Posted inଖେଳ

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ବିସ୍ଫୋରକ ୨୮ ରନ ସହାୟତାରେ ଏହି ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରିଛି। ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଲକ୍ଷ୍ନୌ ୧୪ ଓଭରରେ କୌଣସି ଉଇକେଟ ନ ହରାଇ ୧୨୧ ରନ କରିଛି।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ରାଚିନ ରବୀନ୍ଦ୍ର ଖାତା ଖୋଲିବା ପୂର୍ବରୁ ଦ୍ୱିତୀୟ ଓଭରର ପ୍ରଥମ ବଲ୍‌ରେ ମହସିନ ଖାଁଙ୍କ ଶିକାର ହୋଇଥିଲେ। କଥା ସେତିକିରେ ସରି ନ ଥିଲା। ନିୟମିତ ବ୍ୟବଧାନରେ ଉଇକେଟ ପତନ ଯୋଗୁ କୌଣସି ଉଇକେଟରେ ବଡ଼ ଭାଗୀଦାରି ହୋଇପାରି ନ ଥିଲା। ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ମାତ୍ର ୧୭ ରନର ଯୋଗଦାନ ଦେଇଥିବାବେଳେ ଅଜିଙ୍କ୍ୟ ରାହାନେ ଭଲ ଆରମ୍ଭ କରିଥିଲେ ହେଁ ୨୪ ବଲ୍‌ରୁ ୩୬ ରନକରି ପ୍ୟାଭିଲିୟନ ଫେରିଥିଲେ। ମିଡିଲ ଅର୍ଡରରେ ଶିବମ ଦୁବେ ମାତ୍ର ୩ ରନରେ ଆଉଟ ହେବାରୁ ଚେନ୍ନାଇ ଦଳ ରାହାନେଙ୍କ ସ୍ଥାନରେ ସମିର ରିଜ୍‌ଭିଙ୍କୁ ଇମ୍ପାକ୍ଟ ଖେଳାଳିଭାବେ ପଡ଼ିଆକୁ ଓହ୍ଲାଇଥିଲା। ମାତ୍ର ସେ ମଧ୍ୟ ନିରାଶ କରି ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ। ୯୦ ରନରେ ଦଳର ୫ମ ଉଇକେଟ ପଡ଼ିଥିଲା। ରବୀନ୍ଦ୍ର ଜାଡେଜା ଓ ମୋଇନ ଅଲୀ ୬ଷ୍ଠ ଉଇକେଟରେ ୩୩ ବଲ୍‌ରୁ ୫୧ ରନ ଯୋଗ କରିବାରୁ ଦଳର ସମ୍ମାନ ରହିଥିଲା। ରବି ବିଷ୍ଣୋଇଙ୍କୁ କ୍ରମାଗତ ୩ ଛକା ମାରିବାପରେ ମୋଇନ୍‌ ୨୦ ବଲ୍‌ରୁ ୩୦ ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଏହାପରେ ଆସିଥିଲା ଧୋନୀ ସ୍ପେଶାଲ। ମାତ୍ର ୯ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଧୋନୀ ୩ ଚୌକା ଓ ୨ ଛକା ସହାୟତାରେ ୨୮ ରନ କରିବାରୁ ଚେନ୍ନାଇ ସ୍କୋର ୧୭୬ରେ ପହଞ୍ଚତ୍ ଯାଇଥିଲା। ଜାଡେଜା ୪୦ ବଲ୍‌ରୁ ୫୭ (୫ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ଦୁହେଁ ଅସମାପ୍ତ ୭ମ ଉଇକେଟରେ ୧୩ ବଲ୍‌ରୁ ୩୫ ରନ ଯୋଡ଼ିଥିଲେ। ଲକ୍ଷ୍ନୌ ପକ୍ଷରୁ କୃନାଲ ପାଣ୍ଡ୍ୟା ୨ଟି ଏବଂ ମହସିନ ଖାଁ, ୟଶ ଠାକୁର, ରବି ବିଷ୍ଣୋଇ ଓ ମାର୍କୁସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୧୭୬/୬ (ରବୀନ୍ଦ୍ର ଜାଡେଜା-୫୭*, ଅଜିଙ୍କ୍ୟ ରାହାନେ-୩୬, ମୋଇନ ଅଲୀ-୩୦, ମହେନ୍ଦ୍ର ସିଂ ଧୋନୀ-୨୮*, କୃନାଲ ପାଣ୍ଡ୍ୟା-୨/୧୬, ମହସିନ ଖାଁ-୧/୩୭, ୟଶ୍‌ ଠାକୁର-୧/୪୫, ରବି ବିଷ୍ଣୋଇ-୧/୪୪, ମାର୍କୁସ ଷ୍ଟୋଇନିସ-୧/୭)।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri