ଆସିଲା ୬୦ ହଜାର କୁଇଣ୍ଟାଲ ଟାର୍ଗେଟ

ନୟାଗଡ଼ ଅଫିସ,୫।୩: ନୟାଗଡ଼ ଜିଲାରେ ଅଭାବୀ ଧାନ ବିକ୍ରି ବଢ଼ୁଛି। ଜିଲାରେ ସରକାର ଖୋଲିଥିବା ମଣ୍ଡିରେ ଟାର୍ଗେଟ ଶେଷ ହୋଇଯାଇଛି ଦର୍ଶାଇ ଚାଷୀଙ୍କ ଧାନ କିଣାଯାଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀ ମଣ୍ଡିକୁ ଯାଇ ହଇରାଣ ହୋଇ ଫେରିବା ପରେ ବାଧ୍ୟ ହୋଇ କମ୍‌ ଦରରେ ଧାନ ବିକୁଛି। ଅନ୍ୟପକ୍ଷେ ଜିଲା ଯୋଗାଣ ବିଭାଗ ପକ୍ଷରୁ ୨ ଲକ୍ଷ ୨୦ ହଜାର କୁଇଣ୍ଟାଲ ଅଧିକ ଧାନ କିଣିବାକୁ ସରକାରଙ୍କୁ ଟାର୍ଗେଟ ମଗାଯାଇଥିଲା। ହେଲେ ଗୁରୁବାର ୬୦ ହଜାର କୁଇଣ୍ଟାଲ ଟାର୍ଗେଟ ଆସିଛି। ଧାନ ଟାର୍ଗେଟକୁ ଅନୁଧ୍ୟାନ କଲେ ଏହା କଳହକୁ ଆମନ୍ତ୍ରଣ କରୁଛି ବୋଲିି ଚାଷୀ ନେତାମାନେ କହିଛନ୍ତି। ଅପରପକ୍ଷେ ଓଡ଼ଗଁା ବ୍ଲକ ପଞ୍ଚରିଡା ମାନପୁର ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିଥିବା ମଣ୍ଡିରେ ୧୬ ଦିନ ହେଲା ଚାଷୀମାନେ ଧାରଣା ଦେଉଛନ୍ତି। ଆନ୍ଦୋଳରତ ଚାଷୀଙ୍କ ଧାନ କିଣିବାରେ ପ୍ରଶାସନ କୌଣସି ପଦକ୍ଷେପ ନ ନେଇ ଚୁପ୍‌ ହୋଇବସିଛି। ଏହାର ପ୍ରତିବାଦରେ ଗୁରୁବାର ଆଇନ ଅମାନ୍ୟ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନକାରୀମାନେ ସମିତିର ସମ୍ପାଦକ, ସହକାରୀ ସମ୍ପାଦକଙ୍କ ସମେତ ୪ଜଣଙ୍କୁ ଅଟକ ରଖିଥିଲେ। ଧାନ କିଣା ହେଲେ ଅଟକ କର୍ମଚାରୀଙ୍କୁ ଛାଡିବାକୁ କହିଥିଲେ। ଶେଷରେ ଚାଷୀମାନେ ରାସ୍ତାରୋକୋ କରିବାକୁ ଉଦ୍ୟମ କରିଥିଲେ। ହେଲେ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଆଇନଆମାନ୍ୟ ଆନ୍ଦୋଳନକୁ ହଟାଇ ନେଇଥିଲେ। କିନ୍ତୁ ଧାରଣା ହଟି ନ ଥିଲା। ଗୁରୁବାର ଧାନ କିଣା ନ ହେବାରୁ ଶୁକ୍ରବାର ପୁଣି ଆଇନଅମାନ୍ୟ ଆନ୍ଦୋଳନ କରିବାକୁ ଚାଷୀମାନେ ନିଷ୍ପତ୍ତି ନେଇଥିବା କହିଛନ୍ତି।
ଏ ନେଇ ଜିଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ନାୟକ କୁହନ୍ତି, ଆମେ ୨ ଲକ୍ଷ ୨୦ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମାଗିଥିଲୁ। ଆମକୁ ୬୦ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମିଳିଛି। ଏହି ପରିପ୍ରେକ୍ଷୀରେ ଆମେ ବିଭିନ୍ନ ପ୍ୟାକ୍ସକୁ ଗୁରୁବାର ଟାର୍ଗେଟ ପଠାଇ ସାରିଛୁ। ପଞ୍ଚରିଡା ମାନପୁର ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ରଘୁନାଥ ସାହୁ କୁହନ୍ତି, ଆମ୍ଭ ପ୍ୟାକ୍ସକୁ ପୂର୍ବରୁ ୩୦୦ ଓ ଗୁରୁବାର ୬୦୦ କୁଇଣ୍ଟାଲ ଏପରି ମୋଟ୍‌ ୯୦୦ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମିଳିଛି। ୨ ମିଲରଙ୍କ ମଧ୍ୟରୁ ଜଣେ ମିଲରଙ୍କୁ ଏହି ଟାର୍ଗେଟ ଦିଆଯାଇଛି। ଗୁରୁବାର ଧାନ କିଣିବାକୁ କୁହାଯାଇଥିଲା। ହେଲେ ମିଲର ଗାଡି ସମସ୍ୟା ଦେଖାଇ ଶୁକ୍ରବାର ସକାଳେ ଧାନ କିଣିବାକୁ କହିଛନ୍ତି। ଚାଷୀମାନେ ବୁଝିବା ପରିସ୍ଥିତିରେ ନାହାନ୍ତି। ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରୁନାହାନ୍ତି। ଆମେ କିନ୍ତୁ ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇବାକୁ ଉଦ୍ୟମ ଜାରି ରଖିଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri