ଦଉଡ଼ି ସାଜିଛି ନଦୀପାର ମାଧ୍ୟମ

କୋଟଗଡ,୧୪ା୧୦(ଡି.ଏନ.ଏ.): କନ୍ଧମାଳ ଜିଲାରେ ଏଭଳି କେତେକ ସ୍ଥାନ ଅଛି ଯେଉଁଠି କି ବର୍ତ୍ତମାନ ପର୍ଯ୍ୟନ୍ତ ପୋଲ କିମ୍ବା ଭଲ ରାସ୍ତାଖଣ୍ଡେ ନାହିଁ। ଫଳରେ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କିମ୍ବା ରାଜନେତା ସମସ୍ୟା ଜାଣି ମଧ୍ୟ ନୀରବ ରହୁଛନ୍ତି। ଏମିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଶୀର୍ଲା ପଞ୍ଚାୟତରେ। ସେଠାରେ ଥିବା ରାହୁଲ ନଦୀ ଲୋକଙ୍କ ଲାଗି ସମସ୍ୟା ସାଜିଛି। ଏଠାରେ ପୋଲ ନ ଥିବାରୁ ଦଉଡି ସାହାଯ୍ୟରେ ପାର ହେବାକୁ ପଡୁଛି। ଶୀତ ଓ ବର୍ଷା ଦିନେ ଜୀବନ ବାଜି ଲାଗୁଛି। କାହାର ଦେହ ଖରାପ ହେଲେ ମଧ୍ୟ ସମସ୍ୟା ଦ୍ୱିଗୁଣିତ ହେଉଛି।
ନଦୀ ଆରପଟେ ଥିବା ପୀଡାମାହା, ପାଙ୍ଗାଲପଦର ଓ ଲିଙ୍ଗିରିମାହା ଆଦି ଗ୍ରାମରେ ବସବାସ କରୁଥିବା ପ୍ରାୟ ୫୦୦ଶହ ଲୋକ ଅଭିଶପ୍ତ ଜୀବନ ବିତାଉଛନ୍ତି। ପ୍ରତିଦିନ ଏମାନେ ବିଭିନ୍ନ କାର୍ଯ୍ୟଲାଗି କୋଟଗଡ ଓ ସୁବର୍ଣ୍ଣଗିରିରେ ଥିବା ମେଡିକାଲ କିମ୍ବା ହାଟବଜାର ଲାଗି ଆସିଥାନ୍ତି। ଏମାନେ ଦଉଡି ସାହାଯ୍ୟରେ ନଦୀପାଣିରେ ପଶି ବିପଦସଙ୍କୁଳ ଅବସ୍ଥାରେ ପାର ହୋଇଥାନ୍ତି। ନିର୍ବାଚିତ ଜନପ୍ରତିନିଧି କିମ୍ବା ସ୍ଥାନୀୟ ପ୍ରଶାସନ ସମସ୍ୟା ବିଷୟରେ ଅବଗତ ଥାଇ ମଧ୍ୟ ନୀରବ ରହୁଛନ୍ତି। ଉକ୍ତ ସମସ୍ୟା ଉପରେ ପ୍ରଶାସନ ଧ୍ୟାନ ଦେବାକୁ ସରପଞ୍ଚ ନୁସୁଙ୍ଗା ପାଟ୍ଟମାଝି, ଓ୍ବାର୍ଡ ମେମ୍ବର ସଞ୍ଜ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ, ରାଜେଶ ନାୟକ, ଆୟୁବ ନାୟକ, ସୀମାଞ୍ଚଳ ମଲ୍ଲିକ, ଶ୍ରମିକ ମୁଠାମାଝି, ରାମଚନ୍ଦ୍ର ପାଟ୍ଟମାଝି, ଦିଗମ୍ବର ମୁଠାମାଝି, ନିକ୍ର ପାଟ୍ଟମାଝି ଓ ବିଶ୍ୱନାଥ ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri