋଗାଣ ସମ୍ପୂର୍ଣ୍ଣ ଭାବେ ନିଃଶୁଳ୍କ, ପୌରାଞ୍ଚଳର ନିଜସ୍ବ ଆମ୍ବୁଲାନ୍ସ ସେବା, ପ୍ରତ୍ୟେକ ୩ ମାସରେ ପୌରବାସୀଙ୍କୁ ଆୟବ୍ୟୟର ବିବରଣୀ ପ୍ରଦାନ ଆଦି ଗ୍ୟାରେଣ୍ଟି କାର୍ଡ଼ ଯୋଗେ ପ୍ରତିଶ୍ରୁତି ଦିଆଯାଇଛି। କାର୍ଯ୍ୟକ୍ରମରେ ଚେୟାରମ୍ୟାନ୍‌ ପ୍ରାର୍ଥତ୍ନୀ ସବିତା ରାଣୀ ଦାସ, ୯ନଂ. ୱାର୍ଡ଼ର କାଉନସିଲର ପ୍ରାର୍ଥୀ କାହ୍ନୁଚରଣ ଲେଙ୍କା, ୨୭ନଂ. ୱାର୍ଡ଼ର କାଉନସିଲର ପ୍ରାର୍ଥୀ ସଫି ଉଲ୍ଲା, ମହେଶ ଖଣ୍ଡେଲୱାଲ, ନିକୁଞ୍ଜ ବିହାରୀ ମହାନ୍ତି, ସ୍ବର୍ଣ୍ଣପ୍ରଭା ମହାନ୍ତି, ବାସନ୍ତୀ ଲତା ରାଉତ, ସ୍ନେହାଞ୍ଜଳୀ ସୁବୁଦ୍ଧି, ସୁଜୟ ଆଚାର୍ଯ୍ୟ ଓ ମଧୁସୂଦନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକଣାରେ ପୁରୀ ରଥଯାତ୍ରା: ଥରେ ନୁହେଁ ସମ୍ପୃକ୍ତ ଲୋକଙ୍କ ହେବ ୪ ଥର କରୋନା ଟେଷ୍ଟ

ଭୁବନେଶ୍ୱର,୧୮।୬: କରୋନା କଟକଣା ମଧ୍ୟରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ ରଥଯାତ୍ରା ପାଳନ ହେବାକୁ ଯାଉଛି। ତେବେ ଏହି ରଥଯାତ୍ରାରେ ସମ୍ପୃକ୍ତ...

ଫୁଲନଖରା ନକଲି ତେଲ କାରଖାନା ଉପରେ ଚଢ଼ାଉ: ମେଶିନ ସହ ବିଭିନ୍ନ ସାମଗ୍ରୀ ଜବତ

ଫୁଲନଖରା,୨୮।୮(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ଫୁଲନଖରା ନିକଟ ବମ୍ଫକୁଦଠାରେ ଚାଲିଥିବା ନକଲି ଖାଇବାତେଲ କାରଖାନା ଉପରେ ବୁଧବାର ସକାଳେ ପୋଲିସ...

ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଏମ୍‌ପି

ଢେଙ୍କାନାଳ ଅଫିସ,୨୧ା୭: ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଏବଂ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ପରେ କାର୍ଯ୍ୟକାରୀ ନ...

କୋଭିଡ୍‌ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ଆସିବ ସ୍ବତନ୍ତ୍ର ନୀତି

ଖୋର୍ଦ୍ଧା ଅଫିସ,୨୧ା୯: ରାଜ୍ୟରେ ଶିଳ୍ପ ସମୃଦ୍ଧ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର...

୧ରୁ ତ୍ୟାଗଭୂମି ମହୋତ୍ସବ

ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ନେହେରୁ ଷ୍ଟାଡିୟମରେ ଜାନୁଆରୀ ୧ରୁ ୯ ଦିନ ବ୍ୟାପୀ ତ୍ୟାଗଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏ ନେଇ ଭଦ୍ରକ ସହର...

୫ଜଣ ଆନ୍ତଃ ଜିଲା ଡକାୟତ ଗିରଫ ଟଙ୍କା, ୬ ମୋବାଇଲ, ୩ ମୋଟରସାଇକେଲ ଜବତ

ଖଡିଆଳ,୩୦।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ପୋଲିସ ୫ଜଣ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କଠାରୁ ୪୨୧୧ ଟଙ୍କା ସମେତ ୬ଟି ମୋବାଇଲ ଫୋନ...

ସାପ କାମୁଡାରେ ନାବାଳିକାଙ୍କ ମୃତ୍ୟୁ

କାଲିମେଳା,୨୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ପଞ୍ଚାୟତ ଏମ୍‌ଭି-୧୦୫ ଗ୍ରାମରେ ଗୁରୁବାର ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ...

ପଣ୍ଡା କଲୋନୀରେ ଆତଙ୍କରାଜ

ବ୍ରହ୍ମପୁର ଅଫିସ,୧୧ା୭-ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟ ପଣ୍ଡା କଲୋନୀରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨...

Advertisement
Archives

Model This Week