ବଙ୍ଗୋପସାଗରରେ ଆସୁଛି ଭୟଙ୍କର ବାତ୍ୟା! ଉପକୂଳରେ ରଚିବ ତାଣ୍ଡବ, ଜଣାପଡିଲା…

ଭୁବନେଶ୍ୱର, ୧୩।୯: ଆସୁଛି ବଡ଼ ବାତ୍ୟା! ପ୍ରଶାନ୍ତ ମହାସାଗରରେ ଲା ନିନା ପ୍ରଭାବରେ ବାତ୍ୟା ସମ୍ଭାବନା ସୃଷ୍ଟି କରୁଛିି, ଯାହା ଓଡ଼ିଶା ପାଇଁ ଏକ ବଡ଼ ବାତ୍ୟା ଆଶଙ୍କାର ସୂଚନା ଦେଉଛି। ଏହା ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବଡ଼ବାତ୍ୟ ସୃଷ୍ଟି ହୋଇପାରେ, ଯାହା ଓଡ଼ିଶାର ଉପକୂଳାଞ୍ଚଳକୁ ପ୍ରଭାବିତ କରିପାରେ। ଏସିଆ-ପ୍ରଶାନ୍ତ ଜଳବାୟୁ କେନ୍ଦ୍ର (ଏପିସିସି)ର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବରରୁ ଲା ନିନା ଆରମ୍ଭ ହେବାର ସମ୍ଭାବନା ୫୦-୬୦ ପ୍ରତିଶତରୁ ଅଧିକ।

ଲା ନିନା ହେଉଛି ଏକ ଜଳବାୟୁ ଘଟଣା, ଯେଉଁଥିରେ ପ୍ରଶାନ୍ତ ମହାସାଗରର ପୂର୍ବ ଭାଗରେ ସମୁଦ୍ର ସାରଫେସ ତାପମାନ (ଏସଏସ୍ଟି) ସାଧାରଣରୁ କମ ହୁଏ, ଯାହା ବଙ୍ଗୋପସାଗରରେ ଚକ୍ରବାତର ତୀବ୍ରତାକୁ ବଢ଼ାଇଥାଏ। ଭାରତୀୟ ମୌସମୀ ବିଭାଗ (ଆଇଏମ୍ଡି)ର ଅନୁସାରେ, ଲା ନିନା ସମୟରେ ବାତ୍ୟାଗୁଡ଼ିକ ଅଧିକ ତୀବ୍ର ହୋଇ ଉଠନ୍ତି ଏବଂ ନେଗେଟିଭ ଇଣ୍ଡିୟାନ ଅଙ୍ଗୁଳା ଡାଇପୋଲ (ଆଇଓଡି) ସହିତ ମିଶି ଓଡ଼ିଶାରେ ବାତ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ଏହା ସହ ସମୁଦ୍ର ସାରଫେସ ତାପମାନ ଅକ୍ଟୋବର ପର୍ଯ୍ୟନ୍ତ ସାଧାରଣରୁ ଅଧିକ ରହିବାର ଆଶଙ୍କା ରହିଛି।

ପୂର୍ବରୁ ଦେଖଶଯାଇଛି ଯେ, ଲା ନିନା ବର୍ଷଗୁଡ଼ିକରେ ଓଡ଼ିଶା ଅନେକ ଗୁରୁତର ବଡ଼ ବାତ୍ୟାର ଶିକାର ହୋଇଛି। ଉଦାହରଣ ସୱରୂପ, ୧୯୯୯ ମସିହାରେ ଲା ନିନା ପ୍ରଭାବରେ ଓଡ଼ିଶାରେ ଦୁଇଟି ବଡ଼ ବାତ୍ୟା ତାଣ୍ଡବ ରଚିଛି। ଯେଉଁଥିରେ ସୁପର୍‌ ସାଇକ୍ଲୋନ ସମେତ ୧୦,୦୦୦ରୁ ଅଧିକ ଲୋକଙ୍କର ଜୀବନହାନି ହୋଇଥିଲା। ଏହାପରେ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଲା ନିନା ସମୟରେ ଫନୀ ଭଳି ଚକ୍ରବାତ୍ୟଗୁଡ଼ିକ ଓଡ଼ିଶାରେ ଭୟଙ୍କର ବିପର୍ଯ୍ୟୟ କରିଛି।

ପାଣିପାଗ ବିଶେଷଜ୍ଞମାନଙ୍କ ଅନୁଯାୟୀ, ଲା ନିନା ପ୍ରଭାବରେ ବଙ୍ଗୋପସାଗରରେ ଚକ୍ରବାତ୍ୟର ସଂଖ୍ୟା ବଢ଼ିଯାଏ ଏବଂ ସେମାନେ ଭାରତର ପୂର୍ବ ଉପକୂଳ, ବିଶେଷତଃ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ମୁହାଁଇଥାନ୍ତି। ୧୯୯୩ରୁ ୨୦୧୦ ପର୍ଯ୍ୟନ୍ତର ଅଧ୍ୟୟନରୁ ପ୍ରମାଣିତ ଯେ, ଲା ନିନା ସମୟରେ ୨୦ଟି ଚକ୍ରବାତ୍ୟ ସୃଷ୍ଟି ହୋଇଥିଲା, ଯାହାରେ ୧୦ଟି ଅତ୍ୟନ୍ତ ପ୍ରଳୟଙ୍କରୀ ଥିଲା। ଏହା ସହ ନେଗେଟିଭ ଆଇଓଡି ମିଶି ବର୍ଷାର ପ୍ରମାଣକୁ ବଢ଼ାଇଥାଏ, ଯାହା ଚକ୍ରବାତ୍ୟରେ ପରିଣତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?