ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ। ସେଠାରୁ ରାଜା ନିଜ ଝିଅ ସଙ୍ଗେ ଅଙ୍ଗସଙ୍ଗ ହେଲେ। ସେ ଝିଅ ଗର୍ଭବତୀ ହେଲେ। ସେ କଥା ପ୍ରଘଟ ହେଲା। ସେଠାରୁ ରାଜା ବ୍ରାହ୍ମଣଙ୍କୁ ଏ ପାପର ପ୍ରାୟଶ୍ଚିତ୍ତ କଥା ପଚାରିଲାରୁ ତହିଁକି ବ୍ରାହ୍ମଣମାନେ କହିଲେ, ଦୁଇମାଠିଆ ପାଣି ଘେନି ଝିଅ ଚାଲିବ, ଯେଉଁଠି ତା’ ଗୋଡ଼ରୁ ରୁଧିର ଜାତହେବ, ସେଇଠି ପୋଖରୀ ଖୋଳାଯିବ, ପୋଖରୀ ମଧ୍ୟ ଦୀପଦଣ୍ଡିରେ ଝିଅ ରହିବ। ଏ ଝିଅଙ୍କୁ ଏ ରୂପେ ଚଳାଇଲା ବେଳକୁ ରାଜ୍ୟ ଲୋକେ ଶୁଣି ବହୁତ ଉପହାସ କଲେ। ରାଜା ବଡ଼ ସଙ୍କୋଚ ପାଇଲେ, ଏ ଝିଅକୁ ନଅରକୁ ନେଲେ। ସେବେଳର ଏହା ଲିଖିତ ପ୍ରମାଣ, ପୁରୁଷ ଯାହାକରୁ ନାରୀର ସବୁ ଦୋଷ।
ସ୍ବାଧୀନ ଭାରତରେ ନିର୍ଭୟା ନିର୍ଭୟରେ ଟିକେ ବୁଲିବା ବୋଧେ ଭୁଲ୍‌ ଥିଲା ତା’ର, ନିର୍ଯାତନା ସହିଲା, ନିଜର ଅଧିକାରକୁ ହରାଇଲା, ଅସମ୍ମାନିତ ହୋଇ ଜୀବନ ଦେଲା। ଯେଉଁମାନେ ଏ କର୍ମ କଲେ, ସେମାନଙ୍କୁ ସେ ଚିହ୍ନେନା କି ଜାଣେନା, ସେମାନଙ୍କର କିଛି ବି ସେ କ୍ଷତି କରିନି କେବେ, ସେମାନେ ବି ତାକୁ ମଣିଷ କରିବାରେ ସହଯୋଗ କରିନାହାନ୍ତି କେବେ। ତଥାପି ସେମାନେ ତାହାର ସବୁ ଅଧିକାର ଛଡ଼ାଇନେଲେ। ଏତେ ସବୁ ହରାଇଲା ପରେ ବି ତାକୁ ନ୍ୟାୟ ଦେବାକୁ ଅନେକ ବର୍ଷ ଲାଗିଗଲା।
କନ୍ୟାରତ୍ନଟିଏକୁ ମଣିଷ କରିବା କେତେ କଷ୍ଟ, ପିତାମାତା ହିଁ ଜାଣନ୍ତି। ଆଉ ଡାକ୍ତରଟିଏ କରି ସମାଜରେ ଠିଆ କରାଇବା ତା’ଠାରୁ ଆହୁରି କଷ୍ଟକର। ବିଚାରୀ ସବୁ ହରାଇଲା, ନିର୍ଯାତନାର ଶିକାର ହେଲା, ଜୀବନ ଥାଇ ଅଗ୍ନିରେ ଦାହହେଲା। ସେ ବି କାହାର କିଛି ଅନିଷ୍ଟ କରି ନ ଥିଲା। ଯେତେବେଳେ ଅଭିଯୁକ୍ତ ପିଶାଚଗଣ ପୋଲିସ ଗୁଳିରେ ମଲେ, ସାରା ଦେଶରେ ଆନନ୍ଦ ଖେଳିଗଲା, ଅତିଷ୍ଠ ନାଗରିକ ପୋଲିସକୁ ପୁଷ୍ପ ବର୍ଷଣକରି ଅଭିନନ୍ଦନ ଜଣାଇଲେ। ସତେ ଯେପରି ଅନେକ ନଦୀର ନୀରବତା, ସମୁଦ୍ରର ଗର୍ଜନ ବୋଧେ ଥିଲା। ଏହା ଥିଲା ସେଦିନର ହାଇଦ୍ରାବାଦ ଘଟଣା।
ଯେତେବେଳେ ଯାତ୍ରା, ନାଟକରେ ନାରୀଟିଏ ଅଭିନୟ କରୁଥିଲା, ସମାଜ ତାହାକୁ ନାଚବାଲୀ କହି ଅନେକ ତାଚ୍ଛଲ୍ୟ କରୁଥିଲା। ସମାଜ ସେମାନଙ୍କୁ ଉଚିତ ସମ୍ମାନ ଦେଉ ନ ଥିଲା। ତଥାପି ଅନେକ ମହିଳା ତାହାକୁ ଖାତିର ନ କରି, ସବୁ ଅପମାନ, ଯନ୍ତ୍ରଣାକୁ ସହି ସାଧନାରେ ବ୍ରତୀ ରହିଲେ। ଫଳ ସ୍ବରୂପ ନାଚଗୀତ କରୁଥିବା ଝିଅଟି ଆଜି ସମାଜରେ ଅନେକ ସମ୍ମାନ ପାଉଛି।
ଦିଲ୍ଲୀରେ ବ୍ୟାଙ୍କ୍‌ ଚାକିରି ପାଇଁ ଯୋଗ୍ୟ ବିବେଚିତ କିଛି ବିବାହିତ ମହିଳା ପ୍ରାର୍ଥୀଙ୍କୁ ବ୍ୟାଙ୍କ୍‌ କିଛିଦିନ ଅନ୍ତରରେ ନିଯୁକ୍ତି ଦେବ ବୋଲି ଘୋଷଣାକଲା। ସେମାନଙ୍କର ଦୋଷ ଥିଲା, ସେମାନଙ୍କର ଗର୍ଭଧାରଣ ୩ ମାସ ବିତିସାରିଥିଲା। ବ୍ୟାଙ୍କ ସେମାନଙ୍କୁ ଆଖ୍ୟା ଦେଲା, ସାମୟିକ ଅକ୍ଷମ। ବ୍ୟାଙ୍କର ନିୟମ ଯେଉଁମାନଙ୍କ ଗର୍ଭଧାରଣ ୩ମାସରୁ ଊର୍ଦ୍ଧ୍ୱ ହୋଇଥିବ, ସେମାନେ ସାମୟିକ ଅକ୍ଷମ ବର୍ଗରେ ଯିବେ। ସେମାନେ ପିଲା ଜନ୍ମର ୬ ସପ୍ତାହ ପରେ ନିଯୁକ୍ତି ପାଇବେ। ଗର୍ଭଧାରଣ ଜଣେ ନାରୀର ଅଧିକାର, ଅଧିକାର ସାବ୍ୟସ୍ତ କରୁଥିବା ଲୋକ ଗଣାହେବ ଅକ୍ଷମ ବର୍ଗରେ? କି ରୁଗ୍‌ଣ ବିଚାର ସତେ? ଏ ଘଟଣା ପ୍ରକାଶ ପାଇବା ପରେ ଅନେକଙ୍କୁ ଆଘାତ ଦେଲା। ଦିଲ୍ଲୀ ମହିଳା କମିଶନ ନିଜ ଆଡ଼ୁ ଏହାର ପ୍ରତିବାଦକଲେ। ଯୁକ୍ତି ବି ଦର୍ଶାଇଲେ, ନିଯୁକ୍ତି ନ ଦେବା ଦ୍ୱାରା ସେମାନେ ବରିଷ୍ଠତା ହରାଇବେ, ଏହା ଲିଙ୍ଗଗତ ବୈଷମ୍ୟକୁ ମଧ୍ୟ ତୋଳି ଧରୁଛି। ମହିଳା କମିଶନଙ୍କ ଆପତ୍ତି ଫଳରେ ଅନେକ ବ୍ୟାଙ୍କ ଏହିପରି ନିୟମକୁ ପ୍ରତ୍ୟାହାର କରିଥିଲେ। ଆମ ମଧ୍ୟରେ ପ୍ରଶ୍ନ ଉଠିପାରେ, ଏହି ନିୟମ ଠିକ୍‌ ବୋଲି। କିନ୍ତୁ ପ୍ରଗତି, ସମ୍ବେଦନଶୀଳ ପ୍ରସଙ୍ଗ, ବ୍ୟବସାୟିକ ପ୍ରସଙ୍ଗ ନୁହେଁ। ସଂଗଠିତ କ୍ଷେତ୍ରର ଅନୁଷ୍ଠାନ ପାଇଁ ଏକ ସମ୍ମାନ ଆଉ ସାମାଜିକ ଦାୟିତ୍ୱବୋଧ ମଧ୍ୟ। ସଂସାରରେ ଥିବା ସବୁ ପଶୁପକ୍ଷୀ, ଜୀବଜନ୍ତୁଙ୍କ ଦାୟିତ୍ୱ ଆମେ ନେଉନାହୁଁ। କିନ୍ତୁ ସେମାନେ ବି ବଞ୍ଚୁଛନ୍ତି। ଆଉ ମଣିଷ କ୍ଷେତ୍ରରେ ସେପରି ବିଚାରିବା ନା ମହତ୍‌ ବିଚାରକୁ ତୋଳି ଧରିବା? ଆଉ ବିଂଶଶତାବ୍ଦୀ ଅତିକ୍ରାନ୍ତ ପରେ ଏଭଳି ବିଚାର କେତେ ଯୁକ୍ତିଯୁକ୍ତ?
