ଅମିତ ଶାହାଙ୍କ ଇସ୍ତଫା ଦାବି କଲା ଆମ୍‌ ଆଦ୍‌ମୀ ପାର୍ଟି

ଛତ୍ରପୁର,୧୯ା୧୨(ସନ୍ତୋଷ ପାଢ଼ୀ): ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତି ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ ଆଦ୍‌ମୀ ପାର୍ଟି ଗଞ୍ଜାମ ଜିଲା ସଙ୍ଗଠନ ତରଫରୁ ତାଙ୍କର ଇସ୍ତଫା ଦାବି କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଅଭିଯୋଗପତ୍ର
ପ୍ରଦାନ କରାଯାଇଛି। ସଂସଦର ପବିତ୍ର ମନ୍ଦିର ପରିସରରେ ଭାରତବର୍ଷର ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଅମିତ ଶାହାଙ୍କର ଅଶାଳୀନ ଓ ଅପମାନଜନକ ଟିପ୍ପଣୀ କୋଟି କୋଟି ଭାରତୀୟଙ୍କ ଭାବାବେଗକୁ କୁଠାରାଘାତ କରିଛି। ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ସଂସଦୀୟ ମର୍ଯ୍ୟାଦା ଓ ଶୃଙ୍ଖଳା ଆବଦ୍ଧରେ ରହି ବିରୋଧୀ ଦଳର ଅନେକ ସାଂସଦ ଜେନ୍ଦ୍ରସରକାରଙ୍କର ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପର ଦୃଢ଼ ପ୍ରତିବାଦ କରିବା ଅବସରରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମ ବାରମ୍ବାର ଉଚ୍ଚାରଣ କରିବାର ଦେଖାଯାଇଥିଲା। ଆମ୍‌ ଆଦ୍‌ମୀ ପାର୍ଟି ଶାହାଙ୍କୁ ଦେଶବାସୀଙ୍କ ସମ୍ମାନରେ ମଥାନତ ହୋଇ କ୍ଷମା ପ୍ରାର୍ଥନା କରିବା ସହ ଅବିଳମ୍ବେ ଇସ୍ତଫା ପ୍ରଦାନ କରିବାକୁ ଦାଦି ହୋଇଛ। ଯଦି ଶାହା ତୁରନ୍ତ ନିଜ କୁକର୍ମର ପ୍ରାୟଶ୍ଚିତ ନ କରନ୍ତି ତେବେ ଆଗାମୀ ଦିନରେ ବାବା ସାହେବଙ୍କ ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ଆମ ଆଦ୍‌ମୀ ପାର୍ଟି ତରଫରୁ ଧାରଣା ପ୍ରଦର୍ଶନ କରାଯିବା ସହ ଆନ୍ଦୋଳନର ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଗରେ ରହିବା ପୂର୍ବାନୁମାନକୁ ଟିଏମ୍‌ସିର ଖଣ୍ଡନ

କୋଲକାତା,୩୦ା୪: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ଆଗରେ ରହିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନ କରିଥିବାବେଳେ ଟିଏମ୍‌ସି ରାଜ୍ୟ ସଭା ସଦସ୍ୟ ଡେରେକ୍‌ ଓ’ବ୍ରାଏନ୍‌ ଏହାକୁ ଖଣ୍ଡନ…

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହାଇଡ୍ରାମା: ରଜତ ପାଟିଦାରଙ୍କ ଆଉଟ୍‌କୁ ନେଇ ଅମ୍ପାୟାରଙ୍କ ସହ କୋହଲିଙ୍କ ଝଗଡ଼ା

ଅହମ୍ମଦାବାଦ,୩୦।୪: ଆଇପିଏଲ ୨୦୨୬ରେ ପୁଣି ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଅଧିନାୟକ ରଜତ ପାଟିଦାରଙ୍କ…

ଭୀଷଣ ବର୍ଷା, ବେଙ୍ଗାଲୁରୁ ସହର ଜଳାର୍ଣ୍ଣବ

ବେଙ୍ଗାଲୁରୁ,୩୦ା୪: ବେଙ୍ଗାଲୁରୁରେ ଅଚାନକ ଭାବେ ଆରମ୍ଭ ହୋଇଥିବା ବର୍ଷା ପରବର୍ତ୍ତୀ ସମୟରେ ଭୀଷଣ ରୂପ ନେବାରୁ ସାରା ସହର ଜଳାର୍ଣ୍ଣବ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ…

ପୁଅକୁ ଦୋକାନରେ ବସାଇ ଜଳଖିଆ ଖାଇବାକୁ ଯାଇଥିଲେ ବାପା, ଆସିଲା ବେଳକୁ…

ଅତାବିରା,୩୦।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ମୁଖ୍ୟ ବଜାର ସମ୍ମୁଖ ଏକ ପାନ ଦେକାନ ଫ୍ରିଜରେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ସନ୍ଧ୍ୟାରେ…

‘କର୍ମ  ହିଁ ମାନବ ଜୀବନର ମାନଦଣ୍ଡ’: ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ…

ଦିଗପହଣ୍ଡି,୩୦|୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମ ସ୍ଥିତ ପିଏମଶ୍ରୀ ସାନଖେମୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗୁରୁବାର ସାନଖେମୁଣ୍ଡି…

ବରଗଡ଼ରେ ଜିଲା ନୋଡାଲ ଅଧିକାରୀ: ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ମାଇନିଂ କର୍ପୋରେସନ ଏବଂ ଇସ୍ପାତ ଓ ଖଣି ବିଭାଗର ପରିଚାଳନା ନିର୍ଦ୍ଦେଶକ ତଥା ବରଗଡ଼ ଜିଲା ନୋଡାଲ ଅଧିକାରୀ ସୁଧାଂଶୁ ମୋହନ ସାମଲ…

କାଳବୈଶାଖୀ ମାଡ଼ରେ ଯାତ୍ରା ଫିକା, ବିଧାୟକଙ୍କ ଦ୍ୱାରା ‘କବି ସମ୍ରାଟ ରଙ୍ଗମଞ୍ଚ’ ଉଦଘାଟିତ

ଭଞ୍ଜନଗର,୩୦/୪(ବାବୁଲା ପ୍ରଧାନ)-ପୂର୍ବ ଯାତ୍ରା ଅପେକ୍ଷା ଚଳିତ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି।…

ଅବସର ନେଲେ କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀଙ୍କୁ…

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଗୁରୁବାର ଚାକିରୀ ଜୀବନରୁ ଅବସର ନେଇଛନ୍ତି। ଏହାପୂର୍ବରୁ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri