ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ

ଢେଙ୍କାନାଳ ଅଫିସ, ୮।୨ ନିର୍ବାଚନ ମଣ୍ଡଳୀରେ ବିଜେଡିର ପତିଆରା ଥିଲେ ମଧ୍ୟ ୨୦୧୭ରେ ହାତରୁ ଖସିଯାଇଥିଲା ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ୧ନଂ. ଜିଲା ପରିଷଦ ଜୋନ୍‌। ଭାଜପା ପ୍ରାର୍ଥୀ ମମତା ସ୍ବାଇଁ ବିଜେଡିର ବନ୍ଦିତା ପଣ୍ଡାଙ୍କୁ ୩ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ଦଖଲ କରିଥିଲେ ଏହି ଆସନ। ଏଭଳି ଝଟ୍‌କା ଶାସକ ଦଳ ପାଇଁ ଥିଲା ଅପ୍ରତ୍ୟାଶିତ। ଏଭଳି ପରାଜୟ ପଛର ପ୍ରମୁଖ କାରଣ ଭାବେ ଦଳୀୟ ଗୋଷ୍ଠୀ କନ୍ଦଳକୁ ଦାୟୀ କରିଥିଲେ ଦଳୀୟ ନେତା। ଚଳିତ ନିର୍ବାଚନରେ ପୁଣି ମମତାଙ୍କ ଉପରେ ଭାଜପା ଭରସା କରିଛି। ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦବୀରେ ଥିବାରୁ ତାଙ୍କର ଆଞ୍ଚଳିକ ରାଜନୀତିରେ ଦଖଲ ମଧ୍ୟ ରହିଛି। ସେହିପରି ନୂଆ ପ୍ରାର୍ଥୀ ଭାବେ ବିଶ୍ୱନାଥ ଚିନ୍ନାରାଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଛି। କଂଗ୍ରେସ ପ୍ରାର୍ଥୀ କରିଥିବା ଛାୟାକାନ୍ତ ପାଣିଗ୍ରାହୀ ମଧ୍ୟ ନୂଆ ମୁହଁ। ସେହିପରି ପ୍ରଥମ ଥର ପାଇଁ ଏହି ଆସନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଲଢୁଛି। ଦଳ ବିଜୟ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ନୂଆ-ପୁରୁଣା ପ୍ରାର୍ଥୀଙ୍କ ମଧ୍ୟରେ ତୁମୁଳ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଚଳିତ ପଞ୍ଚାୟତ ନିର୍ବାଚନରେ ଅଣସଂରକ୍ଷିତ ଥିବା ଗଁଦିଆ ବ୍ଲକ ୧ନଂ. ଜୋନ୍‌ର ମୋଟ ଭୋଟର ସଂଖ୍ୟା ୨୫,୧୦୭। ତନ୍ମଧ୍ୟରୁ ଏହି ଜୋନ୍‌ ଅଧୀନରେ ଆସୁଥିବା ବାଇଁସିଆ ପଞ୍ଚାୟତର ଭୋଟର ସଂଖ୍ୟା ୬ ହଜାର ୭୩୮, ଯୋରନ୍ଦା ପଞ୍ଚାୟତର ୬ ହଜାର ୨୨୭, କାଲୁରିଆ ପଞ୍ଚାୟତର ୫ ହଜାର ୭୫୫, କରମୂଳ ପଞ୍ଚାୟତର ୬ ହଜାର ୩୮୭ ଭୋଟର ରହିଛନ୍ତି। ଗତ ନିର୍ବାଚନରେ ବ୍ଲକର ୪ ଜୋନ୍‌ ମଧ୍ୟରେ ୧ନଂ.କୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ଚଳିତ ନିର୍ବାଚନରେ ଏହି ଆସନ ଶାସକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ସେହିପରି ଭାଜପା ମଧ୍ୟ ପୂର୍ବ ସଫଳତାର ପୁନରାବୃତ୍ତି କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି।
ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ଏହି ଜୋନ୍‌ରେ ମତଦାନ ହେବାକୁ ଥିବାବେଳେ ସବୁଦଳର ପ୍ରାର୍ଥୀ ପ୍ରଚାର ଜୋର୍‌ଦାର କରିଛନ୍ତି। ବିଧାୟକ ସୁଧୀର କୁମାର ସାମଲ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି। ନିଜର ସାଙ୍ଗଠନିକ ଦକ୍ଷତାକୁ ନେଇ ସେ ଘର ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ସେହିପରି ଜିଲା ଭାଜପା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି। ସେ ରବିବାର ମମତାଙ୍କ ପାଇଁ ଭୋଟ ମାଗିଛନ୍ତି। କଂଗ୍ରେସ ଏବଂ ଏଏପି ପ୍ରାର୍ଥୀ ମଧ୍ୟ ନିଜ ନିଜର ଦଳୀୟ ନେତୃବୃନ୍ଦଙ୍କୁ ନେଇ ଭୋଟ ଭିକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ଗ୍ୟାସକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାବାସୀଙ୍କ ପାଇଁ…

ଭୁବନେଶ୍ୱର,୨୬।୩: ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଏନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…

ଗଞ୍ଜାମ ସହରରେ ଗୁଟଖା ତମାଖୁ କଳାବଜାର, ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ଗତ କିଛି ଦିନ ହେଲା ଗଞ୍ଜାମ ସହରରେ ଗୁଟଖା କଳା ବଜାର ହେଉଛି ।ପୂର୍ବରୁ ରାଧା ଖଇନି, ପାନ ମସଲା ବିମଳ, ସଫଳ…

ମହାନଦୀରେ ଭାସୁଛନ୍ତି ମାଳମାଳ କୁମ୍ଭୀର: ସୋଲ ଭେଳାରେ ପାର ହୋଇ ମାଛ, କଙ୍କଡ଼ା ଧରି ପରିବାର ପୋଷଣ କରୁଛନ୍ତି ମହିଳା

ମହାକାଳପଡ଼ା,୨୬ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନଦୀ ନାଳଘେରା ବତିଘର ଅଞ୍ଚଳ ମହାନଦୀ ଅବବାହିକା ଶାଖା ନାଳଗୁଡ଼ିକରେ କୁମ୍ଭୀର ମାଳ ମାଳ…

୪୦୦ଟଙ୍କା ପାଇଁ ପୁଅ ଭୁଲିଗଲା ରକ୍ତ ସମ୍ପର୍କ, ବାପାକୁ ପିଟିପିଟି ହତ୍ୟା

ମୋରଡା,୨୬।୩(ସ୍ମାରକ ମାଜୀ): ମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଲେ ପୁଅ । ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ଥାନା…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ପୁରୁଣା ଭୁବନେଶ୍ୱର,୨୬ା୩(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri