Posted inଖେଳ

ଫଟା ଜୋତା ପିନ୍ଧି ପଡ଼ିଆରେ ନଜର ଆସିଲେ ମହମ୍ମଦ ଶାମି, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ଆଡିଲେଡ୍‌,୧୮ା୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୪୪ ରନ୍‌ ସଂଗ୍ରହ କରିଛି। ପିଙ୍କ୍‌ ବଲ୍‌ ସହିତ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ଭଲ ସ୍କୋର କରିଛି। ଉଭୟ ଅଷ୍ଟ୍ରେଲୀୟ ଓପନରଙ୍କୁ ପାଭିଲିୟନକୁ ପଠାଇଛି। ତେବେ ଯେତେବେଳେ ମହମ୍ମଦ ଶାମି ମ୍ୟାଚ୍‌ରେ ବୋଲିଂ କରିବାକୁ ଆସିଥିଲେ ପ୍ରଶଂସକମାନେ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କାରଣ ଶାମି ଫଟା ଜୋତା ପିନ୍ଧି ଏହି ମ୍ୟାଚ୍‌ ଖେଳିଥିଲେ। ମ୍ୟାଚ ସମୟରେ ଯେତେବେଳେ କ୍ୟାମେରା ଶାମିଙ୍କ ଜୋତା ଉପରେ ପଡ଼ିଥିଲା, ସେତେବେଳେ ତାଙ୍କ ବାମ ପାଦର ଜୋତା ଆଗ ଛିଡ଼ା ଥିବା ଦେଖିବାକୁ ମିଳିଥିଲା। ଆଦାମ ଗିଲ୍‌ଖ୍ରୀଷ୍ଟ ଏବଂ ଶେନ୍‌ ଓ୍ବାର୍ନଙ୍କ ପରି ଅଷ୍ଟ୍ରେଲିଆର ପୂର୍ବତନ ଭେଟେରାନ ଖେଳାଳିମାନେ ଏ ବିଷୟରେ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା।

ଶେନ ଓ୍ବାର୍ନ କହିଛନ୍ତି, ମହମ୍ମଦ ଶାମି ବାହୁବଳୀ ଅଟନ୍ତି। ଯେତେବେଳେ ସେ ବଲ୍‌ ପକାଇଥାନ୍ତି ସେହି ସମୟରେ ତାଙ୍କ ବାମ ଆଙ୍ଗୁଠି ଜୋତାର ଭିତର ସାମ୍ନାକୁ ଆସିଥାଏ। ଏହା ବୋଲିଂରେ ସମସ୍ୟା ସୃଷ୍ଟି କରିପାରେ। ତେବେ ସେ ଥଟ୍ଟା କରି କହିଛନ୍ତି, ବୋଲିଂ ସମୟରେ ଶାମି ଫଟା ଜୋତା ପିନ୍ଧିବା ଉଚିତ୍‌ ନୁହେଁ। କାରଣ ଅଷ୍ଟ୍ରେଲୀୟ ପେସର୍‌ ୟର୍କର ବଲ୍‌ ସହିତ ତାଙ୍କ ଅବସ୍ଥାକୁ ଆହୁରି ସଙ୍ଗୀନ କରିଦେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାର୍‌କ୍ରାମ, ମଲ୍‌ଡରଙ୍କ ଶତକ

ମହୀଶୂର, ୧୯।୯(ପି.ଟି.)- ଘରୋଇ ଭାରତ-ଏ ବିପକ୍ଷରେ ସ୍ଥାନୀୟ ଶ୍ରୀକାନ୍ତ ଦତ୍ତ ନରସୀମା ରାଜା ଓ୍ବାଡିୟର ଗ୍ରାଉଣ୍ଡରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ...

୮୪ ବଲ୍‌ରେ ଫାଇନାଲ୍‌ ଆଭିମୁଖ୍ୟ ବଦଳାଇଦେଲା ନ୍ୟୁଜିଲାଣ୍ଡ

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ତୃତୀୟ ଦିନରେ ଦଳ ୮୪ ଟି ବଲରେ ୩୬ ରନ...

ଇଂଲଣ୍ଡ ଅଧିନାୟକ ମୋର୍ଗାନଙ୍କ ରେକର୍ଡ: ଗୋଟିଏ ଇନିଂସରେ ମାରିଲେ ୧୭ ଛକା

ମାଞ୍ଚେଷ୍ଟର, ୧୮।୬(ପି.ଟି.)- ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଦିନିକିଆ ଫର୍ମାଟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ...

ଟସ୍‌ ଜିତିଲା ଭାରତ

ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ବିରାଟ କୋହଲି...

ବେଙ୍ଗାଲୁରୁ ଏଫ୍‌ସି ବିଜୟୀ

ବେଙ୍ଗାଲୁରୁ, ୪ା୧ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଧାନ୍ୟ ଜାରି ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ଦଳ ୨-୧...

୧୭୫ କି.ମି. ବେଗରେ ବଲ ପକାଇଲେ ୧୯ ବର୍ଷରୁ କମ୍‌ ବୋଲର

ଜୋହାନ୍ସବର୍ଗ,୨୨।୧- ଶ୍ରୀଲଙ୍କାର ଯୁବ ପେସର ମାଥିଶ ପାଥିରାନା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୧୯ ବର୍ଷରୁ କମ୍‌ ଶ୍ରୀଲଙ୍କା ଦଳର ସଦସ୍ୟ ମାଥିଶ...

୧୫୦୦ ଛକା, ୩୦୦୦ ଚୌକା ସହ କ୍ରିକେଟ୍‌ରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ,୨୧।୯: କ୍ରିସ ଗେଲ ବିଶ୍ୱ କ୍ରିକେଟର ଏକ ଜଣାଶୁଣା ନାମ। ଆଜି ଅର୍ଥାତ୍‌ ୨୧ ସେପ୍ଟେମ୍ବରରେ, ତାଙ୍କୁ ୪୨ ବର୍ଷ ବୟସ ହୋଇଛି। ୧୯୯୯ରେ ଅନ୍ତର୍ଜାତୀୟ...

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ୟୁପି

ଗ୍ରେଟର ନୋଏଡା,୧୨।୧୦(ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ୟୁପି ଯୋଦ୍ଧା ୪୫- ୩୩ରେ ବେଙ୍ଗାଲୁରୁ ବୁଲ୍ସକୁ ପରାସ୍ତ କରିଛି। ଏଥିସହିତ ପୂରା...

Advertisement
Archives

Model This Week