ନାରୀଶକ୍ତିର ପ୍ରତୀକ

– ଜିତେନ୍ଦ୍ର କୁମାର ନାୟକ

 

ମହିଳାମାନେ ପ୍ରତି କ୍ଷେତ୍ରରେ ଆଗକୁ ବଢ଼ିବା ହେଉଛି ମହିଳା ସଶକ୍ତୀକରଣ ଓ ଏହା ପ୍ରଗତିଶୀଳ ଜାତିର ସଙ୍କେତ ବହନ କରିଥାଏ। ଏବେ ଏମିତି ଏକ ସମୟ ଆସିଲାଣି, ଯେଉଁଠାରେ ଏଇଟା ବା ସେଇଟା କେବଳ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ପଦବୀ ବା କାର୍ଯ୍ୟ ଭାବେ ଧରାଯାଉ ନାହିଁ। କାରଣ ନାରୀ ତା’ର ଶକ୍ତି, ସାମର୍ଥ୍ୟ ଓ ପ୍ରତିଭା ବଳରେ ସବୁକିଛି ହାସଲ କରିପାରୁଛି। ଯେଉଁ ହାରରେ ମହିଳାମାନେ ପ୍ରଗତି କରୁଛନ୍ତି, ଆଗାମୀ ସମୟରେ ନାରୀଙ୍କ ପାଇଁ ସଂରକ୍ଷଣ ଲୋଡ଼ା ପଡ଼ି ନ ପାରେ। ଯୁଦ୍ଧ ଭଳି ଏକ ଦୁର୍ଦ୍ଧର୍ଷ କାର୍ଯ୍ୟରେ ଫାଇଟର ଜେଟ୍‌ ଧରି ଶତ୍ରୁପକ୍ଷର ମୁକାବିଲା କରୁଥିବା ଭାରତୀୟ ନାରୀ ନିଶ୍ଚିତ ଭାବେ ଧନ୍ୟବାଦାର୍ହ। ଏବେ ଏୟାର ମାର୍ଶାଲ ସାଧନା ସାକ୍ସେନା ନାୟାର ହସ୍ପିଟାଲ ସର୍ଭିସେସ୍‌ (ଆର୍ମଡ ଫୋର୍ସେସ)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ କୁହାଯାଇଛି ଯେ, ସାଧନା ଏହି ପଦବୀରେ ଅବସ୍ଥାପିତ ହେବାରେ ପ୍ରଥମ ମହିଳା। ଏଥିସହିତ ସେ ଏୟାର ମାର୍ଶାଲ ପଦବୀକୁ ଉନ୍ନୀତ ହେବାରେ ବାୟୁସେନାରେ ଦ୍ୱିତୀୟ ମହିଳା ଭାବେ ଗୌରବ ଅର୍ଜନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସଶସ୍ତ୍ର ସେନା ଡାକ୍ତରୀ ସେବାର ମହାନିର୍ଦ୍ଦେଶକ ଏକ ମର୍ଯ୍ୟାଦାଜନକ ପଦବୀ। ଏହା ଆର୍ମଡ୍‌ ଫୋର୍ସେସ୍‌ ମେଡିକାଲ ସର୍ଭିସେସ୍‌ର ଏକ ଅଂଶ।
ସାଧନା ପିଲାବେଳୁ ବାୟୁସେନା ସହ ପରିଚିତ ରହିଆସିଛନ୍ତି। ତାଙ୍କ ପିତା ଓ ଭାଇ ଉଭୟ ଆଇଏଏଫ୍‌ ଡାକ୍ତର ହୋଇଥିବାରୁ ସେମାନଙ୍କ ପ୍ରଭାବ ସାଧନାଙ୍କ ଉପରେ ପଡ଼ିଥିଲା। ସବୁଠାରୁ ବଡ଼ ସଂଯୋଗର କଥା ହେଉଛି ଯେ, ସାଧନା ଆଇଏଏଫ୍‌ ଫାଇଟର ପାଇଲଟ୍‌ଙ୍କ ସ୍ତ୍ରୀ ଓ ତାଙ୍କ ପୁଅ ମଧ୍ୟ ଜଣେ ଫାଇଟର ପାଇଲଟ୍‌। ବିଗତ ସାତ ଦଶନ୍ଧି ଧରି ବାୟୁସେନାର ସେବା କରି ଆସୁଥିବା ସାଧନାଙ୍କ ପରିବାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି। ଅବସରପ୍ରାପ୍ତ ଏୟାର ମାର୍ଶାଲ କେ. ପି. ନାୟାରଙ୍କ ସହଧର୍ମିଣୀ ଭାବେ ସାଧନା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ବାୟୁସେନାର ପ୍ରଥମ ଏୟାର ମାର୍ଶାଲ ଦମ୍ପତି ଭାବେ ଇତିହାସ ରଚିଥିବାରୁ ସାଧନାଙ୍କ ସାଧନାକୁ ପ୍ରଶଂସା କରାଯାଉଛି।
ସାଧନା ପୁଣେସ୍ଥିତ ଆର୍ମଡ୍‌ ଫୋର୍ସେସ ମେଡିକାଲ କଲେଜରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୮୫ରେ ସେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ଫାମିଲି ମେଡିସିନରେ ସ୍ନାତକୋତ୍ତର କରିଥିଲେ। ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରୁ ମେଡିକାଲ ଇନ୍‌ଫର୍ମମେଟିକ୍ସ ପାଠ୍ୟକ୍ରମରେ ସେ ଦୁଇବଷିର୍ର୍ଆ ପ୍ରଶିକ୍ଷଣ ଶେଷ କରିଥିଲେ। ଦକ୍ଷତା ବୃଦ୍ଧି ଓ ନିଜ କାର୍ଯ୍ୟରେ ଉତ୍କର୍ଷ ପ୍ରତିପାଦନ କରିବା ଲାଗି ସେ ବିଦେଶ ଯାଇଥିଲେ। ସିବିଆର୍‌ଏନ୍‌ (କେମିକାଲ, ବାୟୋଲୋଜିକାଲ, ରେଡିଓଲୋଜିକାଲ ଆଣ୍ଡ୍‌ ନ୍ୟୁକ୍ଲିୟର)ରୁ ସେ ଯୁଦ୍ଧସ୍ଥିତି (ଓ୍ବାର୍‌ଫେୟାର) ଓ ସାମରିକ ଡାକ୍ତରୀ ନୀତିଶାସ୍ତ୍ର (ମିଲିଟାରୀ ମେଡିକାଲ ଏଥିକ୍ସ) ଉପରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ସେ ମଧ୍ୟ ପ୍ରଥମ ଓ ଏକମାତ୍ର ମହିଳା ଭାବେ ଓ୍ବେଷ୍ଟର୍ନ ଏୟାର କମାଣ୍ଡ୍‌ ଆଣ୍ଡ୍‌ ଟ୍ରେନିଂ କମାଣ୍ଡ୍‌ର ପ୍ରିନ୍ସିପାଲ ମେଡିକାଲ ଅଫିସର ହୋଇଥିଲେ। ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ସେ ମଧ୍ୟ ବିଶିଷ୍ଟ ସେବା ମେଡାଲ ପାଇଥିଲେ। ଏଥିସହିତ ଚିଫ୍‌ ଅଫ୍‌ ଏୟାର ଷ୍ଟାଫ୍‌ ଏବଂ ଏୟାର ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ଙ୍କଠାରୁ ପ୍ରଶସ୍ତିପତ୍ର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri