ବର୍ଷାରେ ଭିଜି ବାସନ ମାଜିଲେ ଛାତ୍ର, ଭିଡିଓ ଭାଇରାଲ

ଖୋର୍ଦ୍ଧା,୨୫ା୧(ପ୍ରଭାତ ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ସ୍ଲୋଗାନ ପ୍ରହସନ ପାଲଟିଛି। ଡ୍ରପ୍‌ଆଉଟ ପିଲାଙ୍କୁ ସରକାରୀ ବିଦ୍ୟାଳୟମୁହାଁ କରିବା, ଅତ୍ୟାଧୁନିକ ଜ୍ଞାନକୌଶଳ, ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ରାଜ୍ୟ ସରକାର ୫-ଟି ଅନ୍ତର୍ଗତ ବିଦ୍ୟାଳୟ ଋପାନ୍ତରଣ ଆରମ୍ଭ କରିଛନ୍ତି। ଏହାର ଲକ୍ଷ୍ୟ ପିଲାଙ୍କୁ ସରକାରୀ ସ୍କୁଲରେ ପାଠପଢା ପ୍ରତି ଆକୃଷ୍ଟ କରିବା ତଥା ବେସରକାରୀ ସ୍କୁଲ ଭଳି ସମସ୍ତ ସୁବିଧା ସୁଯୋଗ ଦେବା। ତେବେ ବାସ୍ତବ ଚିତ୍ର ଭିନ୍ନ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ସିମୋର ପଞ୍ଚାୟତର କୁଞ୍ଜବିହାରୀ ଦେବ ସ୍ମାର୍ଟ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କୁ ବାସନ ମଜାଯାଉଥିବା ଦେଖିବାକୁ ମିଳିଛି। ବୁଧବାର ଦିନତମାମ ବର୍ଷା ଲାଗିରହିଛି। ବିଦ୍ୟାଳୟ ପରିସରରେ ପିଲାମାନେ ବର୍ଷାରେ ଭିଜି ବାସନ ମାଜୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ସୂଚନା ଅନୁଯାୟୀ, ବୁଧବାର ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲାର କୁଞ୍ଜବିହାରୀ ଦେବ ବିଦ୍ୟାଳୟ ସମେତ ଏକାଧିକ ବିଦ୍ୟାଳୟ ସାମିଲ ହୋଇଥିଲେ। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରୂପାନ୍ତରିତ ବିଦ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ପରେ ଏହି ଅବସରରେ ବିଦ୍ୟାଳୟ ପରିସରରେ ଭୋଜିଭାତ ଆୟୋଜନ ହୋଇଥିଲା। ଅପରାହ୍ନରେ ସମସ୍ତେ ଖାଇସାରିବା ପରେ ବାସନ ମାଜିବା କାର୍ଯ୍ୟରେ ପିଲାଙ୍କୁ ନିୟୋଜିତ କରାଯାଇଥିଲା। ପିଲାମାନେ ବର୍ଷାରେ ଭିଜି ଅଇଁଠା ବାସନ ମାଜିଥିଲେ। ଏହି ସମୟରେ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ। ପିଲାମାନେ ବାସନ ମାଜିବା ବେଳର ଭିଡିଓ ଭାଇରାଲ ହେବା ପରେ ଶିକ୍ଷକମାନଙ୍କ ଦାୟିତ୍ୱ ଉପରେ ପ୍ରଶ୍ନବାଚୀ ଉଠିଛି। ଏଭଳି କାର୍ଯ୍ୟକୁ ବିିଭିନ୍ନ ମହଲରେ ସମାଲୋଚନା କରାଯାଇଛି। କେତେଜଣ ଅଭିଭାବକ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଳୟରେ ପିଲାଙ୍କୁ କୌଣସି କାର୍ଯ୍ୟରେ ନ ଲଗାଇବା ପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ ଥିବା ବେଳେ କିଏ, କାହିଁକି, ବର୍ଷାରେ ପିଲାଙ୍କୁ ବାସନ ମାଜିବା କାର୍ଯ୍ୟରେ ଲଗାଇଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ପିସିସି ରାଜ୍ୟ ସମ୍ପାଦକ ଶିଶିର ପରିଡା କହିଛନ୍ତି, ଏହା ନିନ୍ଦନୀୟ ଘଟଣା। ସରକାର ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢିବା ପ୍ରତି ଆଗ୍ରହ ପାଇଁ ମଧ୍ୟାହ୍ନଭୋଜନ, ମାଗଣା ସ୍କୁଲ ୟୁନିଫର୍ମ, ଜୋତା, ସାଇକେଲ ପ୍ରଭୃତି ଯୋଜନା ପରେ ଏବେ ୫-ଟି ରୂପାନ୍ତରଣରେ ସ୍ମାର୍ଟ ବିଦ୍ୟାଳୟ କରୁଛନ୍ତି। ତେବେ ଏଭଳି ଚିତ୍ରରୁ ପିଲାଙ୍କ ଭବିଷ୍ୟତ ନେଇ ଶିକ୍ଷା ବିଭାଗ କେତେ ତପତ୍ର ତାହା ବୁଝାପଡୁଛି। ଅନ୍ୟପକ୍ଷରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର କହିଛନ୍ତି, ଏଭଳି ଘଟଣା ସମ୍ପର୍କରେ ମୋ’ ପାଖରେ କୌଣସି ସୂଚନା ନାହିଁ। ମୁଁ ଦୁଇଟି ବିଦ୍ୟାଳୟ ଦାୟିତ୍ୱରେ ରହିଛି। ଅପରାହ୍ନରେ ଅନ୍ୟ ସ୍କୁଲକୁ ଯାଇଥିଲି। ବାସନକୁସନ ମାଜିବା ପାଇଁ ପାଚିକା ଅଛନ୍ତି। ପିଲାଙ୍କୁ କୌଣସି କାମରେ ନ ଲଗାଇବା ପାଇଁ ଶିକ୍ଷକମାନଙ୍କୁ କଡା ତାଗିଦ୍‌ କରାଯାଇଛି। ଗୁରୁବାର ଷ୍ଟାଫ ବୈଠକ ଡକାଯାଇ ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?