ପାଟଣା,୧୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରୁଢ଼ିଆପଡା ଖଡିବେଡା ସାହିରେ ଶୁକ୍ରବାର ଖୁଡିକୁ ଠେଙ୍ଗାରେ ପିଟିପିଟି ପୁତୁରା ହତ୍ୟା କରିଛନ୍ତି। ଜମିବାଡ଼ି ବିବାଦକୁ ନେଇ ଏଭଳି ହତ୍ୟାକାଣ୍ଡଘଟିଥିବା ପୋଲିସ ଅନୁମାନ କରୁଛି। ମୃତକ ହେଇଛନ୍ତି କୌଶଲ୍ୟା ମହାନ୍ତ। ମୃତଦେହ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବାବେଳେ ଘଟଗାଁ ପୋଲିସ ଶନିବାର ପହଞ୍ଚି ନ ଥିବାରୁ ମୃତଦେହ ବୃବଚ୍ଛେଦ ହୋଇପାରିନାହିଁ। ପୁତୁରା ବିଦ୍ୟାଧର ମହାନ୍ତଙ୍କୁ ଘଟଗାଁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛି।

