Posted inଫୁରସତ

ଦାରିଦ୍ର୍ୟମୁକ୍ତ ପୃଥିବୀ ସମ୍ଭବ

ଦାରିଦ୍ର୍ୟ ହିଁ ସମସ୍ତ ସମସ୍ୟାର ମୁଖ୍ୟ କାରଣ। ତେବେ ଦାରିଦ୍ର୍ୟ ମୁକ୍ତ ପୃଥିବୀ ସମ୍ଭବ। ଏହାର ଦୂରୀକରଣ ପାଇଁ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅକ୍ଟୋବର ୧୭ରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ କରାଯାଇଥାଏ। ୧୯୮୭ ମସିହାରେ ଫ୍ରାନ୍ସର ପ୍ୟାରିସ୍‌ରେ ପ୍ରଥମ ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ କରାଯାଇଥିଲା।ଙ୍‌ ୧,୦୦,୦୦୦ଲୋକ ଟ୍ରୋକାଡେରୋରେ ମାନବ ଅଧିକାର ପାଇଁ ଲିବର୍ଟିଜ ପ୍ଲାଜାରେ ଏକତ୍ରିତ ହୋଇ ଦାରିଦ୍ର୍ୟ, କ୍ଷୁଧା, ହିଂସା ଏବଂ ଭୟର ଶିକାର ହୋଇଥିବା ଲୋକଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ମର୍ମରେ ୧୯୯୨ରେ ଜୋସେଫ୍‌ ୱେର୍ସିନସ୍କିଙ୍କ ଦ୍ୱାରା ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଆନ୍ଦୋଳନ ଏଟିଡି ଚତୁର୍ଥ ବିଶ୍ୱର ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା। ୱେର୍ସିନସ୍କିଙ୍କ ମୃତ୍ୟୁର ୪ ବର୍ଷ ପରେ ମିଳିତ ଜାତିସଂଘ ଆନୁଷ୍ଠାନିକ ଭାବରେ ଅକ୍ଟୋବର ୧୭କୁ ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ଭାବରେ ପାଳନ କରିବାକୁ ସ୍ବୀକୃତି ପ୍ରଦାନ କରିଥିଲା।
କହିଥିଲେ, ଯେଉଁଠାରେ ପୁରୁଷ ଏବଂ ମହିଳା ଅତ୍ୟଧିକ ଦାରିଦ୍ର୍ୟରେ ଜୀବନଯାପନ କରିବାକୁ ବାଧ୍ୟ ହୁଅନ୍ତି, ସେଠାରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥାଏ। ଏହି ଅଧିକାରଗୁଡ଼ିକର ସାବ୍ୟସ୍ତକୁ ନିଶ୍ଚିତ କରିବାକୁ ଏକତ୍ରିତ ହେବା ଆମର ଏକମାତ୍ର କର୍ତ୍ତବ୍ୟ।
ବେଲଜିୟମ, ବୁର୍କିନା ଫାସୋ, କାନାଡା, ଜର୍ମାନୀ, ଫିଲିପାଇନ୍ସ, ପର୍ତ୍ତୁଗାଲ ରିୟୁନିୟନ ଦ୍ୱୀପ, ସୁଇଜରଲାଣ୍ଡ, ବ୍ରିଟେନ ଏବଂ ଆମେରିକା ସମେତ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ କରିବାର ସ୍ମରଣୀୟ ପଥରର ୫୩ଟି ପ୍ରତିକୃତି ଅଛି। ସ୍ମରଣୀୟ ପଥରର ପ୍ରତିକୃତି ଷ୍ଟ୍ରାସ୍‌ବର୍ଗର କାଉନସିଲ ଅଫ୍‌ ୟୁରୋପରେ ଏବଂ ନ୍ୟୁୟର୍କରେ ମିଳିତ ଜାତିସଂଘର ମୁଖ୍ୟାଳୟରେ ମଧ୍ୟ ରହିଛି।
ଦୂରୀକରଣ ପାଇଁ ଅନ୍ତର୍ଜାତୀୟ ଦିବସ ଦାରିଦ୍ର୍ୟରେ ବାସ କରୁଥିବା ଲୋକ ଏବଂ ସେମାନଙ୍କ ସମ୍ପ୍ରଦାୟ ଏବଂ ସମାଜ ମଧ୍ୟରେ କଥାବାର୍ତ୍ତା ଓ ବୁଝାମଣାକୁ ପ୍ରୋତ୍ସାହିତ କରେ। ଦାରିଦ୍ର୍ୟରେ ବାସ କରୁଥିବା ଲୋକଙ୍କ ଉଦ୍ୟମ ଏବଂ ସଂଘର୍ଷକୁ ସ୍ବୀକାର କରିବା ପାଇଁ ଏହି ଦିବସ ଏକ ସୁଯୋଗ ପ୍ରତିପାଦିତ କରିଥାଏ। ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନ୍ତର୍ଜାତୀୟ ଦିବସକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ତର୍ଜାତୀୟ କମିଟି ୨୦୦୮ ଅକ୍ଟୋବର ୧୭ରେ ଆରମ୍ଭ କରାଯାଇଥିଲା। ପ୍ରତିବର୍ଷ ଏହି ଦିବସ ଏକ ବାର୍ତ୍ତା ବହନ କରିଥାଏ। ଚଳିତ ବର୍ଷ ୨୦୨୩ରେ ଏହି ଦିବସ ପାଳନର ବାର୍ତ୍ତା ହେଉଛି, ‘
ଅଭ୍ୟାସ ମାଧ୍ୟମରେ ସମସ୍ତଙ୍କ ପାଇଁ ସମ୍ମାନ’(ଡିଗ୍‌ନିଟି ଫର୍‌ ଅଲ୍‌ ଇନ୍‌ ପ୍ରାକ୍ଟିସ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?