ପରିବାର ପୁରୁଷଟିଏକୁ ଯେତିକି ସମ୍ମାନ ଦିଏ, ନାରୀଟିଏକୁ ସେତିକି ସମ୍ମାନ ଏବେ ବି ଦେଉନାହିଁ। ପୁରୁଷ ପ୍ରଧାନ ସମାଜରେ ନାରୀଟିଏ ଘରେ ରହି ଘରର ସବୁ କାର୍ଯ୍ୟ ଦିନରାତି କଲେ ମଧ୍ୟ ତାହାର ମୂଲ୍ୟାଙ୍କନ ହେଉନାହିଁ ବା ତାହାର ଗୁରୁତ୍ୱ ଏତେଟା ରହୁନାହିଁ। ନାରୀଟିଏ ଉଚ୍ଚ ପାଟିରେ କଥାବାର୍ତ୍ତା କଲେ ଉଗ୍ରଚଣ୍ଡୀ ଏବଂ ଧୀରେ କଥାବାର୍ତ୍ତା କଲେ ମୌନମୁହଁୀର ଆଖ୍ୟା ପାଉଛି। ଧୀର ଚାଲିରେ, କ୍ଷୀପ୍ର ଚାଲିରେ ବି ଅପମାନ ପାଉଛି। ନବେ ଦଶକ ପର୍ଯ୍ୟନ୍ତ ନାରୀଟିଏ ସାଇକେଲ ଚଳେଇବା ସମାଜ ଗ୍ରହଣ କରିପାରୁ ନ ଥିଲା। ସମୟ ବଦଳିଯାଇଛି, ଝିଅଟିଏ ସ୍କୁଟି ଚଳାଇଲେ ସମାଜ ଯଦିଓ ଗ୍ରହଣ କରିପାରୁଛି, କିନ୍ତୁ ବାଇକ୍‌ ଚଳାଇଲେ ନାନା ଅପମାନସୂଚକ ଶବ୍ଦ ଅର୍ଜନ କରୁଛି ଅର୍ଥାତ୍‌ ସମାଜ ଏବେ ବି ତାହାକୁ ଗ୍ରହଣ କରିପାରୁନାହିଁ।
ସବୁ ସମୟରେ ନାରୀ ଅବହେଳିତ ଓ ନିର୍ଯାତିତ। ଆମେ ଭାବିବା, ଆଗକାଳରେ କମ୍‌ ଥିଲା ଏବେ ଅଧିକ ବା ଆଗେ ଅଧିକ ଏବେ କମ୍‌, ତାହା ନୁହେଁ, ଆମେ ଦିନକୁ ଦିନ ଅଧିକ ଶିକ୍ଷିତ, ଦୀକ୍ଷିତ ହେଲେ ମଧ୍ୟ ଶତକଡ଼ାରେ ହିସାବ କଲେ ଆଗେ ଯେତିକି ନିର୍ଯାତନାର ହାର ଥିଲା ଏବେ ବି ସେତିକି ଶତକଡ଼ା ମଧ୍ୟ।
ଆଫ୍‌ଗାନିସ୍ତାନରେ ଅବସ୍ଥାପିତ ମୌଳବାଦୀ ସରକାର ଯେତେବେଳେ ହୁକୁମ ଜାହିରକଲା ବାଳିକାମାନେ ବିଦ୍ୟାଳୟ ଯାଇପାରିବେ ନାହିଁ ଓ ମହିଳାମାନେ ବାହାରେ କାର୍ଯ୍ୟ କରିପାରିବେ ନାହିଁ, ସେତେବେଳେ ସାରା ବିଶ୍ୱର ଜନଗଣ ଆଶ୍ଚର୍ଯ୍ୟ ପ୍ରକଟ କଲେ। କିନ୍ତୁ ଆମେ ଆମ ନାରୀକୁ ଶିକ୍ଷିତ କରିବାରେ କେତେ ଆଗ୍ରହ ପ୍ରକାଶ କରୁଛେ। ଆମେ କ’ଣ ନାରୀକୁ ସେତିକି ସୁବିଧା ଦେଇଛେ? ନା, ନାରୀ ତାହାର ଅଧିକାର ଜାହିର କଲେ ଆମେ ଅବରୋଧ କରୁଛେ। ବାଲ୍ୟବିବାହ, ନାରୀ ନିର୍ଯାତନା ଆଜି ମଧ୍ୟ ସମାଜରେ ଦେଖାଦେଉଛି। ନାରୀଟିଏ ଜନପ୍ରତିନିଧି ହେଲେ ତାହାର ସ୍ବାମୀ ସେ ସ୍ଥାନକୁ ଗ୍ରହଣ କରୁଛି। ନାରୀ ସ୍ବାଧୀନ ଭାବେ ନିଷ୍ପତ୍ତି ନେବାର ଅଧିକାରକୁ ଆମେ ଛଡ଼ାଇ ନେଉଛେ। ବାଳିକାଟିଏ ଶିକ୍ଷାନୁଷ୍ଠାନରେ ଅନେକ ନିର୍ଯାତନାର ଶିକାର ହେଉଥିବା ଦେଖିବାକୁ ମିଳୁଛି।
ଗୋଟିଏ ସମୟ ଥିଲା ନାରୀ ଶିକ୍ଷା ଅର୍ଜନକଲେ ପାପ ବୋଲି ଅଭିହିତ ହେଉଥିଲା। ନାରୀଟିଏ ବିଧବା ହେଲେ ପୁନର୍ବିବାହ କରିପାରୁ ନ ଥିଲା। ଏବେର ସମୟ ଅନେକ ବଦଳିଯାଇଛି ସତ, କିନ୍ତୁ ନାରୀ ଯେତିକି ଅଧିକାର ପାଇବା କଥା ସେତିକିରୁ ବଞ୍ଚିତ ହେଉଛି। ନିର୍ଯାତନାର ଶିକାର ହୋଇଥିବା ନାରୀଟିକୁ ସମାଜ ଆହୁରି ଦୋଷୀ ବୋଲି ବିଚାରୁଛି। ନିର୍ଯାତିତ ନାରୀ ଲୋକଲଜ୍ଜା ବା ଆହୁରି ନିର୍ଯାତନାର ଶିକାର ହେବା ଭୟରେ ଅଭିଯୋଗ କରିବାକୁ ଡରୁଛି। ନାରୀ ଅଧିକାର ପାଇଁ ଲଢ଼େଇ ଧୀର ହେଉଥିବା ସ୍ଥଳେ ନାରୀଟିଏ ନିର୍ଯାତିତ ହେବା ପାଇଁ ଯେତେବେଳେ କାରକ ହେଉଛି, ତାହା ନାରୀ ସମ୍ମାନକୁ ପ୍ରତିହତ କରୁଛି।
ନାରୀ ନୀରବରେ ସବୁ କଷ୍ଟ, ଅପମାନ, ଯନ୍ତ୍ରଣାକୁ ସହି ଆପଣା ପଣରେ ତାହାର ଅଧିକାର ସାବ୍ୟସ୍ତ କରିବାରେ ଚେଷ୍ଟା ଜାରି ରଖିଛି। ସମାଜର ବିଚାର, ହୀନମନ୍ୟତାକୁ ଦୂରେଇଲେ ହିଁ ନାରୀ ପ୍ରକୃତ ସମ୍ମାନ ପାଇବାରେ ସକ୍ଷମ ହେବ।
ଗୋଗଳ, କାଏମା, ଯାଜପୁର
ମୋ: ୯୭୭୭୭୪୯୭୨୭

ଗଣେଶ୍ୱର ନାୟକ

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?