Posted inଖେଳ

ଏହି କାରଣରୁ ପୁଣି ଥରେ ଫେଲ୍‌ ହୋଇପାରେ ଆରସିବି

ଚେନ୍ନାଇ, ୪ା୪- ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ ଆଇପିଏଲ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ରହିଲା। ଏଥର ମଧ୍ୟ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ଲେଅଫ୍‌ରେ ପ୍ରବେଶ କରିପାରିବ ନାହିଁ। ଏଭଳି ମତ ଦେଇଛନ୍ତି କ୍ରିକେଟ ପଣ୍ଡିତ ତଥା କମେଣ୍ଟଟେଟର ଆକାଶ ଚୋପ୍ରା।

ନିଜ ୟୁଟ୍ୟୁବ ଚ୍ୟାନେଲରେ ଆକାଶ କହିଛନ୍ତି, ମୋତେ ଲାଗୁନି ସେମାନେ ଏଥର ପ୍ଲେ-ଅଫ୍ସକୁ ଯୋଗ୍ୟତା ଅର୍ଜନ କରିବେ। ୩-୪ ବର୍ଷ ପରେ ସେମାନେ ଗତ ସିଜନରେ ଅନ୍ତିମ-୪ରେ ସ୍ଥାନ ପାଇଥିଲେ। କିନ୍ତୁ ଶେଷ ଆଡ଼କୁ ଲଗାତାର ପରାଜୟ ଯୋଗୁ ଏଲିମିନେଟରରୁ ବିଦାୟ ନେଇଥିଲା ଆରସିବି। ଦଳ ଆରମ୍ଭରୁ ହିଁ ଅସୁବିଧାର ସମ୍ମୁଖୀନ ହେବ। ଯଦି ଦଳକୁ ଭଲ ଆରମ୍ଭ ନ ମିଳିଲା, ତେବେ ଦଳ ଏକତ୍ରିତ ହୋଇ ଖେଳି ହେବ ନାହିଁ। ଆଗରୁ ଦଳର ସବୁଠୁ ବଡ଼ ସମସ୍ୟା ଥିଲା ଫିନିଶିଂ। ଆଉ ଏବେ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ଛାଡ଼ି ଦେଲେ ଦଳ ପାଖରେ ଥିବା ଖେଳାଳିଙ୍କ ସେତେଟା ଅଭିଜ୍ଞତା ନାହିଁ। ଆରସିବି ଚାହିଁବି ମ୍ୟାକ୍ସଓ୍ବେଲଙ୍କୁ ଅଧିକରୁ ଅଧିକ ବଲ ଖେଳିବାକୁ ମିଳୁ। ଏଣୁ ଦଳ ତାଙ୍କୁ ଚତୁର୍ଥ ନହେଲେ ୫ମରେ ପଠାଇବ। ଏମିତି ହେଲେ ଦଳକୁ ବଡ଼ ଟାର୍ଗେଟରେ ପହଞ୍ଚାଇବା ଦାୟିତ୍ୱ ଡେବ୍ୟୁଟାଣ୍ଟ ରଜଦ ପଟିଦାର, ଡାନିଏଲ କ୍ରିଷ୍ଟିଆନ, କାଏଲ ଜାମିଶନ ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ସମ୍ଭାଳିବାକୁ ପଡ଼ିପାରେ। ତେବେ ଏମାନଙ୍କ ପ୍ରଦର୍ଶନ ଉପରେ ଆରସିବିର ଭାଗ୍ୟ ନିର୍ଭର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri