Posted inଜାତୀୟ

ମାସ୍କ୍‌ ବାଣ୍ଟିବା ବାହାନାରେ ୫ ବର୍ଷ ବାଳକଙ୍କୁ ଅପହରଣ କରି ୪ କୋଟି ଟଙ୍କା ମାଗିଲେ ମହିଳା…

ଲକ୍ଷ୍ନୌ, ୨୫।୭: ଜଣେ ୫ ବର୍ଷ ବାଳକଙ୍କୁ ଅପହରଣ କରି ୪ କୋଟି ମାଗୁଥିବା ମହିଳାଙ୍କୁ ପୋଲିସ ଗିରଫ କରିଛି। ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ଏହା ଘଟିଛି। ମହିଳାଙ୍କ ଅନ୍ୟ ୩ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ମଧ୍ୟାହ୍ନରେ କରନେଲ୍‌ଗଞ୍ଜ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଗାଡ଼ିରେ ଆସି ୪ ଅପରାଧୀ ମାସ୍କ୍‌ ବାଣ୍ଟିଥିଲେ। ସେମାନଙ୍କ ପାଖରେ ନକଲି ପରିଚୟପତ୍ର ମଧ୍ୟ ଥିଲା। ସେମାନେ ବ୍ୟବସାୟୀ ହରି ଗୁପ୍ତାଙ୍କ ଘର ପାଖରେ ପହଞ୍ଚି ସାନିଟାଇଜର ବାଣ୍ଟିବା ଆରମ୍ଭ କରିଥିଲେ। ସେଠାରେ ଥିବା ହରିଙ୍କ ୫ ବର୍ଷର ପୁଅ ନମୋକୁ ଅପରାଧୀ ଅପହରଣ କରି ନେଇଥିଲେ। ଏହା ପରେ ସେଠାରେ ପଳାଇଥିଲେ। ଅଧଘଣ୍ଟାପରେ ସେମାନେ ହରିଙ୍କୁ ଫୋନ୍‌ କରି ୪କୋଟି ଟଙ୍କା ନ ଦେଲେ ନମୋଙ୍କୁ ଫେରାଯିବ ନାହିଁ ବୋଲି କହିଥିଲେ। ଏହାପରେ ହରି ଥାନାରେ ଏତଲା ଦାଏର କରିଥିଲେ। ଶନିବାର ଏସ୍‌ଟିଏଫ୍‌ ଟିମ୍‌ ଏବଂ ଅପରାଧୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏଥିରେ ୨ ଅପରାଧୀଙ୍କ ଗୋଡ଼ରେ ଗୁଳି ଲାଗିଥିବା କୁହାଯାଉଛି। ଅପହରଣ ଅଭିଯୋଗରେ ପୋଲିସ ଛବି ପାଣ୍ଡେ ନାମକ ମହିଳାଙ୍କ ସହିତ ତାଙ୍କ ସହଯୋଗୀ ସୁରଜ ପାଣ୍ଡେ, ଉମେଶ ଯାଦବ ଏବଂ ଦପୁ କାଶ୍ୟପଙ୍କୁ ଗିରଫ କରିଛି। ପୋଲିସ ଏହି ପ୍ରଶଂନୀୟ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ୨ ଳକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେମ୍ସ ୱେବ୍‌ ଟେଲିସ୍କୋପ୍‌ରେ ଧରାପଡ଼ିଲା ‘ବ୍ଲାକ୍‌ ହୋଲ୍‌ ଷ୍ଟାର୍‌’

ଓ୍ବାଶିଂଟନ,୧୪।୮: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ। ନାସାର ପ୍ରସିଦ୍ଧ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପର ଚିତ୍ରକୁ ଅନୁଧ୍ୟାନ କରି ଗବେଷକମାନେ ସମ୍ପୂର୍ଣ୍ଣ…

ଇଥାନଲରୁ ଖରାପ ହେବା ସୁନିଶ୍ଚିତ: ଗାଡ଼ି ନିର୍ମାତା

ନୂଆଦିଲ୍ଲୀ,୧୪।୮(ରଏଟର୍ସ):ବିଗତ ଏକ ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକ ଦେଶର ୨୧ ରାଜ୍ୟର ପେଟ୍ରୋଲ ପମ୍ପରୁ ୨୫୦ରୁ ଅଧିକ ଇ୨୦ ପେଟ୍ରୋଲ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ଏଥିରୁ…

କାହାର ଟେନ୍‌ସନ ବଢ଼ାଇବେ ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ଦେଶରେ ଚହଳ

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବୈଜ୍ଞାନିକ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆରେ ଏକ ଭିଡିଓ ଲେୟାର କରିଛନ୍ତି। ଏହି ଭିଡିଓରେ ସେ ଦେଶର…

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ଆଫ୍ରିକାରୁ ଚିତା, ଅଷ୍ଟ୍ରେଲିଆରୁ ନାଲି କଙ୍ଗାରୁ

ବାରଙ୍ଗ,୧୪।୮(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ପ୍ରାଣୀମାନନ୍ତୁ…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri