ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି)ର ଦୁଇଟି ଟାଓ୍ବାର ଉପରେ ଆକ୍ରମଣ କରି ବ୍ୟାପକ କ୍ଷତି କରିଥିଲା। ଡିସେମ୍ବର ୨୧ରେ ୟୁକ୍ରେନର ଡ୍ରୋନ୍‌ ମସ୍କୋଠାରୁ ୮୦୦ କିଲୋମିଟର ପୂର୍ବରେ ଥିବା କାଜାନ ସହରର ଦୁଇଟି ଅଟ୍ଟାଳିକାକୁ ଯେଭଳି ଢଙ୍ଗରେ ଆକ୍ରମଣ କଲା ତାହା ୯/୧୧ର ଭ୍ରମ ସୃଷ୍ଟି କରିଛି। ଆବାସିକ କମ୍ପ୍ଲେକ୍ସ ଥିବା ଉକ୍ତ ବିଲ୍ଡିଂ ଉପରେ ଆକ୍ରମଣ ଯୋଗୁ ଅଗ୍ନିପିଣ୍ଡୁଳା ସୃଷ୍ଟି ହେବା ସହ ଧୂଆଁ ଉଠିଥିବା ଦେଖାଯାଇଥିଲା। ତେବେ ଲୋକଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଯେଉଁ ୮ଟି ଡ୍ରୋନ୍‌ ୟୁକ୍ରେନ ପକ୍ଷରୁ ଆକ୍ରମଣ କରାଯାଇଥିଲା, ସେଥିମଧ୍ୟରୁ ୬ଟି ଆବାସିକ ଅଟ୍ଟାଳିକା ଓ ଗୋଟିଏ ଶିଳ୍ପ ସଂସ୍ଥାକୁ ଟାର୍ଗେଟ କରିଥିବା ବେଳେ ଅନ୍ୟଟିକୁ ନଦୀରେ ଖସାଇ ଦିଆଯାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଛି ଯେ ରୁଷିଆର ଗୋଇନ୍ଦା ସଂସ୍ଥା ଓ ସାମରିକ ବାହିନୀ ଶକ୍ତିଶାଳୀ ଥିବା ସତ୍ତ୍ୱେ ୟୁକ୍ରେନ୍‌ କିଭଳି ତା’ ଲକ୍ଷ୍ୟ ହାସଲ କରିବାରେ ଲାଗିଛି। ବିଶେଷଜ୍ଞଙ୍କ ମତରେ ଯୁଦ୍ଧ ଯୋଗୁ ରୁଷିଆ ଅର୍ଥନୀତି ଦୁର୍ବଳ ହୋଇ ଚାଲିଛି । ୨୦୨୨ ଫେବୃଆରୀ ୨୪ରେ ରୁଷିଆ ଯେତେବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ସେତେବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଥିଲେ, ଏହି ଯୁଦ୍ଧ ମାତ୍ର ୭ ଦିନରେ ଶେଷ ହୋଇଯିବ। ଦେଖିଲା ବେଳକୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଡିସେମ୍ବର ୨୪ରେ ଦୁଇ ବର୍ଷ ୧୦ ମାସ ଅତିକ୍ରମ କରିବ। ପୁଟିନ୍‌ଙ୍କ ଅହଂ ଥିଲା ଯେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆ ନିକଟରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିରି ଜେଲେନସ୍କି ଆତ୍ମସମର୍ପଣ କରିବେ। ଯୁଦ୍ଧର ଆରମ୍ଭରେ ରୁଷିଆ ତା’ର ନିଜସ୍ବ ସୈନ୍ୟଙ୍କୁ ବ୍ୟବହାର କରି ନ ଥିଲା। ଦୁଇ ବର୍ଷ ପୂର୍ବେ ଅଧିକାଂଶ ଲଢ଼େଇରେ ୟେଭଗେନି ପ୍ରିଗୋଝିନ୍‌ଙ୍କ ନେତୃତ୍ୱାଧୀନ ଓ୍ବାଗନର ଗୋଷ୍ଠୀ ୟୁକ୍ରେନ ସହିତ ଯୁଦ୍ଧ କରୁଥିଲା। ଏବେ ମତ ପ୍ରକାଶ ପାଉଛି ଯେ, ପୁଟିନ ମୁଣ୍ଡ ନୂଆଁଇବା ପାଇଁ ୟୁକ୍ରେନ ପରିବର୍ତ୍ତେ ଆମେରିକା ଓ ଅଧିକାଂଶ ପାଶ୍ଚାତ୍ୟ ଦେଶକୁ ଦାୟୀ କରିହେବ। ଏଭଳି କହିଲା ବେଳକୁ ମନେରଖିବା ଦରକାର ଯେ, ରୁଷିଆ ପାଇଁ ଉତ୍ତର କୋରିଆରୁ ସୈନ୍ୟ ଯୋଗାଡ଼ କରିବାକୁ ପଡ଼ୁଛି। ଅପରପକ୍ଷରେ ୟୁକ୍ରେନରେ ରୁଷିଆ ବିରୋଧରେ ଲଢ଼ିବା ସକାଶେ କୌଣସି ବିଦେଶୀ ସୈନ୍ୟଙ୍କର ଉପସ୍ଥିତି ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କେବଳ ଅତ୍ୟାଧୁନିକ ଅସ୍ତ୍ର ପାଇଗଲେ ଯେକୌଣସି ଦେଶ ରୁଷିଆ ଭଳି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦେଶକୁ ନୁଆଁଇ ଦେଇପାରିବା ସମ୍ଭବପର ହେବ ନାହିଁ। ଏଥିରୁ ପ୍ରମାଣିତ ହେଉଛି ଯେ, ୟୁକ୍ରେନବାସୀ ଓ ଜେଲେନସ୍କିଙ୍କର ଦୃଢ଼ ମନୋବଳ ଆଜି ବିଶ୍ୱର ଗୋଟେ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆକୁ ଆଣ୍ଠେଇ ଦେଇପାରିଛି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ମଧ୍ୟପ୍ରାଚ୍ୟରେ ଇସ୍ରାଏଲର ବିଜୟ ଶାନ୍ତି ପ୍ରତିଷ୍ଠା କରିବାରେ ସଫଳ ହେବା ଏକ ଦିବାସ୍ବପ୍ନ। କିନ୍ତୁ ଇସ୍ରାଏଲର ଉଭୟ ଲେବାନନ ଓ ସିରିଆରେ ସଫଳତା ଗୋଟେ ପଟେ ଇରାନକୁ ଦୁର୍ବଳ କରିଦେବା ସହିତ ସେହି ଅଞ୍ଚଳରେ ନୂଆ ପରିସ୍ଥିତି ସୃଷ୍ଟି କରିଛି।
ରୁଷିଆର ଅନେକ ନାଗରିକ ଯୁଦ୍ଧ ଚାହୁଁନାହାନ୍ତି ବୋଲି ସାଧାରଣରେ ପ୍ରକାଶ କରିବା ପରେ ପୁଟିନ ଦୁଇ ଦେଶ ମଧ୍ୟରେ ସଂଘର୍ଷ ବନ୍ଦ କରିବାକୁ ବାଟ ଖୋଜୁଛନ୍ତି। ଡିସେମ୍ବର ୨୦ରେ ବାର୍ଷିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ପୁଟିନ କହିଥିଲେ ଯେ, ଯୁଦ୍ଧ ବନ୍ଦ କରିବା ସକାଶେ ସେ ସାଲିସ କରିବାକୁ ପ୍ରସ୍ତୁତ ଅଛନ୍ତି। ଏ ନେଇ ସେ ସଫେଇ ଦେବାକୁ ଯାଇ ଆହୁରି କହିଥିଲେ ଯେ, ରୁଷିଆ ଦୁର୍ବଳ ବୋଲି ଯେଉଁ ଗୋଟେ ହୁରି ପଡ଼ିଛି ତାହା ଆଦୌ ଠିକ୍‌ ନୁହେଁ। ସାମୟିକ ଯୁଦ୍ଧ ବିରତି ଅପେକ୍ଷା ସେ ସ୍ଥାୟୀ ସମାଧାନ ଆଣିବା ପାଇଁ ଏଭଳି ପ୍ରସ୍ତାବ ଦେଇଥିବା କଥା କହିଛନ୍ତି। ଏଥିରୁ ଯେକେହି ବୁଝି ନେବା ଦରକାର ଯେ ପୁଟିନଙ୍କ ଟାଣପଣରେ କେଉଁଠି ନା କେଉଁଠି ଅସ୍ବାଭାବିକତା ଲକ୍ଷ୍ୟ କରାଗଲାଣି। ଅନ୍ୟପକ୍ଷରେ ଜେଲେନସ୍କିଙ୍କ ଚରିତ୍ରକୁ ଦେଖିଲେ ସେ ମୁଣ୍ଡ ଟେକି ଚାଲିବାକୁ ପସନ୍ଦ କରୁଛନ୍ତି। ଜୀବନର ଆଦ୍ୟ ଅବସ୍ଥାରେ ଜଣେ ହାସ୍ୟ ଅଭିନେତା ଭାବେ ଜଣାଶୁଣା ଥିବା ଜେଲେନସ୍କି ନିଜେ ଓ୍ବାର୍‌ରୁମ୍‌ରେ ରହି ପ୍ରତ୍ୟକ୍ଷ ଯୁଦ୍ଧ ପରିଚାଳନା କରିବା ସହ ସୈନିକଙ୍କ ମନୋବଳ ବଢ଼ାଇ ଚାଲିଥିବାରୁ ସେ ୟୁକ୍ରେନବାସୀଙ୍କ ଅତି ପ୍ରିୟ ପାଲଟି ଯାଇଛନ୍ତି। ସେଥିପାଇଁ ସେଠାକାର ନାଗରିକ ଯୁଦ୍ଧରୁ ଯନ୍ତ୍ରଣା ପାଉଥିଲେ ମଧ୍ୟ ସବୁ ପ୍ରକାର ବଳ ଓ ବୁଦ୍ଧି ଖଟାଇ ରୁଷିଆକୁ ଉଚିତ ଜବାବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି। କହିବାକୁ ଗଲେ ଶକ୍ତିଶାଳୀ ସେନା, ବିପୁଳ ଅର୍ଥର ଅଧିକାରୀ ଓ ସର୍ବୋଚ୍ଚରେ ଅଣୁ ଅସ୍ତ୍ର ଥିବା ସତ୍ତ୍ୱେ ଜନସମର୍ଥନ ନ ପାଇଲେ ଜଣେ ରାଜା ଯେଭଳି ଦୁର୍ବଳ ହୋଇଯାଆନ୍ତି, ପୁଟିନଙ୍କ ଅବସ୍ଥା ଆଜି ସେୟା। ଏଭଳି ପରିପ୍ରେକ୍ଷୀରେ ପୁଟିନଙ୍କ ଆଡ଼ୁ ଯୁଦ୍ଧାବସାନ ପାଇଁ ହେଉଥିବା ପ୍ରଚେଷ୍ଟା ନିଶ୍ଚିତ ଭାବେ ବିଶ୍ୱକୁ ଏକ ବାର୍ତ୍ତା ଦେଉଛି ଯେ, ସମସ୍ତଙ୍କ ମତକୁ ସମ୍ମାନ ନ ଜଣାଇ ନିଜ ଜିଦ୍‌ ଓ ଅହଂକାରକୁ ଚରିତାର୍ଥ କରିବାକୁ ଚହୁଁଥିବା କ୍ଷମତାଶାଳୀ ରାଜନେତା ମଧ୍ୟ ସମୟକ୍ରମେ ପରିସ୍ଥିତିର ଦାସ ପାଲଟିବାକୁ ବାଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri