Posted inଖେଳ

ଚର୍ଚ୍ଚାରେ ଭେଟେରାନ୍‌ ପ୍ଲେୟର

ଅଭିଜ୍ଞତାର କିଛି ବିକଳ୍ପ ନ ଥାଏ। ଚଳିତ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ଅଧାଅଧି ଶେଷ ହେବାକୁ ବସିଥିବା ବେଳେ କିଛି ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ଏହାକୁ ଠିକ୍‌ ପ୍ରମାଣିତ କରିଛି। ଏହି ଲିଗ୍‌ରେ ସାଧାରଣତଃ ଯୁବ ଖେଳାଳିଙ୍କଠାରୁ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଥାଏ। ଚଳିତ ବର୍ଷର ଆଇପିଏଲରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ। ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂ, ରିଙ୍କୁ ସିଂଙ୍କ ପରି ଯୁବ ଖେଳାଳି ନିଃସନ୍ଦେହ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଏମିତି ଅନେକ ଖେଳାଳି ଯେଉଁମାନେ ଟିମ୍‌ ଇଣ୍ଡିଆର ରାଡାରରୁ ବେଶ୍‌ ଦୂରରେ ସେମାନେ ନିଜ ପ୍ରଦର୍ଶନ ଜରିଆରେ ଚହଳ ସୃଷ୍ଟି କରିଛନ୍ତି। ଅଜିଙ୍କ୍ୟ ରାହାନେ, ଇଶାନ୍ତ ଶର୍ମା, ଶିଖର ଧାଓ୍ବନ, ମୋହିତ ଶର୍ମା, ସନ୍ଦୀପ ଶର୍ମା, ପୀୟୂଷ ଚାଓ୍ବଲା ଓ ଅମିତ ମିଶ୍ରଙ୍କ ପରି ଖେଳାଳି ଏହି ତାଲିକାରେ ଅଛନ୍ତି। ରାହାନେ ନିଜ ପ୍ରଦର୍ଶନ ଆଧାରରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଦଳକୁ ଫେରିଥିବା ବେଳେ ଅନ୍ୟମାନେ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଏମିତି ଖେଳାଳିଙ୍କ ଉପରେ ଏକ ଆଲେଖ୍ୟ…..
ଅଜିଙ୍କ୍ୟ ରାହାନେ: ଭାରତୀୟ ଦଳର ଅଧିନାୟକ ରହି ସାରିଥିବା ରାହାନେଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ରହିଛି ଆଇପିଏଲ୍‌ ୨୦୨୩। ଚଳିତ ଆଇପିଏଲ୍‌ରେ ସେ ୧୯୦ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ରନ୍‌ ସଂଗ୍ରହ କରିଥିବା ବେଳେ ତାଙ୍କ ଫିଲ୍ଡିଂ ଦକ୍ଷତାରେ ସେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ୮ ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହିତ ରାହାନେ ୨୨୪ ରନ୍‌ ସ୍କୋର କରିଛନ୍ତି। ରାହାନେ ଯଦି ଟୁର୍ନାମେଣ୍ଟ ଶେଷଯାଏ ସମାନ ଫର୍ମ ବଜାୟ ରଖନ୍ତି ତେବେ ଭାରତର ସୀମିତ ଓଭର ଦଳ ତଥା ଆଗାମୀ ଦିନିକିଆ ବିଶ୍ୱକପରେ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି।
ଇଶାନ୍ତ ଶର୍ମା: ଭାରତୀୟ ଦଳର ପୂର୍ବତନ ଷ୍ଟ୍ରାଇକ୍‌ ବୋଲର ରହିଥିବା ଇଶାନ୍ତ ଶର୍ମା ବର୍ତ୍ତମାନ ଭାରତୀୟ ଚୟନକର୍ତ୍ତାଙ୍କ ରାଡାରରୁ ବାହାରେ। ୩୭ ବର୍ଷୀୟ ଇଶାନ୍ତ ଦୀର୍ଘ ବର୍ଷ ଧରି ଭାରତୀୟ ଦଳର ଅଂଶ ନଥିବା ଇଶାନ୍ତ ନିଜ ଆଇପିଏଲ ପ୍ରତ୍ୟାବର୍ତ୍ତନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ୪ ମ୍ୟାଚ୍‌ ଖେଳି ସାରିଥିବା ଇଶାନ୍ତଙ୍କ ଇକୋନୋମି ରେଟ୍‌ ୬.୫୦ ରହିଥିବା ବେଳେ ସେ ନେଇଛନ୍ତି ୬ ଉଇକେଟ। ଚଳିତ ସିଜନର ୪ ମ୍ୟାଚରୁ ଇଶାନ୍ତ ୨ ଥର ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ମଧ୍ୟ ହୋଇଛନ୍ତି।
ଶିଖର ଧାଓ୍ବନ: ଏକଦା ସୀମିତ ଓଭର ଭାରତୀୟ ଦଳର ଅଧିନାୟକ ରହିଥିବା ଶିଖର ଧାଓ୍ବନଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଦଳରୁ ବାଦ ଦିଆଯାଇଥିଲା। ୩୬ ବର୍ଷ ବୟସରେ ବି ଧାଓ୍ବନ ବେଶ୍‌ ଚମତ୍କାର ବ୍ୟାଟିଂ କରୁଛନ୍ତି। ଚଳିତ ସିଜନରେ ୭ ମ୍ୟାଚ୍‌ରୁ ୧୫୦ ଷ୍ଟ୍ରାଇକରେଟ୍‌ ସହିତ ସେ ୨୯୨ ରନ୍‌ କରିଛନ୍ତି। ଏହା ସହିତ ତାଙ୍କର ଆଭରେଜ ୫୮ ରହିଛି।
ମୋହିତ ଶର୍ମା: ଚେନ୍ନାଇ ସୁପର କିଙ୍ଗ୍ସରୁ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ ମୋହିତ ଶର୍ମା। ପର୍ପଲ କ୍ୟାପ୍‌ ହାସଲ କରିବା ସହିତ ମୋହିତ ଭାରତୀୟ ଦଳରୁ ଡାକରା ପାଇଥିଲେ। ଏହାପରେ ଖରାପ ଫର୍ମ କାରଣରୁ ଭାରତୀୟ ଦଳରୁ ବାଦ୍‌ ପଡିଥିବା ବେଳେ ଆଇପିଏଲରେ ମଧ୍ୟ କୌଣସି ଦଳ ତାଙ୍କୁ କିଣି ନ ଥିଲେ। ୨୦୨୨ ସିଜନରେ ଗୁଜରାଟ ଟାଇଟନ୍ସରେ ନେଟ୍‌ ବୋଲର ଭାବରେ ଯୋଗ ଦେଇଥିଲେ ମୋହିତ। ଚଳିତ ସିଜନରେ ୟଶ ଦୟାଲଙ୍କ ସ୍ଥାନରେ ଖେଳିବା ପରେ ମୋହିତ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ୬ ମ୍ୟାଚ୍‌ରୁ ସେ ୮ ଉଇକେଟ ନେଇଥିବା ବେଳେ ତାଙ୍କର ଇକୋନୋମି ୬.୯୪ ରହିଛି।
ସନ୍ଦୀପ ଶର୍ମା: ବଲ୍‌ ସୁଇଙ୍ଗ କରିବାରେ ଭୁବନେଶ୍ୱର କୁମାରଙ୍କ ବିକଳ୍ପ ଭାବେ ସନ୍ଦୀପ ଶର୍ମାଙ୍କୁ ବିବେଚନା କରାଯାଏ। ତେବେ ପେସ୍‌ର ଅଭାବ କାରଣରୁ ସନ୍ଦୀପ କଦାପି ଭାରତୀୟ ଦଳରେ ସ୍ଥାନ ପାଇବାରେ ସମର୍ଥ ହୋଇ ନ ଥିଲେ। ଚଳିତ ସିଜନରେ ସନ୍ଦୀପଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ ମଧ୍ୟ କିଣି ନ ଥିଲେ। ତେବେ ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇ ବାଦ୍‌ ପଡ଼ିବାରୁ ବିକଳ୍ପ ଖେଳାଳି ଭାବେ ସନ୍ଦୀପଙ୍କୁ ସାମିଲ କରାଯାଇଥିଲା। ଏହାପରେ ନିଜ ସୁଇଙ୍ଗ୍‌ ସହିତ ଡେଥ୍‌ ଓଭର ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଭାରତୀୟ ଦଳରେ ସେ ଭୁବନେଶ୍ୱର କୁମାରଙ୍କ ବିକଳ୍ପ ସାବ୍ୟସ୍ତ ହୋଇପାରନ୍ତି।
ଅମିତ୍‌ ମିଶ୍ର: ଚଳିତ ଆଇପିଏଲ୍‌ର ସବୁଠାରୁ ବୟସ୍କ ଖେଳାଳି ହେଉଛନ୍ତି ଅମିତ୍‌ ମିଶ୍ର। ୪୨ ବର୍ଷ ବୟସରେ ତାଙ୍କର ଭାରତୀୟ ଦଳକୁ ଫେରିବାର ସମ୍ଭାବନା ନାହିଁ। ଚଳିତ ସିଜନରେ ୬ ମ୍ୟାଚ୍‌ରୁ ୬ ଉଇକେଟ ନେଇଥିବା ବେଳେ ତାଙ୍କର ଇକୋନୋମି ୭.୫୦ ରହିଛି।
ପୀୟୂଷ ଚାଓ୍ବଲା: ୩୪ ବର୍ଷ ବୟସ୍କ ପୀୟୂଷ ଚାଓ୍ବଲା ମୁମ୍ବାଇର ସବୁଠାରୁ ସଫଳତମ ବୋଲର ରହିଛନ୍ତି। ୩୪ ବର୍ଷ ବୟସ୍କ ଚାଓ୍ବଲା ୯ ମ୍ୟାଚରୁ ୧୫ ଉଇକେଟ ନେଇ ପର୍ପଲ କ୍ୟାପ୍‌ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ପ୍ରଦର୍ଶନ ଜରିଆରେ ସେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି।
ପ୍ରସ୍ତୁତି: ସରୋଜ କୁମାର ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri