Posted inଫୁରସତ

ଅ ରୁ କ୍ଷ….

ଆୟୁର୍ବେଦିକ, ହୋମିଓପାଥି, ଏଲୋପାଥିଠାରୁ ଆଜିକାଲି ବ୍ୟଙ୍ଗପାଥି ଭଲ କାମଦେଉଛି ବୋଲି ଲୋକଙ୍କ ବିଶ୍ୱାସ ଓ ଭରସା ଥିବା ଜାଣି ଅଭିଜ୍ଞାନବାବୁ ଆମ୍ଭର ପରାମର୍ଶ ଲୋଡ଼ିବାରୁ ଆମ୍ଭ ଛାତି କୁଣ୍ଢେ ମୋଟ l ଅସଲକଥା ହେଲା ତାଙ୍କର ଏକମାତ୍ର ଝିଅ ବିବାହଯୋଗ୍ୟା ହୋଇଯାଇଥିବାରୁ, ଅନେକ ପ୍ରସ୍ତାବ ଆସୁଥିଲା। ମାତ୍ର ଅଭିବାବୁ ସରଳ ଓ ନୀତିପରାୟଣ ତଥା ଯୌତୁକ ବିରୋଧୀ ଥିବାରୁ, ଡିମାଣ୍ଡ କଥା ଶୁଣି ପ୍ରସ୍ତାବ ନେଇ ଆସୁଥିବା ଭଦ୍ରଜନଙ୍କୁ ନମସ୍କାରକରି ଫେରେଇ ଦେଉଥିଲେ l
ପଡୋଶୀ ତାଙ୍କୁ ଚିଡ଼େଇବାକୁ ଯୋଜନାକରି ଆଗୁଆ ଭଦ୍ରଲୋକଙ୍କୁ ବାଟରୁ କହୁଥିଲେ -ଝିଅ -ବାପା ଅଭିବାବୁ ଭଲ ଡିମାଣ୍ଡ ଦେବାକୁ ରାଜି l ଟିକେ ଚଢ଼ା ଦାବି କରିବେ l ଏମିତି ଯୋଜନା ଅଭିବାବୁ ବା କେମିତି ଜାଣନ୍ତେ? ବାରମ୍ବାର ଏମିତି ପ୍ରସ୍ତାବ ଆସୁଥିବାରୁ ଖୁବ୍‌ ବିରକ୍ତ ହେଉଥିଲେ l ମୁଁ ତାଙ୍କୁ ବ୍ୟଙ୍ଗପାଥିର ପରାମର୍ଶ ଦେଇ ଯାହା କରିବା କଥା କହିଲି।
ସେଦିନ ଥାଏ ରବିବାର l ସକାଳୁ ଅଭିବାବୁଙ୍କୁ ଫୋନ ଆସିଲା.. ”ଆଜ୍ଞା! ମୁଁ ମୋ ଏକମାତ୍ର ପୁତ୍ରର ପିତା -ତ୍ରିନାଥବାବୁ କହୁଛି l ଯଦି ଅନୁମତି ଦେବେ, ଉପରବେଳା ଆପଣଙ୍କ ଘରକୁ ଯିବୁ l ପୁଅ ବିଷୟରେ ସବିଶେଷ ବିବରଣୀ ଶୁଣି ଅଭିବାବୁ ସ୍ବାଗତ ଜଣେଇଲେ l ଉପରବେଳା ଠିକ୍‌ ଚାରିଟାବେଳେ, ତ୍ରିନାଥବାବୁ ତାଙ୍କ ପତ୍ନୀ ଓ ପୁତ୍ରକୁ ନେଇ ଆସିଲେ l ବଡ଼ ଶ୍ରଦ୍ଧାରେ ଅଭିବାବୁ ସେମାନଙ୍କୁ ଘରେ ବସେଇ ଚା ଜଳଖିଆ ଖୁଆଇବା ପରେ ତ୍ରିନାଥବାବୁ କହିଲେ, ଆପଣଙ୍କ ଝିଅ ମୋ ପୁଅ ତଥା ଆମ ପରିବାର ପାଇଁ ପୂରା ଶହକେ ଶହେ ଫିଟ୍‌ l ମୁଣ୍ଡ କୁଣ୍ଡେଇ କହିଲେ.. ଆମେ ଟିକେ ଖୋଲାଖୋଲି କଥା ହୋଇଗଲେ ଭଲହୁଅନ୍ତା l ଅଭିବାବୁ କହିଲେ.. ହଁ ହଁ ନିଶ୍ଚୟ l ଆପଣ ଏଇ ଦେବା ନେବା ବିଷୟରେ କଥାହେବାକୁ ଚାହୁଁଛନ୍ତି ତ? ତେବେ ଆପଣ କ’ଣ ଡିମାଣ୍ଡ କରିବେ, ତା’ ମୁଁ ଜାଣିନି l ମାତ୍ର ମୋ ବଳ କ’ଣ ମୁଁ ଆଗୁଆ କହୁଛି। ଶୁଣନ୍ତୁ, ଝିଅ -ଜ୍ୱାଇଁଙ୍କ ପାଇଁ ମାତ୍ର ଶହେଗ୍ରାମ ମାନେ ଦଶଭରି ସୁନାରୁ ଆଉ ଚେନାଏ ଅଧିକ ଦେଇପାରିବିନି l ଆଉ ରହିଲା ଗାଡି-ଘୋଡା କଥା। ଆଜିକାଲି କ’ଣ ଆଗଯୁଗ ପରି ସାଇକଲ ନା ମୋଟରସାଇକଲ କିଏ ଦେଉଛି? ଦେବି ତ ଚାରିଚକିଆଟେ ଦେବି l ତା’ ସାଙ୍ଗକୁ ଦାଣ୍ଡ ସୁନ୍ଦର ପାଇଁ ଅର୍ଜିନାଲ ଶାଗୁଆନ, ପିଆଶାଳ କାଠରେ ଖଟ-ପଲଙ୍କ ଫର୍ନିଚର, ତିନି ସାରେ ବାସନକୁସନ, ବାକି ବାଟ ଖର୍ଚ୍ଚକୁ ଯାହା ଲାଗିବ, ସବୁ ବେଦୀ ଉପରେ ଦେବି l
ତା’ ଛଡ଼ା ଅ ’ଠାରୁ କ୍ଷ ’ଯାଏଁ ସବୁ ଦେବି l କ’ଣ? ଏଥିରେ ରାଜି ତ କହନ୍ତୁ l
ତ୍ରିନାଥବାବୁ ତାଙ୍କ ପତ୍ନୀଙ୍କ କାନରେ କ’ଣ ଚୁପତେ କଥାହେଲେ କେଜାଣି, ରାଜିହୋଇ କହିଲେ… ଆମେ ରାଜି। ବାକି ବରଯାତ୍ରୀ ଭୋଜି ପାଇଁ ମଟନ୍‌ ହେଲେ ସମ୍ମାନ ରୁହନ୍ତା। ଅଭିବାବୁ ହଁ ହେବ କହିବାରୁ ବାହାଘର ଦିନ ବାର ଫାଇନାଲ କରି ଫେରିଗଲେ l
ଯଥାସମୟ ଶୁଭବେଳା ନାହାକ ମହାଶୟଙ୍କ ଗଣନା ଅନୁସାରେ ବର -ପିତା, ବର ଓ ବରଯାତ୍ରୀ ସହିତ ରୋଶଣି କରି ଆସି ଅଭିବାବୁଙ୍କ ଦୁଆରେ ପହଞ୍ଚି ଯାହା ଦେଖିଲେ, ତାଙ୍କ ଛାତିରେ ଛନ୍ନକା ପଶିଗଲା l ଆରେ ଇଏ କି କଥା ! ଆଜି ଝିଅ ବାହାଘର କଥା କ’ଣ ଅଭିବାବୁ ଭୁଲିଗଲେ ନା ଏ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲେ ? ସେମିତି ତ କିଛି ଖବର ଦେଇନାହାନ୍ତି l ବାହାଘର ବୋଲି ନା ଝିଲିମିଲିଆ ଆଲୁଅ ଜଳୁଛି ନା ସାଜସଜ୍ଜା କିଛି ହେଇଛି ! ଖାଲି ଦୁଆରେ ମାଟି ପକେଇ ବେଦିଟେ, ତା’ ଉପରେ ନଡ଼ିଆ ବରଡ଼ା ଦି’ଖଣ୍ଡ ଛଡ଼ା ଆଉ କିଛି ନାହିଁ ! ତ୍ରିନାଥବାବୁ ବିକଳିଆ ହୋଇ ଦୁଆର ବାଡେଇ ଡାକ ଛାଡିଲେ… ସମୁଦୀ ! ହୋ ସମୁଦୀ ! ଆହେ ଶୁଣୁଛ ନା ନାହିଁ? ଆଖି ମଳିମଳି ଅଭିବାବୁ ଦୁଆର ଫିଟେଇ, ତ୍ରିନାଥବାବୁଙ୍କୁ ଦେଖି ଭାରି ସରାଗରେ ଅଭ୍ୟର୍ଥନାକରି କହିଲେ.. ଆରେ ମୋ ସମୁଦୀ! ଆସ l ଭିତରକୁ ଆସ l
-ଆହେ ମୁଁ ଭିତରକୁ ଯିବି କ’ଣ? ଇଏ କି ପ୍ରହସନ ? ଅନ୍ଧାର ହେଇଛି l
ଲାଇଟ ଜଳୁନି.. ବାଜା ଶୁଭୁନି.. ବନ୍ଧୁ-ବାନ୍ଧବ ଦୁଶୁନାହାନ୍ତି…!
-ହେ ସମୁଦୀ ! ଇଏ ଗୋଟେ କଥା ନା? ଆହେ ଲାଇନି ଅଛି l ବଲ୍‌ ଲାଗିଛି l ସୁଇଚ୍‌ ବି ଅଛି l ଖାଲି ଚିପିଲେ.. ଜଳିବ l ତା’ ଛଡ଼ା ଆଜିକାଲି ଇଲେକ୍ଟ୍ରି ବିଲ୍‌ ଯେମିତି ବଢ଼ିଲାଣି ନା ଆଗୁଆ ଆଲୁଅ ଜାଳି କ’ଣ ଅଧିକା ହେଇଥାନ୍ତା? ତମେ ବି ତ ଆଲୁଅ ଜାଳିକି ଆସିଥିବ ନା l ହଉ, ମାରିଦେଉଛି ସୁଇଚ୍‌, ସଙ୍ଗେ ସଙ୍ଗେ ଜଳିବ l ତା’ ଛଡ଼ା ତେମେ ଯୋଉ ବାଜା କଥା କହୁଛ, ବନ୍ଧୁ ବାନ୍ଧବ କଥା ପଚାରୁଚ, ସେ ସବୁ ତ ତମେ ସିଆଡୁ ନେଇକି ଆସିଥିବ l ତମ ବାଜା -ବନ୍ଧୁ କ’ଣ ମୋର ନୁହଁ କି? ସେମାନେ ତ ବାହା ହେବେନି ନା! ଝିଅ -ପୁଅ ବାହାହେବେ l ସେମାନେ ତ ରେଡି l
ହଉ ଭିତରକୁ ଆସ ଦୁଃଖ ସୁଖ ହେବା l ପୁଅକୁ କୁହ ବେଦିରେ ବସୁ, ବ୍ରାହ୍ମଣ ମନ୍ତ୍ର ପଢନ୍ତୁ l ମୁଁ ତା ମା’କୁ କହୁଛି.. ଝିଅକୁ ବେଦୀକି ପଠାଉ l
-ଆଉ ବରଯାତ୍ରୀଙ୍କ ଭୋଜି?
-ସବୁ ହେବ । ଆଗ ବାହା କାମ ସରିଯାଉ, ମିଶିକି ଖାଇବା ବ୍ୟବସ୍ଥା କରିବା l ଶୁଣ, ତମେ କହିଥିଲ.. ମଟନ୍‌ l ମୁଁ ବାହାଘର କାମରେ ଏତେ ବିଜି ରହିଲି ଯେ, ଆଉ ମାଉଁସ କିଣିବାକୁ ଯାଇ ପାରିଲିନି। କହିଲ ସମୁଦୀ ! ତମେ କ’ଣ ବରଯାତ୍ରୀଙ୍କୁ ତମ ଘରୁ ଉପାସରେ ଆଣିଛ କି?
–ନାଇଁ, ଘରେ ଭଲକି ଖୁଆଇଛି, ବାଟରେ ଚା’ ଥଣ୍ଡା ଜଳଖିଆ ବି ଖୁଆଇଛି l
–ବାସ୍‌ ! ହେଲାତ ଆଉ.. I ସେମାନେ ସେଇଠି ଖାଇଲେ, ବାଟରେ ଖାଇଲେ, ପୁଣି ଆସୁ ଆସୁ ଏଇଠି ଖାଇ ହଗିହେବେ ନା କ’ଣ ? ସେଗୁଡା ଜୀର୍ଣ୍ଣ ହେଲା ବେଳକୁ, ଆମର ବାହାଘର ସରିଯାଇଥିବ l ତା’ ପରେ କିଛିଗୋଟେ ବନ୍ଦୋବସ୍ତ କରିବା l ଚିନ୍ତା କରି ବିପି ଉଠାଅନି l
–ହେ ଭଗବାନ୍‌! ମୁଁ କ’ଣ କହିବି ୟାଙ୍କୁ..!
–କହିବ ଆଉ କ’ଣ? ସେଇ ଜିନିଷପତ୍ର… ଦେବା ନେବା କଥା ତ? ଶୁଣ, ମୋର ସବୁ ମନେଅଛି l ସୁନା ଶହେଗ୍ରାମ କହିଥିଲି l ଆହେ, ସୁନା କିଏ କାହାକୁ ଦେଲାଣି ନା ମୁଁ ତମକୁ ଦେବି? ଅଳଙ୍କାର ଦିଆଯାଏ l ଖାଣ୍ଟି ୨୪କ୍ୟାରେଟ ସୁନା, ମୁଁ କୋଉ ବିଶ୍ୱାସରେ ବଣିଆକୁ ଦେଇଆସିଥାନ୍ତି? ଯଦି ବେଙ୍ଗି ପିତଳ ରଙ୍ଗକରି ଗଢି ଠକିଥାନ୍ତା, ତେମେ ମତେ କେତେ ଖରାପ ଭାବିଥାନ୍ତ! ଅସଲି ଶାଗୁଆନ, ପିଆଶାଳ କାଠ.. ବଢ଼େଇ ଦୁଆରେ ଦେଇ କୋଉ ଭରସାରେ ଆସିଥାନ୍ତି? ସେ ଯଦି ନକଲି କାଠରେ ଗଢି ରଙ୍ଗମାରି ଜିନିଷ ଦେଇଥାନ୍ତା.. ମୋ ଇଜ୍ଜତ ରହିଥାନ୍ତା ଟି? ସେମାନେ ଆସି ମୋ ଦୁଆରେ ବସି ମୋ ପସନ୍ଦରେ କରିଥାନ୍ତେ l ହେଲେ, ମୁଁ ତ ବାହାଘର କାମରେ ଏତେ ବିଜି ଯେ, ତାଙ୍କୁ ଡାକିଲି କେତେବେଳେ.. ନା କଲି କେତେବେଳେ? ତା’ ଛଡ଼ା ଗାଡିକଥା l ଆଜିକାଲି ଚୋରା ଗାଡି ବହୁତ। ମୁଁ କୋଉଟା ଭଲଗାଡି, ସେଇଟା କିଣିବାକୁ ଶୋ’ରୁମ୍‌ ଯାଇ କିଣିଥାନ୍ତି l ହେଲେ ମୁଁ ବାହାଘର କାମରେ ବହୁତ ବିଜି l ଆଉ ଗଲି କେତେବେଳେ ନା କିଣିଲି କେତେବେଳେ? ମୁଁ କ’ଣ ଓଲା ଯେ ଚୋରା ଗାଡି କିଣି, ମୋ ଜ୍ୱାଇଁକି ଜେଲରେ ପୂରେଇଥାନ୍ତି? ହଉ, ସେ କଥା ଛାଡ଼ l ମୁଁ ତମକୁ ଅ’ଠୁ କ୍ଷ’ ଯାଏ ଦେବି କହିଥିଲି l ଏଇ ତାଲିକା ଧର… ମେଳ କର l
ପଛନ୍ତେ କୋଉଟା ଊଣା କହିବନି l ନିଅ.. ପଢ଼ l୧:-ଅ ’ରେ ଅଦା ଦୁଇ ଶହ ଗ୍ରାମ, ଅଟା ଦୁଇ କିଲ, ଆ ରେ.. ଆଚାର (ଆମ୍ବର, ଲେମ୍ବୁର ) ଦୁଇ ଶହ ଗ୍ରାମ ଲେଖାଏ l ଇ ’ରେ ଇଟା.. ଚାରିଟା l ଉ ’ରେ ଉଖୁଡା (ଗୁଡରେ, ଚିନିରେ ) ଅଧ ଅଧ କିଲ ଦି’ ଦି ପ୍ୟାକେଟ l… ଇତ୍ୟାଦି… କ୍ଷ ଯାଏ ଅଛି l
–ହଇଓ ବାବୁ ! ଇଏ ସବୁ କ’ଣ?
–ଜିନିଷ l ଉପକାରୀ ବ୍ୟବହାର ଉପଯୋଗୀ ଦ୍ରବ୍ୟ l ମୁଁ ଫିଙ୍ଗା ଫୋପଡା ହେଲା ଭଳିଆ କିଛି ଦେଇନି ହୋ l ଅଦା କିଲ ନଅ ଶହ ଟଙ୍କା l ହଉ l ମୋର ତ ମାନସମ୍ମାନ ଅଛି ନା l ମୁଁ କ’ଣ ନିକୁଛିଆ ଭଳିଆ ପଚାଶ /ଶହେ ଗ୍ରାମ ଦେଇଥାନ୍ତି? ଅଦା ଦୁଇଶହ ଗ୍ରାମ ଦେଇଛି l ତରକାରିରେ ପକେଇବ l
ତମର କି ସମୁଦୁଣୀଙ୍କର ପେଟରେ ଗ୍ୟାସ ହେଲେ.. ଖଣ୍ଡେ ଲୁଣ ମଡ଼େଇ ଚୋବେଇଯିବ l ଦୁଇ ମିନିଟରେ.. ପେଟ ଖଲାସ.. ମନ ଉଲ୍ଲାସ l ଅଟା ଦି କିଲ ଦେଇଛି, ରୁଟି କର, ପରଟା କର, ପୁରି ଛାଣି ଖାଅ… ତମ ଇଚ୍ଛା l
ତା’ ଛଡ଼ା ଦୂରଦୃଷ୍ଟି ରଖି ଇଟା ଚାରିଟା ଦେଇଛି, ତମର ପୁରୁଣା ଖଟ l ଯଦି ଗୋଡ଼ ଭାଙ୍ଗିଲା, ଏଇ ଇଟା ଡାକ ଶୁଣିବ l ଆଚାର ଦି’ ଭଳିରେ ଦେଇଛି l ଖାଇବ ଖାଇବ, ବଳିଲେ ସାଇତି ରଖିବ l ଠାକୁର ଚାହିଁଲେ ଆର ସାଲକୁ ପରା ମୋ ଝିଅ ଖୋଜିବ l ସେତେବେଳେ କାହାକୁ ଯାଇ ମାଗିବ? ସବୁ ରଖ l ବେଶି ଦେଇଛି ବୋଲି ଫେରାଅନି l ବୁଝିଲ l
–ହେ ହେ ଠକ, ଟାଉଟର, ଡହରା କୋଉଠିକାର । ତମେ ଏଡ଼େ ହାରାମି…?
–ହ, ନୁହଁ ଆଉ କ’ଣ? ତା’ ମାନେ ତମେ ସେଇଆ?
–ହେଇ ଦେଖିଲ, ତମେ ମୋ ନୂଆ ସମୁଦୀ.. ସାତପୁରୁଷର ବନ୍ଧୁ l ଯେବେ ଏମିତି କହି ତେମେ ଖୁସି, ମୁଁ କାହିଁ ମନାକରି ତମ ମନ ଦୁଃଖ କରେଇବି ?
–ନା, ତମେ ଖାଣ୍ଟି ଭଦ୍ର l ମୁଁ ହାରାମି କାନମୋଡି ଠାଏ ଠାଏ ଗାଲରେ ମୋର ଚଟକଣି ମାରି କହୁଛି.. ମୁଁ ଅଭଦ୍ର.. I
–ହ ନୁହେଁ ତ ଆଉ କ’ଣ? ତମେ ଚଟକଣି ନିଜେ ଖାଇ ଯେବେ ଖୁସି, ମୁଁ କାହିଁ ବାଧାଦେଇ ତମ ମନରେ ଦୁଃଖଦେବି?
–ଆରେ କିଏ କୁଆଡେ ଗଲ? ପୁଅକୁ ନେଇ ଚାଲ l ବନ୍ଦକର ଏ ବାହାଘର l
–ଏଁ., କୁଆଡେ ଯିବ ? ମୋରେ ମଙ୍ଗୁଳା ଝିଅକୁ ତମର ମଙ୍ଗୁଳା ପୁଅ। ଶୀଘ୍ର ବାହାଘର ସରିବ… ନା କଟକର ନାଲି କୋଠା ଦେଖିବ ?
(ଭଲରେ ଝିଅ ବାହାଦେଇ, ଅଭିବାବୁ ଫୋନରେ ମତେ ଜଣେଇଲେ.. ବ୍ୟଙ୍ଗପାଥିର ଅବ୍ୟର୍ଥ ଗୁଣ..)
-ମଙ୍ଗରାଜପୁର, ପୁରୀ, ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?