Posted inଜାତୀୟ

ସନ୍ତାନ ଜନ୍ମ ପାଇଁ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ଲାଗି ପାରୋଲରେ ଯାଇ ପାରିବେ କଏଦୀ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନୂଆଦିଲ୍ଲୀ,୨୩।୧୨ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କର ମାତାପିତା ହେବା ଏବଂ ସନ୍ତାନ ଜନ୍ମ କରିବାର ଅଧିକାର ରହିଛି। ଏପରି ବ୍ୟକ୍ତି ଜେଲରେ ଥିଲେ ମଧ୍ୟ ଦେଶର ନାଗରିକ। କୋର୍ଟ କହିଛନ୍ତି, ଭାରତର ନ୍ୟାୟପାଳିକା ସର୍ବଦା ବନ୍ଦୀମାନଙ୍କର କୌଣସି ମୌଳିକ ଅଧିକାର ନ ଥିବା ମନୋଭାବକୁ ଗ୍ରହଣ କରି ନ ଥାଏ। ସୁପ୍ରିମକୋର୍ଟଙ୍କ ବିଚାରପତିଙ୍କ ଦ୍ୱାରା ଦିଆଯାଇଥିବା ସମାନ ପରମ୍ପରାକୁ ଅନୁସରଣ କରନ୍ତି ଏବଂ ଏହି କୋର୍ଟ ସମ୍ମାନଜନକ ସାମ୍ବିଧାନିକ ଅଧିକାରକୁ ସମର୍ଥନ କରୁଛନ୍ତି।

ନୂତନ ପରିସ୍ଥିତି ଏବଂ ଆହ୍ବାନଗୁଡ଼ିକୁ ବଜାୟ ରଖିବା ଏବଂ ଅନ୍ତର୍ଭୁକ୍ତ କରିବା ସପକ୍ଷରେ ଜଷ୍ଟିସ ସ୍ବର୍ଣ୍ଣକାନ୍ତ ଶର୍ମା କହିଛନ୍ତି ସ୍‌ଏକ ମାମଲାରେ ନିର୍ଦ୍ଦିଷ୍ଟ ସମୟରେ ଅଭିଭାବକ ହେବା ଏବଂ ସନ୍ତାନ ପ୍ରସବ କରିବାର ଅଧିକାର ହେଉଛି ଏକ ମୌଳିକ ଅଧିକାର।ଅଦାଲତ କହିଛନ୍ତି ଯଦିଓ ଜଣେ ଦୋଷୀଙ୍କର ବ୍ୟକ୍ତିଗତ ସ୍ବାଧୀନତା ପାଇଁ ମାନବିକ ଅଧିକାରକୁ ରାଜ୍ୟର ସୁରକ୍ଷା ସପକ୍ଷରେ ଆତ୍ମସମର୍ପଣ କରିବାକୁ ପଡିବ ଏବଂ ଆଇନର ନିୟମ ପ୍ରତିଷ୍ଠା କରିବାକୁ ପଡିବ, ତଥାପି ଦୋଷୀ ତାଙ୍କ ଜୀବନ ଅଧିକାରର ସଂରକ୍ଷଣରୁ ବଞ୍ଚିତ ହୋଇପାରିବ ନାହିଁ।

ଏହି ଅଦାଲତ ମତ ଦେଇଛନ୍ତି ଦୋଷୀ ଜେଲରେ ରହିବାରୁ ତାଙ୍କ ବୈବାହିକ ସାଥୀଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରି ଗର୍ଭଧାରଣ ଏବଂ ସନ୍ତାନ ପ୍ରସବରେ ବାଧା ସୃଷ୍ଟି ହେଉଛି। ତେଣୁ ଏକ୍ଷେତ୍ରରେ ସହାନୁଭୂତି ସହିତ ନିଷ୍ପତ୍ତି ନେବା ଆବଶ୍ୟକ। ତଥାପି ଆଇନର ମାନଦଣ୍ଡ ଆଧାରରେ ଏସବୁ କରାଯାଇ ପାରିବ। ଜଷ୍ଟିସ ଶର୍ମା ଦୋଷୀ କୁନ୍ଦନ ସିଂଙ୍କ ଆବେଦନ ଶୁଣାଣି କରିଥିଲେ ଯେଉଁଥିରେ ସେ ତିନି ବର୍ଷ ତଳେ ବିବାହ କରିଥିବା କାରଣରୁ ତାଙ୍କ ପରିବାର ବୃଦ୍ଧି ପାଇଁ ସନ୍ତାନେ ଜନ୍ମ ଲାଗି ପାରୋଲରେ ମୁକ୍ତ ହେବାକୁ ଚାହୁଁଥିଲେ। ତାଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ତାନ ନାହାନ୍ତି। ସେ ଏବଂ ତାଙ୍କ ସ୍ତ୍ରୀ ଆଇଭିଏଫ ପ୍ରକ୍ରିୟା ମାଧ୍ୟମରେ ଏକ ସନ୍ତାନ ପାଇବାକୁ ଚାହୁଁଥିବାରୁ ସେ କିଛି ଡାକ୍ତରୀ ପରୀକ୍ଷା କରିବାକୁ ଚାହୁଁଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରିଥିଲେ।

ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ସିଂ ୧୪ ବର୍ଷରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି। ତାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଅଦାଲତ ସିଂଙ୍କୁ ଚାରି ସପ୍ତାହ ପାଇଁ ପାରୋଲ ପ୍ରଦାନ କରିଛନ୍ତି।
ଜଷ୍ଟିସ ଶର୍ମା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପାରୋଲ ପ୍ରଦାନ କିମ୍ବା କାରାଗାରରେ ବୈବାହିକ ସମ୍ପର୍କ ତଥା କଞ୍ଜୁଗାଲ ଅଧିକାର ବଜାୟ ରଖିବା ପାଇଁ କଞ୍ଜୁଗାଲ ପରିଦର୍ଶନକୁ କୋର୍ଟ ବିଚାର କରୁନାହାଁନ୍ତି। ଅଦାଲତ କହିଛନ୍ତି, ଦିଲ୍ଲୀ ଜେଲ ନିୟମ, ୨୦୧୮ ଅନୁଯାୟୀ ପାରୋଲ ଅନୁଦାନକୁ ନିୟନ୍ତ୍ରଣ କରୁଥିବା ଆଇନର ପାରାମିଟର ମଧ୍ୟରେ ସନ୍ତାନଟିଏ ପାଇବା ପାଇଁ କଏଦୀଙ୍କୀ ମୌଳିକ ଅଧିକାରକୁ ବିଚାରକୁ ନେଇଛନ୍ତି। ବିଚାର କରାଯାଇ ପାରୋଲ ଲାଗି ଅନୁମତି ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?