ଜଙ୍ଘାବଡ଼ଦେଓଙ୍କ ପୀଠରେ ସ୍ବତନ୍ତ୍ର ତିଥିରେ ଲାଗିହୁଏ ନବାନ୍ନ

ଜନଜାତି ପରମ୍ପରାର ସମୃଦ୍ଧ ଜିଲା ସୁନ୍ଦରଗଡ଼। ଜିଲାର ସାମାଜିକ ଓ ସାଂସ୍କୃତିକ ଭାବଧାରାରେ ଜନଜାତି ଗୋଷ୍ଠୀଙ୍କ ପରମ୍ପରା,ଐତିହ୍ୟ, ଧର୍ମୀୟ ଭାବନା ଏହି ଅଞ୍ଚଳର ସ୍ବତନ୍ତ୍ର ସଂସ୍କୃତି ଭାବେ ପ୍ରସିଦ୍ଧି ଲାଭ କରିଛି। ପ୍ରକୃତି ଓ ପରମ୍ପରାର ପାର୍ବଣ ନୂଆଁଖାଇରେ ନିଜର ଇଷ୍ଟଦେବଦେବୀଙ୍କୁ ନବାନ୍ନ ଅର୍ପଣରେ ମଧ୍ୟ ରହିଛି ସ୍ବତନ୍ତ୍ର ରୀତିନୀତି। ଏହି ଜିଲାର ଜନଜାତି ପରମ୍ପରାର ଏକ ସଂସ୍କୃତିସମ୍ପନ୍ନ ଜନଜାତି ଗୋଣ୍ଡ ଜନଜାତି। ନୂଆଁଖାଇ ପର୍ବ ସାଧାରଣତଃ ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଧାରିତ ଲଗ୍ନରେ ପାଳନ କରାଯାଉଥିବା ବେଳେ ଗୋଣ୍ଡ ଜନଜାତି ପରମ୍ପରାରେ ଇଷ୍ଟ ଦେବତା ଜଙ୍ଘାବଡ଼ଦେଓଙ୍କ ପୀଠରେ ଏକ ନୂତନ ତିଥିରେ ଲାଗି ହୁଏ ନବାନ୍ନ।

ପୌରାଣିକ ଆଖ୍ୟାନ ଅନୁଯାୟୀ, ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଦେହାବଶେଷର ନିମ୍ନାଂଶ ଜଙ୍ଘରୁ ଉଦ୍ଧୃତ ଜଙ୍ଘାବଡ଼ଦେଓ ଗୋଣ୍ଡ ଜନଜାତିଙ୍କ ଇଷ୍ଟଦେବ ରୂପେ ସ୍ବୀକୃତ। ଜିଲାରେ ବାସ କରୁଥିବା ଗୋଣ୍ଡ ଜନଜାତିର ୬ଟି ସମ୍ପ୍ରଦାୟ ଏକତ୍ର ହୋଇ ଗୋଷ୍ଠୀଗତ ଭାବେ ଭାଦ୍ରବ ମାସ ଶୁକ୍ଳପକ୍ଷ ବାଲିତୃତୀୟା ତିଥିରେ ପାଳନ କରିଥାନ୍ତି ଏହି ନବାନ୍ନ ଅର୍ପଣର ପର୍ବ। ଏ ସମ୍ପର୍କରେ ବଡଗାଁ ଭୋଇପାଲିସ୍ଥିତ ଜଙ୍ଘବଡ଼ଦେଓ ମନ୍ଦିର ପୂଜକ ମିତ୍ରେଶ୍ୱର ନାୟକଙ୍କ କହିବା ଅନୁଯାୟୀ, ଏହି ପବିତ୍ର ତିଥିରେ ପ୍ରତ୍ୟୁଷରୁ ୬ଟି ସମ୍ପ୍ରଦାୟର ଲୋକେ ଏକାଠି ଜଙ୍ଗଲକୁ ଯାଇଥା’ନ୍ତି। ସେମାନେ ଖଇ ଉଖୁଡ଼ା, ନଡ଼ିଆ, ଧୂପ, ଦୀପ ଆଦି ନେଇ ଶିଆଳି ଗଛ ମୂଳେ ପୂଜା କରିଥା’ନ୍ତି। ଶିଆଳିଗଛର ଲତାକୁ ଛିଣ୍ଡାଇ ସେମାନେ ଜଙ୍ଘବଡ଼ଦେଓଙ୍କ ପୀଠକୁ ଆଣି ତାକୁ ଜଙ୍ଘାବଡ଼ଦେଓଙ୍କ ବସ୍ତ୍ର ରୂପେ ପିନ୍ଧାଇଥା’ନ୍ତି। ସେହି ପାହାଡ଼ରୁ ଭେଲୁଆପତ୍ର, ଚବା, ହରିଡ଼ାପତ୍ର, ସର୍ଗିପତ୍ର ଓ କାଠ ଆଦି ସଂଗ୍ରହ କରି ଆଣିଥା’ନ୍ତି। ସେମାନେ କାଠକୁ କାଟି ନୁହେଁ ଭାଙ୍ଗିକରି ଆଣନ୍ତି। ସେଠାକୁ ଯେତେଜଣ ଯାଇଥା’ନ୍ତି, ସେମାନେ ଭଗବାନ୍‌ଙ୍କୁ ଭୋଗ ଅର୍ପଣ ନ କରିବା ଯାଏ ଅନ୍ନ ବା ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଖାଇ ନଥା’ନ୍ତି। ପରେ ମନ୍ଦିରରେ କଳସ ସ୍ଥାପନା କରାଯାଏ। ତା’ପରେ ସେଠାରୁ ଆସିଲା ପରେ ପୁଣି ଶିକା ଭାର ନେଇ ନଦୀକୁ ଯାଇଥା’ନ୍ତି। ଶିକା ଭାରର ଗୋଟିଏ ପାର୍ଶ୍ୱରେ ଗରା ଏବଂ ଅନ୍ୟପାର୍ଶ୍ୱରେ ଗୋଟିଏ ନୂତନ ହାଣ୍ଡିରେ ପୂଜା ସାମଗ୍ରୀ ଯଥା ଦୀପ, ଫୁଲ, ସିନ୍ଦୂର, ଛ’ମୁଠା ଅରୁଆ ଚାଉଳ, ଛ’ମୁଠା ମୁଗ, ଗୁଡ଼, କ୍ଷୀର, ଗଙ୍ଗାଜଳ, ସର୍ବଷୌଧି, ଚାଉଳଗୁଣ୍ଡ ଆଦି ଦ୍ରବ୍ୟ ନେଇଥା’ନ୍ତି। ନଦୀକୁ ଗଲା ପରେ ସେଠାରେ ପୂଜା କରିଥା’ନ୍ତି ଏବଂ ଜଣେ ଜଗତ ଗଣ୍ଡ ନୂତନ ବସ୍ତ୍ର (ଧୋତି ଗାମୁଛା) ପିନ୍ଧି ଆସିଥା’ନ୍ତି। ନଦୀରୁ ଆଣିଥିବା ପାଣିରେ ଯେଉଁ ଛ’ମୁଠା ଚାଉଳ ଓ ମୁଗ ନେଇଥାନ୍ତି ତାକୁ ଧୋଇ ଆଣିଥାନ୍ତି। ଘରେ ତିଆରି ହୋଇଥିବା ନୂତନ ଚୁଲିରେ ଆଣିଥିବା କାଠରେ ନବାନ୍ନ ପ୍ରସ୍ତୁତ କରିଥାନ୍ତି। ଯିଏ ନବାନ୍ନ ଭୋଗ ପ୍ରସ୍ତୁତ କରେ, ସେ ନିଆଁକୁ ଫୁଙ୍କି ଜଳାନ୍ତି ନାହିଁ । ଖଲିପତ୍ରରେ ବିଞ୍ଚତ୍ ନିଆଁକୁ ଜଳାଯାଏ। ସେହି ନବାନ୍ନ ଭୋଗରେ ନୂଆଧାନ (ସରିଆ ଧାନ)କୁ ନଖରେ ଖୋଲି ଚାଉଳକୁ ବାହାର କରିଥା’ନ୍ତି। ନବାନ୍ନ ଭୋଗ ପ୍ରସ୍ତୁତ ପରେ ସେଠାରେ ମୁଣ୍ଡିଆ ମାରି ଜଙ୍ଘାବଡଦେଓଙ୍କ ମନ୍ଦିରକୁ ନେଇଥାନ୍ତି। ମନ୍ଦିରରେ ସେହିଦିନ ଝୋଟି ପକାଯାଇଥାଏ । ଛ’ଟି ଚବା (କାଶତଣ୍ଡୀ ଫୁଲ), ଛ’ଟି ନୂଆଁଧାନକୁ ଭେଲୁଆପତ୍ରରେ ଦେଇ ପନାସି ଘାସରେ ବନ୍ଧାଯାଏ। ତାପରେ ରାତି ୭ଟାରୁ ୮ଟା ମଧ୍ୟରେ ନବାନ୍ନ ଲାଗି କରାଯାଏ। ଭଗବାନ୍‌ଙ୍କୁ ସେହିଦିନ ନୂତନ କପଡାରେ ୬ଟି ଆସନ ଦିଆଯାଏ। ଫୁଲ, ବେଲପତ୍ର, ଅରୁଆ ଚାଉଳ, ଶଙ୍ଖ ଘଣ୍ଟର ନାଦରେ ଧୂପଦୀପ ଦେଇ ୬ଦିନ ମନ୍ଦିର ବନ୍ଦ ରଖାଯାଏ। ଏହିପରି ଭାବେ ଇଷ୍ଟ ଦେବତା ଜଙ୍ଘବଡ଼ଦେଓଙ୍କଠାରେ ନବାନ୍ନ ଲାଗି କରାଯାଇଥାଏ। ଏହାପରେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଗୋଣ୍ଡ ଜନଜାତିର ସମସ୍ତେ ଘରେ ମା’ ଲକ୍ଷ୍ମୀ ଓ ପିତୃପୁରୁଷଙ୍କ ନିକଟରେ ନବାନ୍ନ ଲାଗି କରି ନୂଆ ଖାଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?