ଏକତରଫା ପ୍ରେମ ପାଇଁ ଯୁବତୀଙ୍କୁ ଜାଳିଥିଲେ, ଏବେ…

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଘଟିଥିବା ଅଭାବନୀୟ ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସୁନ୍ଦରଗଡ଼ ଏସ୍‌ପି ସୂଚନା ଦେଇଛନ୍ତି। ପୋଲିସ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ, ଯୁବତୀ ଜଣକ ଘରେ ଶୋଇଥିଲା ବେଳେ ଯୁବକ ଜଣକ ପ୍ରତିଶୋଧ ପରାୟଣ ହୋଇ ଝରକା ପଟେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ଫଳରେ ଯୁବତୀଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୋଲିସ, ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ତଦନ୍ତ ପରେ ଅଭିଯୁକ୍ତଙ୍କ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ୍‌ ଲିକ୍‌: ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ

ଭୁବନେଶ୍ୱର,୨୭।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ ଘଟଣାରେ ଶନିବାର ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

ଥରିଲା ଆଫଗାନିସ୍ତାନ: ଭାରତ, ପାକିସ୍ତାନରେ ଝଟ୍‌କା

କାବୁଲ/ନୂଆଦିଲ୍ଲୀ,୨୭ା୬: ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୨ ଥିବା ନ୍ୟାଶନାଲ ସେଣ୍ଟର ଫର୍‌…

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଏସ୍‌ସିବି ମେଡିକାଲରୁ ବୃଦ୍ଧ ରୋଗୀ ନିଖୋଜ, ମଙ୍ଗଳାବାଗ ଥାନାରେ ଏତଲା

କଟକ, ୨୭/୬: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ବୃଦ୍ଧ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପରିବାର ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri