Posted inଜାତୀୟ

ଆଜିର ଦିନରେ ଭାରତରେ ଚିହ୍ନଟ ହୋଇଥିଲା ପ୍ରଥମ କରୋନା, ଜାଣନ୍ତୁ ଏ ସମ୍ପର୍କରେ ଆଉକିଛି…

ନୂଆଦିଲ୍ଲୀ,୩୦।୧: ଆଜିର ଦିନରେ ଅର୍ଥାତ୍‌ ବର୍ଷକ ତଳେ ୨୦୨୦ ଜାନୁୟାରୀ ୩୦ରେ ଚାଇନାର ଉହାନ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ର ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହି ଛାତ୍ର ଜଣଙ୍କ କେରଳ ରାଜ୍ୟର ପ୍ରଥମ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ସେହିଦିନଠାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ତେବେ ବର୍ତ୍ତମାନ ଭାରତ ସଂକ୍ରମଣରେ ୪ର୍ଥ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ଦେଶରେ କରୋନା ଟିକାକରଣ ମଧ୍ୟ ଚାଲିଛି। ଏହା ସମ୍ପୂର୍ଣ୍ଣ ମୂଳପୋଛ ହେବାକୁ ସମୟ ଲାଗିବ। ତେବେ ଜାଣନ୍ତୁ ବର୍ଷକ ମଧ୍ୟରେ ଭାରତରେ କ’ଣ କ୍ଷତି ଘଟିଛି…

ଦେଶରେ କରୋନା ଭୂତାଣୁ ଚିହ୍ନଟ ହେବାର ଗୋଟିଏ ବର୍ଷ ପରେ ଭାରତ ଏହି ମହାମାରୀରୁ ଶୀଘ୍ର ବାହାରି ଯିବାକୁ ବିଶେଷ ଦୃଷ୍ଟି ରଖିଛି। ଏହା ପୂର୍ବରୁ ୧.୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହାଦ୍ୱାରା ବ୍ୟାପକ ଅର୍ଥନୈତିକ ଘଟିଛି ଏବଂ ଲକ୍ଷ ଲକ୍ଷ ପରିବାରଙ୍କ ଜୀବନଜୀବିକା ନଷ୍ଟ ହୋଇଯାଇଛି। ଯଦିଓ ପ୍ରତିଦିନ ୧୨୦୦୦ରୁ ୧୪୦୦୦ ମଧ୍ୟରେ ନୂତନ ମାମଲା ଚିହ୍ନଟ ହେଉଛ ତଥାପି ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳିଛି।

ବେଜ୍ଞାନିକ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ସବୁଠାରୁ ଖରାପ ଆମ ପଛରେ ଥାଇପାରେ, ତଥାପି ଆମେ ଶେଷଠାରୁ ବହୁତ ଦୂରରେ ଅଛୁ।

ମହାମାରୀର ସାଧାରଣତଃ ଏକ ଲମ୍ବା ଲାଞ୍ଜ ଥାଏ ଏହି ସଂଖ୍ୟା ଶୂନକୁ ଆସିବା ପାଇଁ ସମୟ ଲାଗିଥାଏ। ପ୍ରାକୃତିକ ସଂକ୍ରମଣ କିମ୍ବା ଟିକାକରଣ ଦ୍ୱାରା ଏହି ରୋଗ ପ୍ରତି ରୋଗ ପ୍ରତିରୋଧକ ଶକ୍ତି କେତେ ଦିନ ପର୍ଯ୍ୟନ୍ତ ରହିଥାଏ ତାହା ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣି ନାହାନ୍ତି। ସ୍ବଳ୍ପ ମିଆଦୀ ପ୍ରତିରକ୍ଷା ଅର୍ଥ ହେଉଛି ପୁନର୍ବାର ଉତ୍ପନ୍ନ ହେବାର ଆଶଙ୍କା। ସେହି କାରଣରୁ ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଲୋକମାନଙ୍କୁ ମାସ୍କ ପିନ୍ଧିବା ଜାରି ରଖିବେ ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ବାରମ୍ବାର ସୂଚାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri