ଲହୁଣୀପଡ଼ା ଅଞ୍ଚଳରେ ବୁଲୁଛି ବାଘ

ଲହୁଣୀପଡା,୩୧।୩(ଦାଶରଥି ପଣ୍ଡା)ସୁନ୍ଦରଗଡ଼ ଜିଲା ଲହୁଣୀପଡା ଅଞ୍ଚଳର ବିଭିନ୍ନ ଗ୍ରାମରେ ବାଘ ବୁଲୁଥିବା ଚର୍ଚ୍ଚା ଜୋର ଧରିଛି। ବାଘ ବୁଲୁଥିବା ନେଇ ଆଲୋଚନା ଶୁଣିବାକୁ ମିଳୁଛି। ଯେଉଁ ଯେଉଁ ଅଞ୍ଚଳରେ ବାଘ ବୁଲୁଛି ବୋଲି ଚର୍ଚ୍ଚା ଜୋର ଧରିଛି ସେ ଅଞ୍ଚଳର ଲୋକମାନେ ବାଘ ଆତଙ୍କରେ ଆତଙ୍କିତ ହୋଇ ରହିଥିବାବେଳେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନଭିନ କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଲହୁଣୀପଡା ବ୍ଲକ ଶଙ୍ଖପୋଷ ପଞ୍ଚାୟତ ନନ୍ଦାପଡା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବାଘ ବୁଲୁଥିଲା ବୋଲି କେତେକ ଲୋକ ଗୁଜବ କରିଥିବାବେଳେ ଅନ୍ୟ କେତେକ ଲୋକ ନିକଟସ୍ଥ ଘୁଷୁରୀ ପୋଷ ଓ ଭାଲିଆଡ଼ିହି ଅଞ୍ଚଳରେ ବୁଲୁଥିଲା ବୋଲି ଆଲୋଚନା କରୁଥିଲେ। ଅନ୍ୟପକ୍ଷେ ଟେଟେଙ୍ଗାଗିଳା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦୁଇତିନି ଦିନ ପୂର୍ବେ ଏକ ଗାଈ କୌଣସି କାରଣରୁ ଜଙ୍ଗଲ ଭିତରେ ମରି ପଡିଥିବାବେଳେ ଏହାକୁ ସେହି ବାଘ ମାରିଛି ବୋଲି ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଲୋକେ ବାଘ ଆସିଥିବା ଆଶଙ୍କା କରିଛନ୍ତି। ଶନିବାର ନନ୍ଦାପଡା ଓ ଟକରା ଗ୍ରାମର ମଧ୍ୟ ଭାଗରେ ଥିବା ବାବେହୁଡ଼ି ଜଙ୍ଗଲରେ ଦିନ ତମାମ ବାଘ ଲୁଚି ରହିଛି ବୋଲି କେହି କେହି କହୁଛନ୍ତି। କିନ୍ତୁ ସମ୍ପୃକ୍ତ କିଛି ବ୍ୟକ୍ତି ବିଶେଷଙ୍କୁ ଯୋଗାଯୋଗ କରି ପଚାରିବାରୁ ମୁଁ ଦେଖି ନାହିଁ ମୁଁ ଶୁଣିଛି ବୋଲି ମତାମତ ଦେଉଛନ୍ତି। ସ୍ମରଣଯୋଗ୍ୟ ଯେ କିଛିଦିନ ତଳେ ବଣେଇ ବନଖଣ୍ଡ ଅଧିନସ୍ଥ ବରସୁଆଁ ବନାଞ୍ଚଳ ଚୋରଧରା ସେକ୍ସନ ତୋଡା ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଫରେଷ୍ଟ ସିସି କ୍ୟାମେରାରେ କଏଦ ହୋଇଥିଲା। ଘଟଣାଟି ଯେଉଁ ମାତ୍ରାରେ ଚର୍ଚ୍ଚା ହୋଇଥିଲା ତାଠାରୁ ଅଧିକ ବାଘ ଆତଙ୍କ ଦେଖାଦେଇଥିଲା।ଦୁଇଦିନ ଧରି ଲହୁଣୀପଡା ଅଞ୍ଚଳରେ ବାଘ ବୁଲୁଥିବା ସତ୍ୟାସତ୍ୟ ଜାଣିବା ପାଇଁ ବାଙ୍କୀ ରେଞ୍ଜ ରାଜାମୁଣ୍ଡା ସେକ୍ସନର ବନ କର୍ମଚାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଆମ ନିକଟକୁ ମଧ୍ୟ ଖବର ଆସୁଛି। ଆମ ତରଫରୁ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲେ ସୁଦ୍ଧା କୌଣସି ପ୍ରକାର ପାଦ ଚିହ୍ନ କିମ୍ବା ସଂକେତ ମିଳିପାରି ନାହିଁ। ଯେ ପର୍ଯ୍ୟନ୍ତ ବାଘର ପାଦଚିହ୍ନ କିମ୍ବା ଅନ୍ୟାନ୍ୟ ସଂକେତ ନ ମିଳିଛି ସେ ପର୍ଯ୍ୟନ୍ତ ଏହା ଏକ ଗୁଜବ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ ବୋଲି ସୂଚନା ଦେଇଥିଲେ। ବାଘ ସତରେ ବୁଲୁଛି ନା ଏହା ଗୁଜବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପ୍ରକୃତରେ ସତ ନା ଗୁଜବ ତାହାର ପର୍ଦ୍ଦାଫାଶ କରାଯାଉ ବୋଲି ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ନାଟକ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନର ବାର୍ତ୍ତା

ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ୭୨ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?