ଘାତକ ମିଶାଇଲ ‘ହାମର’

ନୂଆଦିଲ୍ଲୀ: ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି)ରେ ପାକିସ୍ତାନ ଏବଂ ଆକ୍ଚ୍ୟୁଆଲ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଏସି)ରେ ଚାଇନା ସହ ମୁହଁାମୁହିଁ ପରିସ୍ଥିତି ଭାରତ ପାଇଁ ସତର୍କ ଘଣ୍ଟି ବଜାଇଛି। ଏକା ସମୟରେ ଦୁଇ ଶତ୍ରୁ ଦେଶ କବଳରୁ ସୀମାକୁ ସୁରକ୍ଷା ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ପ୍ରତିରକ୍ଷା ବିଭାଗ। ଏସବୁ ଭିତରେ ଚର୍ଚ୍ଚାରେ ରହିଛି ଫାଇଟର ଜେଟ୍‌ ‘ରାଫାଲ’। ଜୁଲାଇ ଶେଷଯାଏ ଫ୍ରାନ୍ସରୁ ୫ ରାଫାଲ ଭାରତରେ ପହଞ୍ଚତ୍ବ ବୋଲି ସ୍ପଷ୍ଟ ହୋଇଛି। ଅତ୍ୟାଧୁନିକ ଟେକ୍‌ନିକ୍‌ରେ ଭରପୂର ଏହି ଯୁଦ୍ଧ ବିମାନର ମାରକ କ୍ଷମତା ବଢ଼ାଇବାକୁ ଏଥିରେ ଖଞ୍ଜାଯିବ ‘ହାମର’ ମିଶାଇଲ। ପରମାଣୁ ଅସ୍ତ୍ର ବହନ କ୍ଷମତା ଥିବା ରାଫାଲରେ ହାମାର ଲଗାଯିବା ପରେ ଏହାର ବିଧ୍ୱସଂକ କ୍ଷମତା ବହୁଗୁଣରେ ବଢ଼ିଯିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।
‘ହାମର’ର ଅର୍ଥ ହାଇଲୀ ଏଜାଇଲ ମୋଡ୍ୟୁଲର ମ୍ୟୁନିଶନ ଏକ୍ସଟେଣ୍ଡେଡ୍‌ ରେଞ୍ଜ। ଏହା ଆକାଶରୁ ଭୂମିକୁ ରକେଟ୍‌ ଜରିଆରେ ଲକ୍ଷ୍ୟଭେଦ କରିପାରୁଥିବା ଏକ ସ୍ବତନ୍ତ୍ର ଧରଣର ମିଶାଇଲ୍‌ କିଟ୍‌। ଏହି ମଧ୍ୟମ ଦୂରଗାମୀ ମିଶାଇଲ କିଟ୍‌କୁ ଦୀର୍ଘଦିନ ପୂର୍ବରୁ ଫ୍ରାନ୍ସ ନିଜ ପ୍ରତିରକ୍ଷା ବାହିନୀରେ ସାମିଲ କରିସାରିଛି। ଏଥିରେ ଆଇଏନ୍‌ଏସ୍‌ / ଜିପିଏସ୍‌, ଆଇଏନ୍‌ଏସି/ ଜିପିଏସ୍‌ / ଆଇଆଇଆର୍‌ ଗାଇଡେନ୍ସ କିଟ୍‌ ଖଞ୍ଜାଯାଇପାରିବ। ଏଥିସହ ଅତ୍ୟାଧୁନିକ ଆଇଏନ୍‌ଏସ୍‌ / ଜିପିଏସ୍‌ / ଲେଜର ଗାଇଡେନ୍ସ ସିଷ୍ଟମ ମଧ୍ୟ ଲଗାଯାଇପାରିବ।
‘ହାମର’ର ଲକ୍ଷ୍ୟଭେଦ କ୍ଷମତା ୨୦ରୁ ୭୦ କିମି। ଲଦାଖ ଭଳି ଦୁର୍ଗମ ଯୁଦ୍ଧକ୍ଷେତ୍ରରେ ଲଢ଼େଇ ବେଳେ ଶତ୍ରୁପକ୍ଷର ବଙ୍କର ନଷ୍ଟ କରିବା ପାଇଁ ଏହାକୁ ବ୍ୟବହାର କରାଯିବ। ‘ହାମର’ ହେଉଛି ଇସ୍ରାଏଲୀ ସ୍ପାଇସ୍‌ ଗାଇଡେଡ୍‌ ବୋମା ଭଳି। ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ବେଳେ ଆତଙ୍କବାଦୀ ଶିବିର ଧ୍ୱଂସ କରିବାକୁ ଭାରତୀୟ ବାୟୁସେନା ଇସ୍ରାଏଲୀ ସ୍ପାଇସ୍‌ ଗାଇଡେଡ୍‌ ବୋମା ବ୍ୟବହାର କରିଥିଲା। ରାଫାଲ୍‌ ଯୁଦ୍ଧବିମାନ ୨୫୦ କେ.ଜି. ବିଶିଷ୍ଟ ୬ଟି ହାମର ମିଶାଇଲକୁ ଥରକରେ ବହନ କରିପାରିବା ସହ ଏକାସଙ୍ଗରେ ୬ ସ୍ଥାନକୁ ଟାର୍ଗେଟ କରିପାରିବାକୁ ସକ୍ଷମ। ୨୦୦୭ରୁ ହାମର ମିଶାଇଲ ବ୍ୟବହାର ଉପଯୋଗୀ ହୋଇଛି। ଫ୍ରାନ୍ସ ବ୍ୟତୀତ, କାତାର, ମିଶର, ମରକ୍କୋ ମଧ୍ୟ ଏହି ମିଶାଇଲ ବ୍ୟବହାର କରୁଛନ୍ତି। ତେବେ ଅନ୍ତର୍ଜାତୀୟସ୍ତରରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି, ‘ହାମର’ ଆମେରିକୀୟ ମିଶାଇଲ୍‌ ତୁଳନାରେ ବେଶି ମହଙ୍ଗା। ତେଣୁ ଖୁମ୍‌ କମ୍‌ ପରିମାଣରେ ଏହାର ଉତ୍ପାଦନ ହେଉଛି। ତେବେ ଭାରତ ସହ ଚୁକ୍ତି ସ୍ବାକ୍ଷରିତ ପରେ ଏହାକୁ ନିର୍ମାଣ କରୁଥିବା କମ୍ପାନୀ ଖର୍ଚ୍ଚ କମାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?