Posted inଫୁରସତ

କଏଦୀଙ୍କ ପ୍ରେମରେ ଯୁବତୀ

କାନବେରା: ପ୍ରେମ ପାଇଁ କୌଣସି ସ୍ଥାନ, କାଳ ନ ଥାଏ। ତାହା କାହା ସହ କେଉଁଠି ବି ହୋଇପାରେ। ନିକଟରେ ଏପରି ଏକ ଭଲପାଇବା ବିଷୟରେ ଜଣାପଡିଛି, ଯାହା ସମସ୍ତଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିବ। ୨୯ ବର୍ଷୀୟା ସବାନା ପିଫର ଏବଂ ୩୧ ବର୍ଷୀୟ ଏଲେକ୍ସ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି। ସବାନା ପଶ୍ଚିମ ଅଷ୍ଟ୍ରେଲିଆର ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିବାବେଳେ କେହି କାହାରିକୁ ଦେଖି ନାହାନ୍ତି। ସବାନାଙ୍କ କହିବା କଥା ତାଙ୍କୁ ଯେପରି ପୁଅ ଆବଶ୍ୟକ ତାହା ଏଲେକ୍ସଙ୍କ ପାଖରେ ଅଛି। ହେଲେ ଏଠାରେ ଆଶ୍ଚର୍ଯ୍ୟର କଥା ଯେ ସବାନାଙ୍କଠୁ ଏଲେକ୍ସ ୧୫ ହଜାର କିମି ଦୂର ଆମେରିକାର ନେଭଦା ଜେଲରେ ଅଛନ୍ତି। ‘ରାଇଟ୍‌ ଏ ପ୍ରିଜନର୍‌’ ସେବା ମାଧ୍ୟମରେ ଦୁହେଁ କଥା ହୁଅନ୍ତି। ଏହା ଏକ ପ୍ରକାରର ସେବା, ଯେଉଁଥିରେ ଲୋକେ ଆମେରିକାର ବନ୍ଧୀମାନଙ୍କ ସହ ଚିଠି ଜରିଆରେ କଥା ହୋଇପାରିବେ। ସବାନା ସେହି ଜେଲ୍‌ରେ ଥିବା ଅନେକ କଏଦୀଙ୍କୁ ମଧ୍ୟ ଏପରି ଚିଠି ଲେଖିଥିଲେ। ହେଲେ କେହି ତାଙ୍କ ଚିଠିର ଉତ୍ତର ଦେଇ ନ ଥିଲେ। ହେଲେ ଏଲେକ୍ସ ତାଙ୍କ ଚିଠିର ଉତ୍ତର ଦେଇଥିଲେ। ଏହା ପରଠାରୁ ଦୁହେଁ ଦୁହିଁଙ୍କୁ ଚିଠି ଲେଖିବା ଜାରି ରଖିଲେ। ଫଳରେ ଏଲେକ୍ସଙ୍କ ସହ ପ୍ରେମ ହୋଇଯାଇଥିବା ସବାନା କହିଛନ୍ତି। ପରେ ସେମାନେ ଚିଠିରୁ ଫୋନ ମାଧ୍ୟମରେ କଥା ହେବା ଆରମ୍ଭ କଲେ। ଉଭୟ ଉଭୟଙ୍କ କଣ୍ଠସ୍ବର ଶୁଣିବା ପରେ ସେମାନଙ୍କ ଭଲ ପାଇବା ଅଧିକ ବଢିଯାଇଥିଲା ବୋଲି ସେ କହିଛନ୍ତି। ଡିସେମ୍ବର ୨୦୨୨ ବେଳକୁ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା। ହେଲେ ସେମାନେ କେହି କାହାକୁ ଦେଖି ନାହାନ୍ତି। ସେଥିପାଇଁ ସେ ତାଙ୍କର ଏହି ସମ୍ପର୍କକୁ ସାର୍ବଜନୀନ କରିଦେଇଥିବା ସବାନା କହିଛନ୍ତି। ଏଲେକ୍ସ ଜେଲରେ ମିଳିଥିବା ଟାବଲେଟ୍‌ ଜରିଆରେ ସବାନାଙ୍କୁ ଇ-ମେଲ କରିଥାନ୍ତି। ସବାନା କହିଛନ୍ତି, ସେ ଏହାଠାରୁ କେବେ ଭଲ ସମ୍ପର୍କରେ ରହିନାହାନ୍ତି। ଏଥିପାଇଁ ସେ ବହୁତ ଖୁସି ଅଛନ୍ତି। ସେ ଏବେ କେବଳ ଏଲେକ୍ସଙ୍କ ଜେଲରୁ ମୁକୁଳିବାକୁ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri