ଦଉଡ଼ି ସାଜିଛି ନଦୀପାର ମାଧ୍ୟମ

କୋଟଗଡ,୧୪ା୧୦(ଡି.ଏନ.ଏ.): କନ୍ଧମାଳ ଜିଲାରେ ଏଭଳି କେତେକ ସ୍ଥାନ ଅଛି ଯେଉଁଠି କି ବର୍ତ୍ତମାନ ପର୍ଯ୍ୟନ୍ତ ପୋଲ କିମ୍ବା ଭଲ ରାସ୍ତାଖଣ୍ଡେ ନାହିଁ। ଫଳରେ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କିମ୍ବା ରାଜନେତା ସମସ୍ୟା ଜାଣି ମଧ୍ୟ ନୀରବ ରହୁଛନ୍ତି। ଏମିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଶୀର୍ଲା ପଞ୍ଚାୟତରେ। ସେଠାରେ ଥିବା ରାହୁଲ ନଦୀ ଲୋକଙ୍କ ଲାଗି ସମସ୍ୟା ସାଜିଛି। ଏଠାରେ ପୋଲ ନ ଥିବାରୁ ଦଉଡି ସାହାଯ୍ୟରେ ପାର ହେବାକୁ ପଡୁଛି। ଶୀତ ଓ ବର୍ଷା ଦିନେ ଜୀବନ ବାଜି ଲାଗୁଛି। କାହାର ଦେହ ଖରାପ ହେଲେ ମଧ୍ୟ ସମସ୍ୟା ଦ୍ୱିଗୁଣିତ ହେଉଛି।
ନଦୀ ଆରପଟେ ଥିବା ପୀଡାମାହା, ପାଙ୍ଗାଲପଦର ଓ ଲିଙ୍ଗିରିମାହା ଆଦି ଗ୍ରାମରେ ବସବାସ କରୁଥିବା ପ୍ରାୟ ୫୦୦ଶହ ଲୋକ ଅଭିଶପ୍ତ ଜୀବନ ବିତାଉଛନ୍ତି। ପ୍ରତିଦିନ ଏମାନେ ବିଭିନ୍ନ କାର୍ଯ୍ୟଲାଗି କୋଟଗଡ ଓ ସୁବର୍ଣ୍ଣଗିରିରେ ଥିବା ମେଡିକାଲ କିମ୍ବା ହାଟବଜାର ଲାଗି ଆସିଥାନ୍ତି। ଏମାନେ ଦଉଡି ସାହାଯ୍ୟରେ ନଦୀପାଣିରେ ପଶି ବିପଦସଙ୍କୁଳ ଅବସ୍ଥାରେ ପାର ହୋଇଥାନ୍ତି। ନିର୍ବାଚିତ ଜନପ୍ରତିନିଧି କିମ୍ବା ସ୍ଥାନୀୟ ପ୍ରଶାସନ ସମସ୍ୟା ବିଷୟରେ ଅବଗତ ଥାଇ ମଧ୍ୟ ନୀରବ ରହୁଛନ୍ତି। ଉକ୍ତ ସମସ୍ୟା ଉପରେ ପ୍ରଶାସନ ଧ୍ୟାନ ଦେବାକୁ ସରପଞ୍ଚ ନୁସୁଙ୍ଗା ପାଟ୍ଟମାଝି, ଓ୍ବାର୍ଡ ମେମ୍ବର ସଞ୍ଜ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ, ରାଜେଶ ନାୟକ, ଆୟୁବ ନାୟକ, ସୀମାଞ୍ଚଳ ମଲ୍ଲିକ, ଶ୍ରମିକ ମୁଠାମାଝି, ରାମଚନ୍ଦ୍ର ପାଟ୍ଟମାଝି, ଦିଗମ୍ବର ମୁଠାମାଝି, ନିକ୍ର ପାଟ୍ଟମାଝି ଓ ବିଶ୍ୱନାଥ ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri