ଉଦୟପୁରରେ ପୋତାଗଲା ଲାଲ୍‌ ପତାକା

ଭୋଗରାଇ,୧୫।୯(ଡି.ଏନ.ଏ.)- ପଶ୍ଚିମବଙ୍ଗର ଦାଦାଗିରିକୁ ମୁହଁତୋଡ଼ ଜବାବ ଦେଇଛନ୍ତି ଓଡ଼ିଶା ସରକାର। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମିକୁ କୌଶଳକ୍ରମେ ଦଖଲ ଉଦ୍ୟମକୁ ପଣ୍ଡ କରିଛନ୍ତି ଜିଲା ପ୍ରଶାସନ। ଗତ ୭ ତାରିଖ ଉଦୟପୁର ବେଳାଭୂମିରେ ପଶ୍ଚିମବଙ୍ଗ ସେଚ ବିଭାଗ ପକ୍ଷରୁ ରାତିଅଧିଆ ସମୁଦ୍ରତଟ ସୁରକ୍ଷା ପଥର କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଜିଲା ପ୍ରଶାସନ ସେଠାରେ ପହଞ୍ଚତ୍ ଓଡ଼ିଶା ମଧ୍ୟରେ ବେଆଇନ କାର୍ଯ୍ୟକୁ ବନ୍ଦ କରିଥିଲେ। ମଙ୍ଗଳବାର ପ୍ରବଳ ଝଡ଼ବର୍ଷା ମଧ୍ୟରେ ପଶ୍ଚିମବଙ୍ଗର ସେଚ ବିଭାଗ ପୁଣି ବିବାଦୀୟ ସ୍ଥାନରେ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଜିଲା ପ୍ରଶାସନ ଖବର ପାଇ ସେଠାରେ ପହଞ୍ଚତ୍ ପଶ୍ଚିମବଙ୍ଗ ସେଚ ବିଭାଗକୁ ଫେରିଯିବାକୁ କହି ୧୪୪ ଧାରା ଜାରି କରିବା ସହିତ ନାଲି ପତାକା ପୋତି ପଶ୍ଚିମବଙ୍ଗ ପ୍ରଶାସନକୁ ସତର୍କ କରାଇଥିଲେ। ଜିଲା ପ୍ରଶାସନର ନିର୍ଦ୍ଦେଶ ପାଇ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ତାଳସାରୀ ମେରାଇନ ଥାନା ପୋଲିସ ସହିତ ରାଜସ୍ବ ବିଭାଗର କର୍ମଚାରୀ ମିଳିତ ହୋଇ ପ୍ରଶାସନର ସମସ୍ତ କାର୍ଯ୍ୟ କରିବା ପରେ ପଶ୍ଚିମବଙ୍ଗ ସେଚ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନେ ଘଟଣାସ୍ଥଳରୁ ପଛଘୁଞ୍ଚା ଦେଇଥିଲେ।
ପଶ୍ଚିମବଙ୍ଗ ସରକାର ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ମିଳିତ ଉଦ୍ୟମରେ ବାଲେଶ୍ୱର ସୀମାନ୍ତ ସାହାବାଜିପୁର, ଉଦୟପୁରକୁ ସ୍ଥାନକୁ ନେବାକୁ ବାରମ୍ବାର ପ୍ରୟାସ କରିଆସୁଛନ୍ତି। ସୀମାନ୍ତବାସୀଙ୍କ ପ୍ରବଳ ପ୍ରତିରୋଧ ଓ ଓଡ଼ିଶା ସରକାରଙ୍କ ଉପସ୍ଥିତି ଯୋଗୁ ପଶ୍ଚିମବଙ୍ଗ ସରକାର ସୀମାରେ ଖେଳ ଖେଳି ବିଫଳ ହୋଇ ନିରାଶ ହୋଇ ଫେରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri