
ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ୩ ଦିନ ହେଲା ତୁଷାରପାତ ହେଉଛି। ରବିବାର ସର୍ବନିମ୍ମ ତାପମାତ୍ରା ୮ ଡିଗ୍ରୀ ରହିଛି। ଦୁର୍ଗମ ଗ୍ରାମରେ ଏହା ଠାରୁ ଆହୁରି କମ୍ ତାପମାତ୍ରା ରହିଛି। ଶୀତ ଯେମିତି ବଢିଛି ସେମିତି ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ରବିବାର ଛୁଟି ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।
ଦାରିଙ୍ଗବାଡ଼ିର ପରମ୍ପରା, ସଂସ୍କୃତି, କଳା, ପାରମ୍ପରିକ ଖାଦ୍ୟ ଓ ଚଳଣିକୁ ପୁନଃରୁଦ୍ଧାର କରିବା ଓ ଭାଇଚାରା, ଶାନ୍ତି ସଦ୍ଭାବନା ବୃଦ୍ଧି ସହ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୩ ଦିନ ଧରି ଶୀତ ମହୋତ୍ସବ ଅନୁଷ୍ଠିତ ହୋଇଛି ଶନିବାର ଏହା ଉଦ୍ଘାଟିତ ହୋଇଥିବା ବେଳେ ପ୍ରବଳ ଶୀତ ପାଇଁ ଶୀତ ମହୋତ୍ସବ ପଡ଼ିଆରେ ଦର୍ଶକଙ୍କ ପାଇଁ ନିଆଁର ବ୍ୟବସ୍ଥା କରାଯାଇଛି। ଏହାକୁ ପ୍ରଶାସନ ଏବଂ ପଞ୍ଚାୟତ ପକ୍ଷରୁ ନିଆଁ ପୁଇଁବାର ବ୍ୟବସ୍ଥା କରାଯାଇଥିବାରୁ ନିଆଁ ଲଗାଯାଇଥିବା ସ୍ଥଳରେ ଶୀତ ସହ ନିଆଁ ପୁଇଁବାର ମଜା ନିଆଯାଇଥିବା ଦେଖିବାକୁ ମିଳିଛି। ପ୍ରଶାସନର ଏଭଳି ବ୍ୟବସ୍ଥାକୁ ସ୍ଥାନୀୟ ଲୋକ ପ୍ରଂଶସା କରିଛନ୍ତି। ପ୍ରତିବର୍ଷ ଶୀତ ମହୋତ୍ସବର ଆୟୋଜନ କରାଯାଉଥିବା ବେଳେ ଚକିତ ବର୍ଷ ଆଉ ଟିକେ ନିଆରା ଢଙ୍ଗରେ ଏହି ମହୋତ୍ସବ ପାଳନ କରିବାକୁ ଶୀତ ମହୋତ୍ସବ କମିଟି ଗୁରୁତ୍ୱ ଦେଇଛି।