ବାହୁଦା ମୁହାଣରେ ହେଉ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର

ବ୍ରହ୍ମପୁର ଅଫିସ,୨୩।୧୧: ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମତ୍ସ୍ୟଜୀବୀ ବହୁଳ ପାତି ସୁନାପୁର ଉପକୂଳ ବାହୁଦା ମୁହାଣରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ନିର୍ମାଣ ପାଇଁ କଂଗ୍ରେସ ଶ୍ରମିକ ସଂଗଠନ ଆଇଏନ୍‌ଟିୟୁସି ଦାବି କରିଛି। ଗତ ୧୮ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ବନ୍ଦର ନୀତିକୁ ସରକାର ମଞ୍ଜୁରୀ ଦେଇଥିବା ସ୍ବାଗତଯୋଗ୍ୟ ହୋଇଥିବା କୁହାଯାଇଛି। ତେଣୁ ଦୀର୍ଘ ବର୍ଷର ଦାବି ବାହୁଦା ନଦୀ ମୁହାଣରେ ବନ୍ଦର ନିର୍ମାଣ ଲାଗି ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି। ଫଳରେ ମତ୍ସ୍ୟଜୀବୀ ଅଞ୍ଚଳର ଶହ ଶହ ଶ୍ରମିକ ଉପକୃତ ହେବେ ଏବଂ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବାର ଯୁକ୍ତି କରାଯାଇଛି।
ଆଇଏନ୍‌ଟିୟୁସି ଜିଲା ସଭାପତି ପୀତବାସ ପଣ୍ଡାଙ୍କ କହିବାନୁସାରେ ରାଜ୍ୟର ପାରାଦୀପ ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମଧ୍ୟରେ ଗଞ୍ଜାମ ଜିଲାର ଆର୍ଯ୍ୟପଲ୍ଲୀଠାରେ ଏକମାତ୍ର ଗୋପାଳପୁର ବନ୍ଦର ଅଛି। ଏହି କ୍ଷୁଦ୍ର ଓ ସାମୟିକ ବନ୍ଦରକୁ ସବୁଦିନିଆ ବୃହତ୍‌ ବନ୍ଦର ଲାଗି ୧୬ ବର୍ଷ ତଳେ ସରକାର ଘରୋଇକରଣ କରିଥିଲେ। ଏହାର ନୌବାଣିଜ୍ୟ କାରବାର ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଥିଲା। ଗୋପାଳପୁର ବନ୍ଦର ଉପରେ ଶହ ଶହ ବିଭିନ୍ନ ବର୍ଗର ଶ୍ରମିକ ନିର୍ଭର କରୁଛନ୍ତି। ତେବେ ଆମଦାନୀ ଓ ରପ୍ତାନି ଆଶାନୁରୂପ ହେଉ ନ ଥିବା ସେଠାର ଏକାଧିକ ଶ୍ରମିକ ସଂଗଠନ ନେତାମାନେ ଅଭିଯୋଗ କରିଛନ୍ତି। ୧୯୮୭ରେ ରାଜ୍ୟ ସରକାରଙ୍କ ନିଜସ୍ବ ବ୍ୟୟ ୧୪୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ଗୋପାଳପୁର ବନ୍ଦର ଘରୋଇକରଣ କରାଯାଇଛି।
ପଣ୍ଡା ଆହୁରି କହିଛନ୍ତି, ପାରାଦୀପ ବନ୍ଦର ତା’ର କ୍ଷମତାଠାରୁ ଅଧିକ ପଣ୍ୟ କାରବାର କରୁଛି। ବିଶାଖାପାଟଣା ବନ୍ଦରରେ ମଧ୍ୟ ଅବସ୍ଥା ସମାନ। ଗୋପାଳପୁର ବନ୍ଦରକୁ ପୂର୍ଣ୍ଣାଙ୍ଗ ସବୁଦିନିଆ ବନ୍ଦର କରାଯିବା ଜରୁରୀ ହୋଇଛି। ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପାଟଣା ଉପକୂଳ ମଧ୍ୟରେ ଅଛି ସୁନାପୁର ବାହୁଦା ନଦୀ ମୁହାଣ। ସେଠାରେ ଏକ କ୍ଷୁଦ୍ର ବନ୍ଦର ନିର୍ମାଣ ଲାଗି ୨୦୧୨ରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ। ଦୀର୍ଘଦିନ ପରେ ମଧ୍ୟ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷର କରି ନ ଥିଲେ। ଫଳରେ ତାହା ପ୍ରସ୍ତାବରେ ରହିଯାଇଛି। ସମ୍ପ୍ରତି ନୌ-ବାଣିଜ୍ୟ କାରବାର ସବୁଠି ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟ ସରକାର ବନ୍ଦର ନୀତିକୁ କ୍ୟାବିନେଟରେ ମଞ୍ଜୁରୀ ଦେଇଥିବାରୁ ବାହୁଦା ନଦୀ ମୁହାଣରେ କ୍ଷୁଦ୍ର ବନ୍ଦର ନିର୍ମାଣ ଲାଗି ସରକାର ପଦକ୍ଷେପ ନେବାକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପ୍ରସଙ୍ଗ ଉଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?