Posted inଫୁରସତ

ଜଳବାୟୁ ପରିବର୍ତ୍ତନ ଦେଖାଉଛି ଇନ୍ଦ୍ରଧନୁ

ଓ୍ବାଶିଂଟନ୍‌: ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ବିପତ୍ତି ଆଣି ବହୁଲୋକଙ୍କ ଜୀବନ ନେଉଛି। ଏହାର ପ୍ରଭାବରେ ସମୁଦ୍ର ପତ୍ତନ ବୃଦ୍ଧି ପାଉଛି ଏବଂ ଶକ୍ତିଶାଳୀ ଝଡ଼ ଅନେକ ସମସ୍ୟା ସୃଷ୍ଟି କରୁଛି। ଏସବୁ ନକାରାତ୍ମକ ପ୍ରଭାବ ସତ୍ତ୍ୱେ କ୍ଲାଇମେଟ୍‌ ଚେଞ୍ଜର ଏକ ଭିନ୍ନ ଦିଗ ରହିଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ତାହା ହେଲା ଜଳବାୟୁ ପରିବର୍ତ୍ତନ ଇନ୍ଦ୍ରଧନୁ ସଂଖ୍ୟା ୫% ବଢ଼ାଇବ। ନ୍ୟୁୟର୍କ ୟୁନିଭର୍ସିଟିର ବୈଜ୍ଞାନିକ କମ୍‌ବର୍ଲି କାର୍ଲସନ୍‌ କହିଛନ୍ତି, ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବିଶ୍ୱର ୬୬ରୁ ୭୯% ଅଞ୍ଚଳରେ ଇନ୍ଦ୍ରଧନୁ ପୂର୍ବାପେକ୍ଷା ଅଧିକ ଦେଖିବାକୁ ମିଳିଛି। ଲକ୍ଷାଧିକ ଫଟୋକୁ ନେଇ ଏକ ସ୍ବତନ୍ତ୍ର କମ୍ପ୍ୟୁଟର ମଡେଲ୍‌ ଜରିଆରେ ଜଳବାୟୁ ସମ୍ପର୍କିତ ତଥ୍ୟ ଉପରେ ଗବେଷଣା କରାଯାଇଥିଲା। ଉଚ୍ଚସ୍ଥାନରେ ଥିବା ଅଞ୍ଚଳଗୁଡ଼ିକରେ ସର୍ବାଧିକ ରେନ୍‌ବୋ ଦେଖାଯାଇଥିବା ଗବେଷଣାରୁ ଜଣାପଡ଼ିଛି। ତେବେ ଜଳବାୟୁ ପରିବର୍ତ୍ତନ ମଣିଷ ଜାତିକୁ ବିନାଶ ଆଡ଼କୁ ଟାଣି ନେଉଥିବାରୁ ଇନ୍ଦ୍ରଧନୁ ବୃଦ୍ଧି କାହା ମୁହଁରେ ହସ ଫୁଟାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?