ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରି କବର ଦେଉଥିବାବେଳେ ନିଜେ ଚାଲିଗଲେ

ନ୍ୟୁୟର୍କ,୧୮।୫:ଆମେରିକାର ଦକ୍ଷିଣ କାରୋଲିନାରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରି କବର ଦେଉଥିବାବେଳେ ନିଜେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି।
ଦକ୍ଷିଣ କାରୋଲିନାର ୬୦ ବର୍ଷିୟ ଜୋସେଫ ମ୍ୟାକକିନନ୍‌ ତାଙ୍କର ୬୫ ବର୍ଷିୟା ଗର୍ଲଫ୍ରେଣ୍ଡ ପାଟ୍ରିସିଆ ଡେଣ୍ଟକୁ ଗଳା କାଟି ହତ୍ୟା କରିଥିଲେ। ବ୍ୟକ୍ତି ଜଣକ ଗର୍ଲଫ୍ରେଣ୍ଡଙ୍କ ଘରେ ତାଙ୍କୁ ହତ୍ୟା କରିଥିଲେ। ପରେ ତାଙ୍କୁ କବର ଦେବାକୁ ନେଇଥିଲେ। ଏହି ସମୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ସେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ।
ଏଜଫିଲ୍ଡ କାଉଣ୍ଟି ସରିଫ ଅଧିକାରୀ କହିଛନ୍ତି, ଜଣେ ବ୍ୟକ୍ତି ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ସ୍ଥାନୀୟ ଲୋକ ତାଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଜୋସେଫଙ୍କ ମୃତଦେହ ପାଇଥିଲେ। ଏହା ପରେ ସେମାନେ ଏକ ଗର୍ତ୍ତରେ ଅନ୍ୟ ଏକ ମୃତଦେହ ପାଇଥିଲେ। ଏହା ତାଙ୍କ ଗର୍ଲଫ୍ରେଣ୍ଡ ପାଟ୍ରିକିଆ ଡେଣ୍ଟ ବୋଲି ଚିହ୍ନଟ କରାଯାଇଥିଲା। ଦୁହେଁ ଏକାଠି ରହୁଥିଲେ।
ପୋଷ୍ଟମର୍ଟମ ରିପୋର୍ଟରେ ପାଟ୍ରିସିଆଙ୍କୁ ହତ୍ୟା କରାଯାଇଥିବା ଏବଂ ମ୍ୟାକ୍‌କିନନ୍‌ଙ୍କ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକସ୍ମିକ ଯୁଦ୍ଧର ସଙ୍କେତ ଦେଲା ପାକ୍‌

ଜେନେଭା,୧୩-୯ (ଆଇଏଏନ୍‌ଏସ୍‌):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ଏବେ ‘ଆକସ୍ମିକ ଯୁଦ୍ଧ’ର ସଙ୍କେତ ଦେଇଛି। କଶ୍ମୀର ପ୍ରସଙ୍ଗରେ ଭାରତ ସହ ଯୁଦ୍ଧର ଆଶଙ୍କାକୁ ଏଡ଼ାଇ...

ଜି-୨୦ରୁ ରୁଷିଆକୁ ବିଦା କରିବାକୁ ଚାହୁଁଛନ୍ତି ବାଇଡେନ୍‌

ନ୍ୟୁୟର୍କ,୨୫।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ଆମେରିକା ଲଗାତାର ରୁଷିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ରୁଷିଆକୁ ଜି-୨୦ରୁ ବାଦ୍‌ ଦେବାକୁ ଆମେରିକାର ରାଷ୍ଟ୍ରପତି...

ଲାହୋର ହସ୍ପିଟାଲରେ ଅଗ୍ନିକାଣ୍ଡ, ବହୁ ଔଷଧ ଜଳିଗଲା…

ଲାହୋର, ୪।୬ : ଶନିବାର ପାକିସ୍ତାନର ଲାହୋରର ଗୁଲବର୍ଗର ଶିଶୁ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତୃତୀୟ ମହଲାରେ ଥିବା ଫାର୍ମାସି ଗୋଦାମରେ...

ସିଧା ପ୍ରସାରଣ ବେଳେ ଚେୟାରରୁ ଗଳି ପଡିଲେ ବରିଷ୍ଠ ପାକିସ୍ତାନୀ ବିଶ୍ଳେଷକ

ଇସ୍‌ଲାମାବାଦ,୨୧।୯: ପାକିସ୍ତାନ ଏବେ ଭାରତକୁ ନେଇ ତା’ର ନ୍ୟୁଜ ଚ୍ୟାନେଲରେ ଭିନ୍ନ ଭିନ୍ନ ଆଲୋଚନା କରୁଥିବା ବେଳେ କଶ୍ମୀର ପ୍ରସଙ୍ଗକୁ ନେଇ କିଛି ଭୁଲ୍‌ ଖବର...

ବ୍ରିଟେନରେ ମିଳିଲା କରୋନା ଭାଇରସର ଆଉ ଏକ ନୂଆ ରୂପ, ପ୍ରଥମ ଅପେକ୍ଷା ଅଧିକ ମାରାତ୍ମକ

ଲଣ୍ଡନ,୨୪ ।୧୨: କରୋନା ଭାଇରସର ନୂଆ ରୂପକୁ ନେଇ ଚିନ୍ତାରେ ଥିବା ବ୍ରିଟେନ ପୁଣିଥରେ ଅଡୁଆରେ ପଡିଯାଇଛି । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମେଟ ହେନକଁକ ବୁଧବାର...

ରୁଷିଆ ସହ ଶାନ୍ତି ବୁଝାମଣା କରିବାକୁ ମନା କଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍‌,୧୯।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୈନ୍ୟ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ରୁଷିଆ ସହିତ କୌଣସି ଶାନ୍ତି ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ଜେଲେନସ୍କି ରୁଷିଆ...

୪୩ ଶିଶୁଙ୍କ ଜୀବନ ନେଲାଣି ସେନା

ନାପିତାଉ,୩ା୪: ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ କ୍ଷମତା ଅପହରଣ କରି ନୋବେଲ ବିଜୟିନୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ଜେଲ୍‌ରେ ପୂରାଇବାର ୨ ମାସ...

୪୬୦୦୦ ବର୍ଷ ପୂର୍ବର ଏକ ପୋକକୁ ପୁନର୍ଜୀବିତ କଲେ ବୈଜ୍ଞାନିକ

ବର୍ଲିନ,୨୯ା୭: ବୈଜ୍ଞାନିକମାନେ ୪୬,୦୦୦ ବର୍ଷ ପୂର୍ବେ ନଷ୍ଟ ହୋଇଥିବା ଏକ ପୋକକୁ ପୁନର୍ଜୀବିତ କରିଛନ୍ତି। ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମଲିକୁଲାର୍‌ ସେଲ ବାୟୋଲୋଜି ଏବଂ...

Advertisement
Archives

Model This Week